ଦୀପାବଳିରେ ଥରିଲା ଗୁଜରାଟ

ସୁରତ: ଦୀପାବଳିରେ ଥରିଛି ଗୁଜରାଟ। କୌଣସି ବାଣ କିମ୍ବା ବିସ୍ଫୋରଣ ଯୋଗୁ ଗୁଜରାଟବାସୀ ଝଟକା ଅନୁଭବ କରି ନାହାନ୍ତି। ବରଂ ଭୂକମ୍ପ ଯୋଗୁ ସେମାନେ ଝଟକା ଅନୁଭବ କରିଛନ୍ତି। ଆଜି ଗୁଜରାଟର ଦ୍ୱାରକା ଓ ଏହାର ଆଖପାଖ ଅଞ୍ଚଳରେ ୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏଯାଏ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। କିନ୍ତୁ ଝଟକା ଯୋଗୁ କିଛି କୋଠା ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। […]

earth-quack

Hemant Lenka
  • Published: Thursday, 04 November 2021
  • , Updated: 04 November 2021, 06:15 PM IST

ସୁରତ: ଦୀପାବଳିରେ ଥରିଛି ଗୁଜରାଟ। କୌଣସି ବାଣ କିମ୍ବା ବିସ୍ଫୋରଣ ଯୋଗୁ ଗୁଜରାଟବାସୀ ଝଟକା ଅନୁଭବ କରି ନାହାନ୍ତି। ବରଂ ଭୂକମ୍ପ ଯୋଗୁ ସେମାନେ ଝଟକା ଅନୁଭବ କରିଛନ୍ତି। ଆଜି ଗୁଜରାଟର ଦ୍ୱାରକା ଓ ଏହାର ଆଖପାଖ ଅଞ୍ଚଳରେ ୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ଏଯାଏ କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ। କିନ୍ତୁ ଝଟକା ଯୋଗୁ କିଛି କୋଠା ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେହିପରି ଝଟକା ପରେ ଶତାଧିକ ଲୋକ ଭୟରେ ଖୋଲା ସ୍ଥାନରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ପ୍ରଶାସନ ପକ୍ଷରୁ ଏବେ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତିର ଆକଳନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଦ୍ୱାରକାର ଉତ୍ତର-ଉତ୍ତର ପୂର୍ବ ଦିଗଠାରୁ ୨୨୩ କିମି ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂକମ୍ପଟି ଅପରାହ୍ନ ୩.୧୫ରେ ଅନୁଭୂତ ହୋଇଥିଲା। ଏହାର ଗଭୀରତା ୧୦ କିମି ରହିଥିବା ଜଣାପଡ଼ିଛି। ଦ୍ୱାରକା ସମେତ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଝଟକା ଅନୁଭବ ହୋଇଥିବା ଖବର ମିଳିଛି।

ଏହାପୂର୍ବରୁ ଆଜି ସକାଳେ ଆସାମର ତେଜପୁରରେ ମଧ୍ୟ ମଧ୍ୟମ ଧରଣର ଭୂକମ୍ପ ଘଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହା ତୀବ୍ରତା ୩.୭ ରହିଥିଲା। ଏଥିରେ ମଧ୍ୟ କୌଣସି କ୍ଷୟକ୍ଷତି ହୋଇନାହିଁ।

Related story