ଭିତରେ ୫୦୦ ଲୋକଙ୍କୁ ହଁ, ବାହାର ରାଲି ମନା

ନୂଆଦିଲ୍ଲୀ: କମିନି କୋଭିଡ୍‌ର ପ୍ରଭାବ। ତେଣୁ ନିର୍ବାଚନ ପାଇଁ ଖୋଲାମେଲା ପ୍ରଚାର ଉପରେ ଲାଗିଥିବା ରୋକ ବଳବତ୍ତର ରହିଛି।  ନିର୍ବାଚନରେ ପବ୍ଲିକ ରାଲିକୁ ନେଇ କଟକଣା ଅବଧିକୁ ବଢ଼ାଇଛନ୍ତି ଭାରତ ନିର୍ବାଚନ କମିଶନ। ୟୁପି ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନ ସଭା ନିର୍ବାଚନରେ ଫିଜିକାଲ ରାଲିକୁ ଅନୁମତି ଦିଆଯାଇଛି। ଏହି କଟକଣା  ଫେବୃଆରୀ ୧୧ ପର୍ଯ୍ୟନ୍ତ କାଏମ ରହିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସାଇକେଲ, ବାଇକ୍‌ ଏବଂ ଅନ୍ୟାନ୍ୟ ଭେଇକିଲ ରାଲି ଏବଂ […]

election

Tapas Behera
  • Published: Monday, 31 January 2022
  • , Updated: 31 January 2022, 05:40 PM IST

ନୂଆଦିଲ୍ଲୀ: କମିନି କୋଭିଡ୍‌ର ପ୍ରଭାବ। ତେଣୁ ନିର୍ବାଚନ ପାଇଁ ଖୋଲାମେଲା ପ୍ରଚାର ଉପରେ ଲାଗିଥିବା ରୋକ ବଳବତ୍ତର ରହିଛି।  ନିର୍ବାଚନରେ ପବ୍ଲିକ ରାଲିକୁ ନେଇ କଟକଣା ଅବଧିକୁ ବଢ଼ାଇଛନ୍ତି ଭାରତ ନିର୍ବାଚନ କମିଶନ। ୟୁପି ସମେତ ୫ ରାଜ୍ୟରେ ହେବାକୁ ଥିବା ବିଧାନ ସଭା ନିର୍ବାଚନରେ ଫିଜିକାଲ ରାଲିକୁ ଅନୁମତି ଦିଆଯାଇଛି।

ଏହି କଟକଣା  ଫେବୃଆରୀ ୧୧ ପର୍ଯ୍ୟନ୍ତ କାଏମ ରହିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ସାଇକେଲ, ବାଇକ୍‌ ଏବଂ ଅନ୍ୟାନ୍ୟ ଭେଇକିଲ ରାଲି ଏବଂ ପ୍ରୋସେସନ କଟକଣାକୁ ମଧ୍ୟ ବଢ଼ାଇଛନ୍ତି ନିର୍ବାଚନ କମିଶନ। ହେଲେ ଇନଡୋର ପବ୍ଲିକ ମିଟି , ଘର ଘର ପ୍ରଚାର ନେଇ ନିୟମ କୋହଳ କରିଛନ୍ତି କମିଶନ। ନୂଆ ଗାଇଡ୍‌ ଲାଇନ୍‌ ଅନୁଯାୟୀ,  ଘରେ ଘରେ ବୁଲି କ୍ୟାମ୍ପେନିଂ ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ପୂର୍ବରୁ ଏହି ସଂଖ୍ୟା ୧୦ ଜଣରେ ସୀମିତ ଥିଲା।

ତେବେ ଏହି ସଂଖ୍ୟାରୁ ସୁରକ୍ଷା କର୍ମୀଙ୍କୁ ବାଦ ଦିଆଯାଇଛି। କୋଭିଡ୍ ସଂକ୍ରମଣର ପ୍ରଭାବ ହ୍ରାସ ପାଇ ନଥିବାରୁ ଆମକୁ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ସେହିପରି ରାଜନୈତିକ ଦଳ ଲାଗି ଇନଡୋର ମିଟିଂ ପାଇଁ ୫୦୦ ଲୋକଙ୍କୁ ଅନୁମତି ଦେଇଛନ୍ତି ନିର୍ବାଚନ କମିଶନ। ପୂର୍ବରୁ ଏହା ୩୦୦ ଲୋକ କିମ୍ବା ହଲର ୫୦ ପ୍ରତିଶତ କ୍ଷମତାରେ ସୀମିତ ଥିଲା। ଅଥବା ସଭାସ୍ଥଳ ସ୍ଥିର ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ବାଞ୍ଛନୀୟ ବୋଲି ନିର୍ବାଚନ କମିଶନ କହିଥିଲେ। ତେବେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ କୋଭିଡ୍‌ ପ୍ରୋଟୋକଲକୁ ମାନିବା ନେଇ ସୁନିଶ୍ଚିତ କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି।

Related story