ଏଲଜେପିର ଦାଦା-ପୁତୁରା ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ‘ଚିହ୍ନ’ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ବିବାଦ କାରଣରୁ ଦୁଇ ଭାଗ ହୋଇ ଯାଇଥିବା ଲୋକଜନ ଶକ୍ତି ପାର୍ଟି(ଏଲଜେପି)କୁ ଏବେ ଦୁଇଟି ଭିନ୍ନ ନାଁର ମାନ୍ୟତା ମିଳିଛି। ଏଲଜେପିର ଗୋଟିଏ ଗୋଷ୍ଠୀର ନେତୃତ୍ୱ ଦାଦା ପଶୁପତି ପାରସ ନେଉଥିବା ବେଳେ ଅନ୍ୟପଟେ ଅଛନ୍ତି ପୁତୁରା ଚିରାଗ ପାଶ୍ୱାନ। ଉଭୟଙ୍କ ମଧ୍ୟରେ ଏଲଜେପିର ଦଳୀୟ ଚିହ୍ନକୁ ନେଇ ବିବାଦ ହେବାରୁ ଏହାର ସମାଧାନ କରିଛନ୍ତି ନିର୍ବାଚନ କମିଶନ। ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ଦୁଇଟି ରାଜନୀତିକ ଦଳ ଭାବେ ମାନ୍ୟତା ଦେଇଛନ୍ତି। ଏଥିସହ ସେମାନଙ୍କୁ […]

Chirag

Hemant Lenka
  • Published: Tuesday, 05 October 2021
  • , Updated: 05 October 2021, 01:59 PM IST

ନୂଆଦିଲ୍ଲୀ: ବିବାଦ କାରଣରୁ ଦୁଇ ଭାଗ ହୋଇ ଯାଇଥିବା ଲୋକଜନ ଶକ୍ତି ପାର୍ଟି(ଏଲଜେପି)କୁ ଏବେ ଦୁଇଟି ଭିନ୍ନ ନାଁର ମାନ୍ୟତା ମିଳିଛି। ଏଲଜେପିର ଗୋଟିଏ ଗୋଷ୍ଠୀର ନେତୃତ୍ୱ ଦାଦା ପଶୁପତି ପାରସ ନେଉଥିବା ବେଳେ ଅନ୍ୟପଟେ ଅଛନ୍ତି ପୁତୁରା ଚିରାଗ ପାଶ୍ୱାନ।

ଉଭୟଙ୍କ ମଧ୍ୟରେ ଏଲଜେପିର ଦଳୀୟ ଚିହ୍ନକୁ ନେଇ ବିବାଦ ହେବାରୁ ଏହାର ସମାଧାନ କରିଛନ୍ତି ନିର୍ବାଚନ କମିଶନ। ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ କମିଶନ ଦୁଇଟି ରାଜନୀତିକ ଦଳ ଭାବେ ମାନ୍ୟତା ଦେଇଛନ୍ତି। ଏଥିସହ ସେମାନଙ୍କୁ ଦୁଇଟି ଭିନ୍ନଭିନ୍ନ ନିର୍ବାଚନୀ ଚିହ୍ନ ମଧ୍ୟ ମିଳିଛି।

ଚିରାଗ ପାଶ୍ୱାନଙ୍କ ଗୋଷ୍ଠୀ ଏଣିକି ଲୋକ ଜନଶକ୍ତି ପାର୍ଟି(ରାମ ବିଲାସ ପାଶ୍ୱାନ) ନାଁରେ ପରିଚୟ ହାସଲ କରିବ। ସେହିପରି ପଶୁପତିଙ୍କ ଗୋଷ୍ଠୀକୁ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ନାଁରେ ନାମିତ କରାଯାଇଛି। ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି(ରାମ ବିଲାସ ପାଶ୍ୱାନ)କୁ ହେଲିକପ୍ଟର ଚିହ୍ନ ପ୍ରଦାନ କରିଥିବା ବେଳେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ନିର୍ବାଚନୀ ଚିହ୍ନ ହେଉଛି ସିଲେଇ ମେସିନ।

ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ଦଳୀୟ ଚିହ୍ନ ବଙ୍ଗଳା ଥିଲା। ଯାହାକୁ ଦୁଇ ଗୋଷ୍ଠୀଙ୍କ ବିବାଦ କାରଣରୁ ନିର୍ବାଚନ କମିଶନ ରଦ୍ଦ କରିଥିଲେ। ଆଜିର ନିଷ୍ପତ୍ତି ସମ୍ପର୍କରେ ନିର୍ବାଚନ କମିଶନ ବିହାର ନିର୍ବାଚନ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ନିର୍ବାଚନ କମିଶନ କହିଛନ୍ତି, ରିଟର୍ଣ୍ଣିଂ ଅଫିସର ତୁରନ୍ତ ଉପ ନିର୍ବାଚନରେ ଉଭୟ ଗୋଷ୍ଠୀର ନେତାଙ୍କୁ ଆଞ୍ଚଳିକ ଦଳର ପ୍ରାର୍ଥୀ ଭାବେ ସୂଚିତ କରିବେ।

ଏହାର ଅର୍ଥ ପ୍ରଥମଥର ପାଇଁ ଉପ ନିର୍ବାଚନରେ ଚିରାଗ ତାଙ୍କ ଦାଦା ପଶୁପତିଙ୍କ ସହ ଲଢ଼େଇ କରିବେ। ଗତବର୍ଷ ଲୋକ ଜନଶକ୍ତି ପାର୍ଟିର ସୁପ୍ରିମୋ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ ପରେ ଦଳକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚିରାଗ ଓ ପଶୁପତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

ବିବାଦର ସମାଧାନ ପାଇଁ ଉଭୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ। ଆସନ୍ତା ୩୦ ତାରିଖରେ ବିହାରର ଦୁଇଟି ଆସନରେ ଉପ ନିର୍ବାଚନ ହେବ। ଏହାପୂର୍ବରୁ ଉଭୟ ବିବାଦର ସମାଧାନ କରିବାକୁ ଚାହିଁଥିଲେ। ଏହାକୁ ଦୃଷ୍ଟିରେ ରଖି ଆଜି ନିର୍ବାଚନ ଦୁଇ ଗୋଷ୍ଠୀଙ୍କୁ ଭିନ୍ନଭିନ୍ନ ଚିହ୍ନ ପ୍ରଦାନ କରିଛନ୍ତି।

Related story