କେବଳ ଜ୍ୟାକଲିନ ନୁହନ୍ତି, ମହାଠକ ସୁକେଶ ଲିଙ୍କରେ ଆଉ ୫ ବଲିଉଡ ଅଭିନେତ୍ରୀ!

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରର ବଲିଉଡ ଲିଙ୍କ ଧୀରେଧୀରେ ଫିଟିବାରେ ଲାଗିଛି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ସୁକେଶ ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ନୋରା ଫତେଇଙ୍କ ଲିଙ୍କ ଥିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଥିଲା। ଏବେ ଅଧିକ ତଦନ୍ତ ହେବାରୁ ସୁକେଶ ସହ ଲିଙ୍କ ରହିଥିବା ଅଭିଯୋଗରେ ଇଡି ଆଉ ୫ ଜଣ ବଲିଉଡ ଅଭିନେତ୍ରୀଙ୍କ ତାଲିକା ପ୍ରସ୍ତୁତ କରିଛି। ଅଭିନେତ୍ରୀମାନଙ୍କୁ ସୁକେଶ ନିଜ ଜାଲରେ ଫସାଇବା ସହ ଦାମୀ […]

Sukesh

Hemant Lenka
  • Published: Friday, 24 December 2021
  • , Updated: 24 December 2021, 07:49 PM IST

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରର ବଲିଉଡ ଲିଙ୍କ ଧୀରେଧୀରେ ଫିଟିବାରେ ଲାଗିଛି। ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ ସୁକେଶ ସହ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ଓ ନୋରା ଫତେଇଙ୍କ ଲିଙ୍କ ଥିବା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଥିଲା।

ଏବେ ଅଧିକ ତଦନ୍ତ ହେବାରୁ ସୁକେଶ ସହ ଲିଙ୍କ ରହିଥିବା ଅଭିଯୋଗରେ ଇଡି ଆଉ ୫ ଜଣ ବଲିଉଡ ଅଭିନେତ୍ରୀଙ୍କ ତାଲିକା ପ୍ରସ୍ତୁତ କରିଛି। ଅଭିନେତ୍ରୀମାନଙ୍କୁ ସୁକେଶ ନିଜ ଜାଲରେ ଫସାଇବା ସହ ଦାମୀ ଉପହାର ଦେଇଥିବା ଜଣାପଡ଼ିଛି। ଏହି ୫ ଅଭିନେତ୍ରୀ ସୁକେଶ ଠାରୁ ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବେ ୮ଟି ଦାମୀ ଉପହାର ଗ୍ରହଣ କରିଥିଲେ।

ତେବେ ସେମାନଙ୍କ ନାଁ ସାର୍ବଜନୀନ କରାଯାଇନି। ଖୁବଶୀଘ୍ର ସେମାନଙ୍କୁ ଇଡି ହାଜର ହେବାକୁ ସମନ ପଠାଇବ। ବର୍ତ୍ତମାନ ସେମାନଙ୍କୁ ମହାଠକ ସୁକେଶ ଘଟଣାରେ ସାକ୍ଷୀ ଭାବେ ବିବେଚନା କରାଯାଉଛି। କିନ୍ତୁ ଜେରା ବେଳେ ଯଦି ସେମାନଙ୍କର ଆଉ କୌଣସି ଲିଙ୍କ ସାମ୍ନାକୁ ଆସିବ, ତା’ହେଲେ ସେମାନଙ୍କୁ ଅଭିଯୁକ୍ତ ଭାବେ ବିବେଚନା କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖର ଠାରୁ ଉପହାର ଗ୍ରହଣ କରିବା ବେଳେ ଏହି ୫ ଅଭିନେତ୍ରୀ ତା’ର ପ୍ରକୃତ ପରିଚୟ ଜାଣିଥିଲେ କି ନାହିଁ, ସେକଥା ଇଡି ଜାଣିବାକୁ ଚାହୁଁଛି। ଏଥିସହ ସେମାନେ କାହିଁକି ତା’ ଠାରୁ ଉପହାର ନେଇଥିଲେ? ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ରହିଥିଲା କି ନାହିଁ, ସେସବୁର ଖୋଳତାଡ଼ ଇଡି କରିବ।

ଅନ୍ୟପକ୍ଷରେ ସୁକେଶ ଠାରୁ ଜ୍ୟାକଲିନ ଓ ନୋରା ଗ୍ରହଣ କରିଥିବା ଦାମୀ ଉପହାରକୁ ଇଡି ଖୁବଶୀଘ୍ର ସିଜ୍‌ କରିବ। ଏହା ମଧ୍ୟରେ ଦାମୀ କାର, ହୀରା ଅଳଙ୍କାର ଓ ବ୍ୟାଗ ରହିଛି। ସୁକେଶ ୧୦ କୋଟି ଟଙ୍କାର ଉପହାର ଜ୍ୟାକଲିନଙ୍କୁ ଦେଇଥିବା ବେଳେ ନୋରା ଗୋଟିଏ ବିଏମଡବ୍ଲ୍ୟୁ କାର ପାଇଛନ୍ତି।

ଠକେଇ ଟଙ୍କାରେ ସୁକେଶ ଏହି ସବୁ ଉପହାର କିଣିଥିବା ଇଡି ଜାଣିବାକୁ ପାଇଛି। ୨୦୨୦ ଜୁନରୁ ୨୦୨୧ ମେ’ ମଧ୍ୟରେ ସୁକେଶ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଠକେଇ କରିଛି। ସେ ନିଜକୁ କେତେବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ପିଏ କହୁଥିବା ବେଳେ ଆଉ କେତେବେଳେ ଆଇନଜୀବୀ କହୁଥିଲା। ଏପରି ଭାବେ ଲୋକଙ୍କ ପାଖରେ ପହଞ୍ଚି ସେ ଠକେଇ କରୁଥିଲା।

Related story