ଭୂକମ୍ପରେ ଦୋହଲିଲା ଦେବଭୂମୀ

ଡେରାଡୁନ: ଭୂକମ୍ପରେ ଦୋହଲିଆ ଦେବଭୂମୀ ଉତ୍ତରାଖଣ୍ଡ। ରବିବାର ସକାଳୁ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି। ଏଠାରେ ଗୋଟିଏ ସପ୍ତାହରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି। ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ୩ଟି ଜିଲ୍ଲା ତଥା ଉତ୍ତରକାଶୀ, ଡେରାଡୁନ୍ ଓ ଟେହରୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରକାଶୀ, ଟେହରୀ ଜିଲ୍ଲାରେ ସକାଳ ୮ଟା ୩୩ […]

Earthquake

Madhupriya Mistry
  • Published: Sunday, 06 November 2022
  • , Updated: 06 November 2022, 02:58 PM IST

ଡେରାଡୁନ: ଭୂକମ୍ପରେ ଦୋହଲିଆ ଦେବଭୂମୀ ଉତ୍ତରାଖଣ୍ଡ। ରବିବାର ସକାଳୁ ଉତ୍ତରକାଶୀ ଜିଲ୍ଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୫ ରେକର୍ଡ କରାଯାଇଛି। ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳୀ ରହିଛି। ଏଠାରେ ଗୋଟିଏ ସପ୍ତାହରେ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି।

ରିପୋର୍ଟ ଅନୁଯାୟୀ, ଉତ୍ତରାଖଣ୍ଡର ୩ଟି ଜିଲ୍ଲା ତଥା ଉତ୍ତରକାଶୀ, ଡେରାଡୁନ୍ ଓ ଟେହରୀରେ ଭୂମିକମ୍ପ ଅନୁଭୂତ ହୋଇଛି। ଉତ୍ତରକାଶୀ, ଟେହରୀ ଜିଲ୍ଲାରେ ସକାଳ ୮ଟା ୩୩ ମିନିଟରେ ଝଟକା ଲାଗିଥିଲା। ଏହାର କେନ୍ଦ୍ରସ୍ଥଳୀ ଉତ୍ତରକାଶୀ ଠାରୁ ୧୭ କିଲୋମିଟର ଦୂରରେ ରହିଥିବାବେଳେ ସ୍ଥଳଭାଗର ୫ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ରହିଛି । ତେବେ ଏଥିରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଭୂମିକମ୍ପ ଲାଗି ଲୋକେ ଭୟଭୀତ ହୋଇପଡିଛି । କେବଳ ଭାରତ ନୁହେଁ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୁତ ହୋଇଛି।

ପୂର୍ବରୁ ୧ ନଭେମ୍ବରରେ ମଧ୍ୟପ୍ରଦେଶର ଜବଲପୁର ସହିତ ଏହାର ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ରସ୍ଥଳୀ ପଚମଢ଼ୀ ଠାରୁ ୨୧୬ କିଲୋମିଟର ଦୂରରେ ରହିଥିଲା।

Related story