ଯବାନଙ୍କ ପାଇଁ ପ୍ୟାକିଂ ହୋଇଥିବା ଅଣ୍ଡା ନେଇ ଅଟୋ ଡ୍ରାଇଭର ଫେରାର  

ଇନ୍ଦୋର: ଯବାନଙ୍କ ଖାଇବା ପାଇଁ ପ୍ୟାକିଂ ହୋଇଥିଲା ଅଣ୍ଡା ଟ୍ରେ। ତେବେ ଯେଉଁ ଅଟୋରେ ଯୋଗାଣ ପାଇଁ ଲୋଡ଼ ହୋଇଥିଲା ସେହି ଅଟୋର ଡ୍ରାଇଭର ଚକମା ଦେଖାଇ ଖସିଯାଇଛନ୍ତି। ପାଖାପାଖି ୪୦୦୦ ଅଣ୍ଡା ନେଇ ଡ୍ରାଇଭର ଜଣକ ଖସିଯାଇଛନ୍ତି। ଏମିତି ଏକ ଅଜବ ଘଟଣା ମଧ୍ୟପ୍ରଦେଶର ଗୁଆଲିଅରରୁ ଆସିଛି। ଏଠାରେ ଭାରତୀୟ ବାୟୁ ସେନାର କ୍ୟାଣ୍ଟିନ୍‌ ପାଇଁ ୪୦୦୦ ଅଣ୍ଡା ଏକ ଅଟୋରେ ଚାଲାଣ ପାଇଁ ପ୍ୟାକିଂ ହୋଇଥିଲା।  କିନ୍ତୁ ଅଟୋ ଡ୍ରାଭର ଜଣକ ଏହାକୁ ଠିକଣାସ୍ଥଳରେ […]

egg

  • Published: Monday, 12 December 2022
  • , Updated: 12 December 2022, 06:02 PM IST

ଇନ୍ଦୋର: ଯବାନଙ୍କ ଖାଇବା ପାଇଁ ପ୍ୟାକିଂ ହୋଇଥିଲା ଅଣ୍ଡା ଟ୍ରେ। ତେବେ ଯେଉଁ ଅଟୋରେ ଯୋଗାଣ ପାଇଁ ଲୋଡ଼ ହୋଇଥିଲା ସେହି ଅଟୋର ଡ୍ରାଇଭର ଚକମା ଦେଖାଇ ଖସିଯାଇଛନ୍ତି। ପାଖାପାଖି ୪୦୦୦ ଅଣ୍ଡା ନେଇ ଡ୍ରାଇଭର ଜଣକ ଖସିଯାଇଛନ୍ତି। ଏମିତି ଏକ ଅଜବ ଘଟଣା ମଧ୍ୟପ୍ରଦେଶର ଗୁଆଲିଅରରୁ ଆସିଛି। ଏଠାରେ ଭାରତୀୟ ବାୟୁ ସେନାର କ୍ୟାଣ୍ଟିନ୍‌ ପାଇଁ ୪୦୦୦ ଅଣ୍ଡା ଏକ ଅଟୋରେ ଚାଲାଣ ପାଇଁ ପ୍ୟାକିଂ ହୋଇଥିଲା।  କିନ୍ତୁ ଅଟୋ ଡ୍ରାଭର ଜଣକ ଏହାକୁ ଠିକଣାସ୍ଥଳରେ ପହଞ୍ଚାଇବା ବଦଳରେ ନିଜେ ନେଇ ଖସିଯାଇଛନ୍ତି। ଏବେବି ଅଟୋଟି ନିଖୋଜ ଥିବା ପୁଲିସ କହିଛି।

ଏନେଇ ଯୋଗାଣକାରୀ ବ୍ୟକ୍ତି ମୋରାର ପୁଲିସ  ଷ୍ଟେସନରେ ରବିବାର ଅଭିଯୋଗ କରିଛନ୍ତି। ଯୋଗାଣକାରୀ ଜଣକ କହିଛନ୍ତି ଯେ, ଅଣ୍ଡା ଟ୍ରେ ଗୁଡ଼ିକ ଏକ ଅଟୋରେ ଲୋଡ଼ କରିଥିବା ବେଳେ ପରିବା ଗୁଡ଼ିକ ଅନ୍ୟ ଏକ ଗାଡ଼ିରେ ଲୋଡ଼ କରିଥିଲେ। ହେଲେ ଅଣ୍ଡାଟ୍ରେ ଗୁଡ଼ିତକ ଧରି ଅଟୋ ଡ୍ରାଇଭର ଜଣକ ଫେରାର ମାରିଛନ୍ତି। ପୁଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related story