ନିଜ ମନ୍ତ୍ରୀ ଗିରଫ ହେବା ପରେ ମୁହଁ ଖୋଲିଲେ ମମତା

କୋଲକାତା: ନିଜ କ୍ୟାବିନେଟମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷା ନିଯୁକ୍ତି ସ୍କାମରେ ଗିରଫ ହେବା ପରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ‌ଖୋଲିଛନ୍ତି। ସେ କହିଛନ୍ତି ଯେ, ମୁଁ ଦୁର୍ନୀତିକୁ ସମର୍ଥନ କରେ ନାହିଁ କି କୌଣସି ଭୁଲ କାମକୁ ପସନ୍ଦ କରେ ନାହିଁ।  ଦିନେ ପାର୍ଥ ଚାଟାର୍ଜୀ ମମତାଙ୍କ ଅତି ଖାସ୍‌ ସହଯୋଗୀ ଥିବା ବେଳେ ଆଜି ମମତା ତାଙ୍କଠାରୁ ମୁହଁ ମୋଡ଼ିନେଇଛନ୍ତି। ତେବେ ବିଜେପିକୁ ମଧ୍ୟ ଛାଡ଼ି ନାହାନ୍ତି ମମତା । ସେ […]

Mamata

  • Published: Monday, 25 July 2022
  • , Updated: 25 July 2022, 08:34 PM IST

କୋଲକାତା: ନିଜ କ୍ୟାବିନେଟମନ୍ତ୍ରୀ ପାର୍ଥ ଚାଟାର୍ଜୀ ଶିକ୍ଷା ନିଯୁକ୍ତି ସ୍କାମରେ ଗିରଫ ହେବା ପରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁହଁ ‌ଖୋଲିଛନ୍ତି। ସେ କହିଛନ୍ତି ଯେ, ମୁଁ ଦୁର୍ନୀତିକୁ ସମର୍ଥନ କରେ ନାହିଁ କି କୌଣସି ଭୁଲ କାମକୁ ପସନ୍ଦ କରେ ନାହିଁ।  ଦିନେ ପାର୍ଥ ଚାଟାର୍ଜୀ ମମତାଙ୍କ ଅତି ଖାସ୍‌ ସହଯୋଗୀ ଥିବା ବେଳେ ଆଜି ମମତା ତାଙ୍କଠାରୁ ମୁହଁ ମୋଡ଼ିନେଇଛନ୍ତି।

ତେବେ ବିଜେପିକୁ ମଧ୍ୟ ଛାଡ଼ି ନାହାନ୍ତି ମମତା । ସେ କହିଛନ୍ତି ଯେ, କେନ୍ଦ୍ର ଏଜେନ୍ସି ଲାଗାଇ ମୋ ଦଳକୁ ଯଦି ବିଜେପି ଭାଙ୍ଗି ଦେବାକୁ ଚାହୁଁଛି ତେବେ ଭୁଲ କରୁଛି । ଯଦି କେହି ଦୋଶୀ ସାବ୍ୟସ୍ତ ହୁଅନ୍ତି ସେ ପୁଅ ହେଉ କିମ୍ବା ଝିଅ ଦଣ୍ଡ ପାଇବା ଉଚିତ। କିନ୍ତୁ ମୋ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନକୁ ମୁଁ କଡ଼ା ନିନ୍ଦା କରୁଛି। ସତ୍ୟ ନିଶ୍ଚୟ  ପଦାକୁ ଆସିବ।  କିନ୍ତୁ ସମୟ ଲାଗିବ ବୋଏଲି ମମତା କହିଛନ୍ତି । ଅନ୍ୟପଟେ ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ  ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଆଉ ଧରାଛୁଆଁ ଦେଉ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ପାର୍ଥଙ୍କ ଏପରି ଅସମୟରେ ତାଙ୍କ ହାତ ଛାଡ଼ି ଦେଇଥିବା

ମମତା ଆଉ ତାଙ୍କ କଲ୍‌ ବି ରିସିଭ କରୁ ନାହାନ୍ତି। ଯେତେବେଳେ ବି ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଏ, ସେ ନିଜ ପରିବାର ସଦସ୍ୟ, ସମ୍ପର୍କୀୟ କିମ୍ବା ନିକଟତର ବ୍ୟକ୍ତିଙ୍କ ମଧ୍ୟରୁ ଏ ସମ୍ପର୍କରେ ଜଣଙ୍କୁ ଅବଗତ କରାଇ ପାରିବେ ବୋଲି ନିୟମ ରହିଛି। ଏହି ପରିପ୍ରେକ୍ଷୀରେ ଗତ ଶନିବାର ଇଡି ଦ୍ୱାରା ଗିରଫ ହୋଇଥିବା ପାର୍ଥ ପ୍ରଥମେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏ ସମ୍ପର୍କରେ ଅବଗତ କରିବାକୁ ଚେଷ୍ଟା କରିଥିଲେ। ଏଥିନିମନ୍ତେ ସେ ମମତାଙ୍କ ଫୋନ୍‌କୁ ଚାରି ଥର ଡାଏଲ କରିଥିଲେ। ରାତି ୨.୩୧, ୨.୩୩, ୩.୩୭ ଓ ପରେ ଦିନ ୯ଟା ୩୫ରେ କଲ୍‌ କରିଥିଲେ।  ମାତ୍ର ଅପରପାର୍ଶ୍ୱରୁ କେହି କଲ୍‌ ରିସିଭି କରି ନ ଥିଲେ।  ଫୋନ୍‌ ରିଙ୍ଗ ହୋଇ କଟିବା ପରେ ‘ପ୍ଲିଜ ଟ୍ରାଏ ଲ୍ୟାଟର’ ବୋଲି ଶୁଣିବାକୁ ମିଳିଥିଲା। ଫଳରେ ନିରାଶ ହୋଇଥିଲେ ପାର୍ଥ।

Related story