ଯୌତୁକ ଜନିତ ଆତ୍ମହତ୍ୟା: ମେଡିକାଲ ଛାତ୍ରୀଙ୍କ ସ୍ୱାମୀ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଏକ ଯୌତୁକ ଜନିତ ଆତ୍ମହତ୍ୟା ମାମଲାରେ ଜଣେ ସ୍ୱାମୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। କେରଳର ଜଣେ ମହିଳା ଆତ୍ମହତ୍ୟା ଘଟଣାରେ ସ୍ୱାମୀଙ୍କୁ ମହଙ୍ଗା ପଡ଼ିଛି। ମୃତ ମହିଳା ଜଣକ ହେଉଛନ୍ତି ମେଡିକାଲ ଛାତ୍ର ବିଷ୍ମୟ। ଗତ ଜୁନ୍ ୨୦୨୧ରେ ବିଷ୍ମୟ ତାଙ୍କ ଶାଶୂଘରେ ଆତ୍ମହତ୍ୟା କରିଥିଲେ। ତେବେ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ସ୍ୱାମୀ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ତାଙ୍କ ସ୍ୱାମୀ କିରଣଙ୍କୁ ଦୋଷୀ ସାବ୍ୟସ୍ତ […]

iop

iop

Tapas Behera
  • Published: Monday, 23 May 2022
  • Updated: 23 May 2022, 05:05 PM IST

Sports

Latest News

ନୂଆଦିଲ୍ଲୀ: ଏକ ଯୌତୁକ ଜନିତ ଆତ୍ମହତ୍ୟା ମାମଲାରେ ଜଣେ ସ୍ୱାମୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। କେରଳର ଜଣେ ମହିଳା ଆତ୍ମହତ୍ୟା ଘଟଣାରେ ସ୍ୱାମୀଙ୍କୁ ମହଙ୍ଗା ପଡ଼ିଛି। ମୃତ ମହିଳା ଜଣକ ହେଉଛନ୍ତି ମେଡିକାଲ ଛାତ୍ର ବିଷ୍ମୟ। ଗତ ଜୁନ୍ ୨୦୨୧ରେ ବିଷ୍ମୟ ତାଙ୍କ ଶାଶୂଘରେ ଆତ୍ମହତ୍ୟା କରିଥିଲେ। ତେବେ ତାଙ୍କୁ ଯୌତୁକ ନିର୍ଯାତନା ଦେଇ ସ୍ୱାମୀ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ କୋର୍ଟ ତାଙ୍କ ସ୍ୱାମୀ କିରଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଉଭୟ ପକ୍ଷ ଶୁଣିବା ପରେ କୋର୍ଟ ଆସନ୍ତାକାଲି ଦୋଷୀ ସାବ୍ୟସ୍ତ ହୋଇଥିବା କିରଣଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇ ପାରନ୍ତି। ସମାଜରେ ଥିବା ଯୌତୁକ ପ୍ରଥା ଭଳି କୁସଂସ୍କାରର ବିରୋଧରେ ଏହା ଏକ ଦୃଷ୍ଟାନ୍ତମୂଳକ ରାୟ ବୋଲି ପୁଲିସ କହିଛି। ଯୌତୁକ ନିର୍ଯାତନା ଆଇପିସି ଧାରା ୩୦୪ ବି ଅଧୀନରେ ଆସୁଛି। ଯୌତୁକ ଆଇନ ଅନୁଯାୟୀ ଦୋଷୀଙ୍କୁ ସର୍ବାଧିକ ୭ ବର୍ଷ ଜେଲ ଦଣ୍ଡାଦେଶର ବ୍ୟବସ୍ଥା ରହିଛି। ଯୌତୁକ ନିର୍ଯାତନା ପାଇଁ ଆଇପିସିରେ (୪୯୮) ଏ ଦଫା ଏବଂ ଯୌତୁକ ଲାଗି ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ମାମଲାରେ ୩୦୬ ଦଫା ଲାଗିପାରିବ।

ଉଭୟ ଦଫା ଲାଗିଲେ ଯଥାକ୍ରମେ ୩ ବର୍ଷ ଓ ୧୦ ବର୍ଷ ଜେଲଦଣ୍ଡାଦେଶ ବ୍ୟବସ୍ଥା ରହିଛି। ବିଷ୍ମୟଙ୍କ କ୍ଷେତ୍ରରେ ଶାଶୂଘର ଲୋକେ ୧୦୦ ଭରି ସୁନା, ଗୋଟିଏ ଏକର ଜମି ଏବଂ ୧୦ଲକ୍ଷ ଟଙ୍କା କ୍ୟାସ ଯୌତୁକ ନେଇଥିଲେ। ଏହା ବ୍ୟତୀତ ୧୦ ଲକ୍ଷ ଟଙ୍କାର କାର ମଧ୍ୟ ଯୌତୁକ ଆକାରରେ ଦିଆଯାଇଥିଲା। କିନ୍ତୁ କିରଣ ଏହି କାର ବଦଳରେ ଟଙ୍କା ମାଗିଥିଲେ। ଯାହାକୁ ଦେବା ପାଇଁ ପରିବାର ଲୋକେ ଅକ୍ଷମ ହୋଇଥିଲେ।  ଅତ୍ୟଧିକ ଯୌତୁକ ନିର୍ଯାତନା ଦେବାରୁ ସ୍ତ୍ରୀ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos