ଭୂକମ୍ପରେ ଥରିଲା ଲେହ

ଶ୍ରୀନଗର: ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀରର ଲେହ। ମଙ୍ଗଳବାର ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା। ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି। ଭୂକମ୍ପର ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଯାଇଥିଲେ। ତେବେ ଏହା ଏତେ ଗୁରୁତର ନଥିଲା। ଏଥିରେ କେହି ମୃତାହତ ହୋଇଥିବା ଖବର […]

earthquake

Madhupriya Mistry
  • Published: Tuesday, 29 March 2022
  • , Updated: 29 March 2022, 11:59 AM IST

ଶ୍ରୀନଗର: ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କାଶ୍ମୀରର ଲେହ। ମଙ୍ଗଳବାର ଏଠାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା ରେକର୍ଡ କରାଯାଇଛି। ସକାଳ ୭ଟା ୨୯ରେ ଭୂକମ୍ପର ଝଟକା ଲାଗିଥିଲା। ଏହାର କେନ୍ଦ୍ର ଅଲଚୀରୁ ୧୮୬ କିମି ଅର୍ଥାତ ଉତ୍ତର ଚୀନ୍ ବୋଲି କୁହାଯାଉଛି।

ଭୂକମ୍ପର ଝଟକା ଲାଗିବା ପରେ ଲୋକେ ଘରୁ ବାହାରି ଯାଇଥିଲେ। ତେବେ ଏହା ଏତେ ଗୁରୁତର ନଥିଲା। ଏଥିରେ କେହି ମୃତାହତ ହୋଇଥିବା ଖବର ମଧ୍ୟ ଏବେସୁଦ୍ଧା ଆସିନାହିଁ।

ଏହାପୂର୍ବରୁ ସୋମବାର ବିଳମ୍ବିତ ରାତ୍ରରେ ଆଣ୍ଡାମାନରେ ଭୂମିକମ୍ପର ଝଟକା ଲାଗିଥିଲା। ଦିଗଲୀପୁର ଭୂମିକମ୍ପରେ ଥରିଥିଲା। ଏହାର ତୀବ୍ରତା ୪.୪ ଥିଲା। କେବଳ ଏତିକି ନୁହେଁ ଏହାର କେନ୍ଦ୍ରସ୍ଥଳୀ ଦିଗଲୀପୁରରୁ ୧୪୭ କିମି ଥିବା ସୂଚନା ମିଳିଛି।

ସେହିପରି ସୋମବାର ହିମାଚଳ ପ୍ରଦେଶରେ ମଧ୍ୟ ଭୂମିକମ୍ପ ହୋଇଥିଲା। ଏଠାରେ ସୋମବାର ମଧ୍ୟାହ୍ଣ ୧୨ଟା ୧୪ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୫ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ଭୂମି ଠାରୁ ୫ କିଲୋମିଟର ଭଗୀରରେ ଥିବା ଜଣାପଡିଥିଲା।

Related story