କାଲି ଏହି ସମୟରେ ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଥମ ଓଡ଼ିଆ ମହିଳା ଭାବେ ରାଷ୍ଟ୍ରପତି ଆସନ ଅଳଙ୍କୃତ  କରିବେ ଦ୍ରୌପଦୀ ମୁର୍ମୁ  । ସଂସଦ ଭବନ ସେଣ୍ଟ୍ରାଲ୍ ହଲରେ ଭବ୍ୟ ଶପଥ  ଗ୍ରହଣ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଷ୍ଟ୍ରପତି ସଚିବାଳୟ  ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, କାଲି ସକାଳ ୧୦.୦୩ରେ ଦ୍ରୌପଦୀ  ମୁର୍ମୁ ଏବଂ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାରକେଡରେ ସଂସଦ  ଭବନରେ ପହଞ୍ଚିବେ । ସେମାନଙ୍କୁ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି  ଓ ସୁପ୍ରିମକୋର୍ଟ ପ୍ରଧାନ […]

draupadi murmu

  • Published: Sunday, 24 July 2022
  • , Updated: 24 July 2022, 07:25 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଥମ ଓଡ଼ିଆ ମହିଳା ଭାବେ ରାଷ୍ଟ୍ରପତି ଆସନ ଅଳଙ୍କୃତ  କରିବେ ଦ୍ରୌପଦୀ ମୁର୍ମୁ  । ସଂସଦ ଭବନ ସେଣ୍ଟ୍ରାଲ୍ ହଲରେ ଭବ୍ୟ ଶପଥ  ଗ୍ରହଣ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ରାଷ୍ଟ୍ରପତି ସଚିବାଳୟ  ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁସାରେ, କାଲି ସକାଳ ୧୦.୦୩ରେ ଦ୍ରୌପଦୀ  ମୁର୍ମୁ ଏବଂ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ କାରକେଡରେ ସଂସଦ  ଭବନରେ ପହଞ୍ଚିବେ । ସେମାନଙ୍କୁ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି  ଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପାଛୋଟି ନେବେ ।

୧୦.୧୪ ମିନିଟ୍‌ରେ  ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ  ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି. ରମନ୍ନା । ୧୦ଟା ୧୮ରେ  ଶପଥ ରେଜିଷ୍ଟରରେ ଦସ୍ତଖତ କରିବେ ଦ୍ରୌପଦୀ । ୧୦ଟା ୨୩ ମିନିଟ୍‌ରେ  ନୂଅ ରାଷ୍ଟ୍ରପତି ଦେଶବାସୀଙ୍କୁ ଉଦ୍‌ବୋଧନ ଦେବେ।  ଶପଥ ସମାରୋହରେ  ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ସମେତ ସମସ୍ତ ସାଂସଦ ଓ ନିମନ୍ତ୍ରିତ ଅତିଥି ଉପସ୍ଥିତ ରହିବେ।

ଦ୍ରୌପଦୀ  ମୁର୍ମୁଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ମୟୂରଭଂଜର ୬ ଜଣ ବିଧାୟକ,  ଉଦଳା ଏନଏସି ଅଧ୍ୟକ୍ଷା ବି ଯାଇଛନ୍ତି।  ସ୍ୱାଧୀନତାର ୭୫ ବର୍ଷ ପରେ ଜଣେ ଆଦିବାସୀ ମହିଳା ତଥା ଓଡ଼ିଆ ରାଷ୍ଟ୍ରମୁଖ୍ୟ ହେବେ ଦ୍ରୌପଦୀ ମୁର୍ମୁ ।  ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇଯିବ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।

 

 

Related story