ସାଂସଦ ସଞ୍ଜୟ ରାଉତ ଅଟକ

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସାଂସଦ ସଞ୍ଜୟ ରାଉତ ଅଟକ। ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କୁ ଅଟକ ରଖିଛି। ଏହି ମାମଲାରେ ଆଜି ତାଙ୍କୁ ପଚରାଉଚରା କରିବା ପରେ ଇଡି ଏହି ପଦକ୍ଷେପ ନେଇଛି। ଆଜି ଭୋରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇ ସ୍ଥିତ ସଞ୍ଜୟ ରାଉତଙ୍କ ଘରେ ପଶିଥିଲା। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସେଠାରେ ସାଂସଦଙ୍କୁ ଇଡି ୩ ଘଣ୍ଟା ଧରି ଜେରା କରିଥିଲା। ତେବେ ଇଡିର ଏପରି କାର୍ଯ୍ୟକୁ ବିରୋଧ କରି […]

sanjay

  • Published: Sunday, 31 July 2022
  • , Updated: 31 July 2022, 05:20 PM IST

ମୁମ୍ବାଇ: ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସାଂସଦ ସଞ୍ଜୟ ରାଉତ ଅଟକ। ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଙ୍କୁ ଅଟକ ରଖିଛି। ଏହି ମାମଲାରେ ଆଜି ତାଙ୍କୁ ପଚରାଉଚରା କରିବା ପରେ ଇଡି ଏହି ପଦକ୍ଷେପ ନେଇଛି।

ଆଜି ଭୋରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁମ୍ବାଇ ସ୍ଥିତ ସଞ୍ଜୟ ରାଉତଙ୍କ ଘରେ ପଶିଥିଲା। ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ସେଠାରେ ସାଂସଦଙ୍କୁ ଇଡି ୩ ଘଣ୍ଟା ଧରି ଜେରା କରିଥିଲା। ତେବେ ଇଡିର ଏପରି କାର୍ଯ୍ୟକୁ ବିରୋଧ କରି ରାଗିଯାଇଥିଲେ ଶିବସେନା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାଉତ।

ଇଡି ପକ୍ଷରୁ ତାଙ୍କୁ ପୂର୍ବରୁ ଦୁଇଟି ସମନ ପଠାଯାଇଥିଲା। ଶେଷ ଥର ପାଇଁ ଜୁଲାଇ ୨୭ରେ ଏକ ସମନ ହୋଇଥିଲା।

ଜୁଲାଇ ୨୦ ତାରିଖରେ ଇଡି କରିଥିବା ସମନର ଉତ୍ତର ସେ ତାଙ୍କ ଓକିଲ ହାତରେ ପଠାଇଥିଲେ। ସଂସଦ ଅଧିବେଶନ ଚାଲୁଥିବାରୁ ଆସନ୍ତା ଅଗଷ୍ଟ ୭ ତାରିଖ ପରେ ସେ ହାଜର ହେବେ ବୋଲି ଇଡିକୁ ଜଣାଇଥିଲେ।

ତେବେ ଜୁଲାଇ ପହିଲାରେ ସେ ତାଙ୍କ ବୟାନ ରେକର୍ଡ କରାଇଥିଲେ। ଏହି ମାମଲାରେ ଇଡି ସଂଜୟଙ୍କ ଦାଦର ଓ ଆଲିବାଗ ସମ୍ପତ୍ତି ଜବତ କରିଥିଲା।

ମହାରାଷ୍ଟ୍ର ରାଜନୀତିରେ ପ୍ରତିକ୍ଷଣ ଚାଲିଥିବା ହଲଚଲ ଭିତରେ ଉଦ୍ଧବ ଠାକେରଙ୍କୁ ସମର୍ଥନ ଦେଇ ଚର୍ଚ୍ଚାରେ ରହିଛନ୍ତି ସଞ୍ଜୟ। ଏହି ସମୟରେ ଇଡି ଚଢ଼ଉ ଆଲୋଚନାକୁ ଖୋରାକ ଯୋଗାଇଛି।

Related story