ଆଣ୍ଡାମାନ-ନିକୋବର ପରେ ପାଟଣାରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ମାତ୍ର କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ଭାରତର ଦୁଇଟି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସନ୍ଧ୍ୟା ୭.୨୩ରେ ପ୍ରଥମେ ଆଣ୍ଡାମାନ-ନୋକବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାକୁ ନେଇ ଲୋକମାନେ ଆତଙ୍କିତ ଥିବା ବେଳେ ପାଟନାରୁ ସମାନ ଖବର ଆସିଥିଲା। ରାତି ପ୍ରାୟ ୯.୨୩ରେ ପାଟନାବାସୀ ଭୂକମ୍ପ ଝଟକା ଅନୁଭବ କରିଥିଲେ। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଣ୍ଡାମାନରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୧ ଥିବା ରିକ୍ଟର ସ୍କେଲରେ ରେକର୍ଡ ହୋଇଛି। […]

earth-quack

Hemant Lenka
  • Published: Monday, 15 February 2021
  • , Updated: 15 February 2021, 10:38 PM IST

ନୂଆଦିଲ୍ଲୀ: ମାତ୍ର କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ଭାରତର ଦୁଇଟି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସନ୍ଧ୍ୟା ୭.୨୩ରେ ପ୍ରଥମେ ଆଣ୍ଡାମାନ-ନୋକବର ଦ୍ୱୀପପୁଞ୍ଜରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାକୁ ନେଇ ଲୋକମାନେ ଆତଙ୍କିତ ଥିବା ବେଳେ ପାଟନାରୁ ସମାନ ଖବର ଆସିଥିଲା। ରାତି ପ୍ରାୟ ୯.୨୩ରେ ପାଟନାବାସୀ ଭୂକମ୍ପ ଝଟକା ଅନୁଭବ କରିଥିଲେ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଣ୍ଡାମାନରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୧ ଥିବା ରିକ୍ଟର ସ୍କେଲରେ ରେକର୍ଡ ହୋଇଛି। ପୋର୍ଟବ୍ଲେୟାର ଠାରୁ ୨୫୮ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ। ଭୂପୃଷ୍ଠର ୧୦ କିମି ଗଭୀରରେ ଏହା ସୃଷ୍ଟି ହୋଇଥିଲା। ସେହିପରି ବିହାରର ପାଟନାରେ ହୋଇଥିବା ଭୂକମ୍ପ ଝଟକାର ତୀବ୍ରତା ୩.୫। ନାଳନ୍ଦା ଠାରୁ ୨୦ କିମି ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଥିବା ଜଣାପଡ଼ିଛି।


ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଥିଲେ ହେଁ କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ତେବେ ଝଟକା ପରେ ଲୋକମାନେ ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ସେହିପରି ପାଟନାର ଭୂକମ୍ପ ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ଟ୍ୱିଟ କରି ଲୋକଙ୍କ ସୁରକ୍ଷା କାମନା କରିଛନ୍ତି। ସେହିପରି ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ପଡ଼ିଲେ ଖୋଲା ସ୍ଥାନକୁ ଚାଲି ଯିବାକୁ କହିଛନ୍ତି।

Related story