ବାପା ମୁଁ ବାହା ହୋଇଯାଇଛି , ମୋତେ ଖୋଜିବନି....

ପାଟନା: ବାପା ମୋ କଥା ଚିନ୍ତା କରିବେନି। ମୁଁ ଭଲରେ ଅଛି। ମୁଁ ବାହା ହୋଇଯାଇଛି। ଘରୁ ନି‌ଖୋଜ ହେବା ପରେ ଜଣେ ଝିଅ ସୋଶାଲ ମିଡିଆରେ ଏକଥା ପୋଷ୍ଟ କରିଛନ୍ତି। ଝିଅକୁ ଅପହରଣ କରାଯାଇଥିବା ବାପା ଅଭିଯୋଗ ଆଣିବା ପରେ ଏହାର ଉତ୍ତରରେ ସେ ଏହି ପୋଷ୍ଟ କରିଛନ୍ତି। ନିଜ ସୋଶାଲ ମିଡିଆ ଅକାଉଣ୍ଟରେ ଷ୍ଟାଟସ୍‌ ଅପଡେଟ୍‌ କରି ବାପାଙ୍କୁ ଚିନ୍ତିତ ନହେବାକୁ ଅନୁରୋଧ କରିଛନ୍ତି । ବିହାରରେ ହିଜପୁର ଅଞ୍ଚଳରେ ଏହି ଘଟଣା ଘଟିଛି। […]

Marriage

Tapas Behera
  • Published: Sunday, 30 January 2022
  • , Updated: 30 January 2022, 03:49 PM IST

ପାଟନା: ବାପା ମୋ କଥା ଚିନ୍ତା କରିବେନି। ମୁଁ ଭଲରେ ଅଛି। ମୁଁ ବାହା ହୋଇଯାଇଛି। ଘରୁ ନି‌ଖୋଜ ହେବା ପରେ ଜଣେ ଝିଅ ସୋଶାଲ ମିଡିଆରେ ଏକଥା ପୋଷ୍ଟ କରିଛନ୍ତି। ଝିଅକୁ ଅପହରଣ କରାଯାଇଥିବା ବାପା ଅଭିଯୋଗ ଆଣିବା ପରେ ଏହାର ଉତ୍ତରରେ ସେ ଏହି ପୋଷ୍ଟ କରିଛନ୍ତି। ନିଜ ସୋଶାଲ ମିଡିଆ ଅକାଉଣ୍ଟରେ ଷ୍ଟାଟସ୍‌ ଅପଡେଟ୍‌ କରି ବାପାଙ୍କୁ ଚିନ୍ତିତ ନହେବାକୁ ଅନୁରୋଧ କରିଛନ୍ତି । ବିହାରରେ ହିଜପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓଟି  ବେଶ ଭାଇରାଲ ହେଉଛି।

ଏହି ଭିଡିଓରେ ସମ୍ପୃକ୍ତ ଯୁବତୀଙ୍କୁ କେହି ଅପହରଣ କରିନଥିବା କହିଛନ୍ତି । ବରଂ ସେ ନିଜ ଇଚ୍ଛାରେ ପ୍ରେମିକ ସହ ପଳାଇ ଆସିଥିବା କହିଛନ୍ତି। ଅନ୍ୟପଟେ ପୁଲିସ ତାଙ୍କୁ ସାହାଯ୍ୟ କରିବା ପାଇଁ ଯୁବତୀ ଜଣକ ନିବେଦନ କରିଛନ୍ତି । ଯୁବତୀଙ୍କ ଘର ବିହାରର ମଲ୍ଲିକାପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଗୋରୌଲ ପୁଲିସ ଷ୍ଟେସନରେ ଯୁବତୀଙ୍କ ବାପା ଅଭିଯୋଗ କରିଛନ୍ତି ।

ଉକ୍ତ ଭିଡିଓରେ ଯୁବତୀ ଜଣକ ଜଣେ ଯୁବକ ସହ ଥିବା ଦେଖାଯାଇଛି। ଯୁବତୀ ଜଣକ ନିଜ ଇଚ୍ଛାରେ ତାଙ୍କୁ ବାହା ହୋଇଛନ୍ତି। ସେ ଭାରି ଖୁସିଥିବା ମଧ୍ୟ କହିଛନ୍ତି । ତେଣୁ ତାଙ୍କୁ କୌଣସି ପ୍ରକାର ହଇରାଣ ନକରିବାରୁ ପରିବାର ଲୋକଙ୍କୁ ନିବେଦନ କରିଛନ୍ତି ଯୁବତୀ।

Related story