କକା-ପୁତୁରା ଲଢ଼େଇ ଭିତରେ ଏଲ୍‌ଜେପିର 'ବଙ୍ଗଳା' ଜବତ

ନୂଆଦିଲ୍ଲୀ: ଚିରାଗ ପାସୱାନ ଏବଂ ପଶୁପତି କୁମାର ପାରସଙ୍କ ବିବାଦ ଥମିବାର ନାଁ ନେଉନାହିଁ। ଦାଦା-ପୁତୁରାଙ୍କ ଲଢ଼େଇର ପ୍ରଭାବ ଏବେ ଦଳ ଉପରେ ପଢ଼ିଛି। ନିର୍ବାଚନ ଆୟୋଗ ‘ଲୋକ ଜନ ଶକ୍ତି’ (ଏଲ୍‌ଜେପି) ପାର୍ଟିର ନିର୍ବାଚନ ଚିହ୍ନ ‘ବଙ୍ଗଳା’କୁ ଜବତ କରିଛନ୍ତି। ଏହି ଚିହ୍ନକୁ ଏବେ ବରଖାସ୍ତ କରାଯାଇଛି। ବିହାର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆୟୋଗଙ୍କ ପଦକ୍ଷେପ ଏବେ ପାର୍ଟିର ଉଭୟ ଗୋଷ୍ଠୀ ଚିରାଗ ପାଶ୍ୱାନ ଓ ତାଙ୍କ […]

Chirag and Parash

Madhupriya Mistry
  • Published: Saturday, 02 October 2021
  • , Updated: 02 October 2021, 05:07 PM IST

ନୂଆଦିଲ୍ଲୀ: ଚିରାଗ ପାସୱାନ ଏବଂ ପଶୁପତି କୁମାର ପାରସଙ୍କ ବିବାଦ ଥମିବାର ନାଁ ନେଉନାହିଁ। ଦାଦା-ପୁତୁରାଙ୍କ ଲଢ଼େଇର ପ୍ରଭାବ ଏବେ ଦଳ ଉପରେ ପଢ଼ିଛି। ନିର୍ବାଚନ ଆୟୋଗ 'ଲୋକ ଜନ ଶକ୍ତି' (ଏଲ୍‌ଜେପି) ପାର୍ଟିର ନିର୍ବାଚନ ଚିହ୍ନ 'ବଙ୍ଗଳା'କୁ ଜବତ କରିଛନ୍ତି। ଏହି ଚିହ୍ନକୁ ଏବେ ବରଖାସ୍ତ କରାଯାଇଛି।

ବିହାର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆୟୋଗଙ୍କ ପଦକ୍ଷେପ ଏବେ ପାର୍ଟିର ଉଭୟ ଗୋଷ୍ଠୀ ଚିରାଗ ପାଶ୍ୱାନ ଓ ତାଙ୍କ କକା ପଶୁପତି କୁମାର ପାରସଙ୍କ ଲାଗି ଝଟକା ସାବ୍ୟସ୍ତ ହୋଇଛି।

ଉପନିର୍ବାଚନରେ ଉଭୟ ଚିରାଗ ଓ ପଶୁପତିଙ୍କ ଗୋଷ୍ଠୀ ନିର୍ବାଚନ ଚିହ୍ନ ‘ବଙ୍ଗଳା’ ଉପରେ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ। ଏବେ ନିର୍ବାଚନ ଆୟୋଗ ଏହାକୁ ଜବତ କରିନେଇଥିବା ଘୋଷଣା କରିଛନ୍ତି। ଆୟୋଗର ନିଷ୍ପତ୍ତି ଅନୁଯାୟୀ ବର୍ତ୍ତମାନ ଉଭୟ ନେତା ଏବଂ ସେମାନଙ୍କ ଦଳର ଲୋକ ଏଲ୍‌ଜେପିର ଏହି ଚିହ୍ନ ବ୍ୟବହାର କରିପାରିବେ ନାହିଁ।

[caption id="attachment_680977" align="aligncenter" width="650"] ଲୋକ ଜନ ଶକ୍ତି ପାର୍ଟିର ନିର୍ବାଚନ ଚିହ୍ନ ‘ବଙ୍ଗଳା’[/caption]

ନିର୍ବାଚନ ଆୟୋଗ କହିଛନ୍ତି, ଚିରାଗ ପାଶୱାନ ଏବଂ ପଶୁପତି ପାରସ, ଦୁହେଁ ଦଳର ନିର୍ବାଚନ ଚିହ୍ନଟ ବ୍ୟବହାର କରିପାରିବେ ନାହିଁ। ଉଭୟ ଗୋଷ୍ଠୀଙ୍କୁ ଏକ ଅନ୍ତରୀଣ ରାସ୍ତା ଆପଣାଇବାକୁ ଆୟୋଗ କହିଛନ୍ତି। ଏଥିସହ ଦୁଇ ଗୋଷ୍ଠୀ ଶୀଘ୍ର ଦଳ ର ନାଁ ଏବଂ ଚିହ୍ନକୁ ନେଇ ଶୀଘ୍ର ସମସ୍ୟା ସମାଧାନ କରିବାକୁ ଇଲେକସନ କମିଶନ କହିଛନ୍ତି।

ସୂଚନା ଅନୁସାରେ ଚିରାଗ ପାଶ୍ୱାନ ଶୁକ୍ରବାର ନିର୍ବାଚନ ଆୟୋଗଙ୍କୁ ଦେଖା କରି ତାଙ୍କ ଦଳର ନିର୍ବାଚନ ଚିହ୍ନ ଦଳ ନିକଟରେ ରହୁ ବୋଲି ଦାବି କରିଥିଲେ। ଏଲଜେପି ଏବେ ଦୁଇ ଗୋଷ୍ଠୀରେ ବିଭାଜିତ ହୋଇଛି। ଗୋଟିଏ ଗୋଷ୍ଠୀର ନେତୃତ୍ୱ ଚିରାଗ ପାଶ୍ୱାନ ନେଇଥିବା ବେଳେ ଅନ୍ୟ ଗୋଷ୍ଠୀର ସଭାପତି ଅଛନ୍ତି କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ। ଏଣୁ ପାର୍ଟି ବିଭାଜିତ ହୋଇଥିବାରୁ  ନିର୍ବାଚନ ଆୟୋଗ ଦଳୀୟ ଚିହ୍ନ ଜବତ କରିନେଇଛନ୍ତି। ତେବେ ଦଳୀୟ ଚିହ୍ନ ନେଇ ସେମାନଙ୍କ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଆପୋଷ ବୁଝାମଣା ହୋଇ ନାହିଁ।

ବିହାର ବିଧାନସଭାର ୨ଟି ଆସନ ଲାଗି ରାଜ୍ୟରେ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ୩୦ ତାରିଖରେ ଉପ-ନିର୍ବାଚନ ଭୋଟ ପଡିବ। ଏହାରି ଭିତରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାରେ ଏଲ୍‌ଜେପିର ନିର୍ବାଚନ ଚିହ୍ନ ଜବତ ହେବା ପ୍ରାର୍ଥୀଙ୍କୁ ନିରାଶ କରିଛି।

https://twitter.com/ANI/status/1444238959039508482?s=20

Related story