ମୋଦିଙ୍କ ଘରେ ଇଦ ପର୍ବ!

ସ୍ବାତୀ ଜେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ପାଳିତ ହେଉଥିଲା ଇଦ୍ ପର୍ବ। ମା’ ହୀରାବେନ୍ ଇଦ୍‌ରେ ରାନ୍ଧୁଥିଲେ ସୁସ୍ୱାଦୁ ବ୍ୟଞ୍ଜନ। ମା’ଙ୍କ ଶହେତମ ଜନ୍ମଦିନରେ ମୋଦି ନିଜ ଟୁଇଟରରେ ଏକ ବ୍ଲଗ ଲେଖି ଏମିତି କିଛି ଅଜଣା କଥା ବଖାଣିଛନ୍ତି। ମୋଦିଙ୍କର ପିଲା ଦିନର ଜଣେ ବନ୍ଧୁ ଥିଲେ ଆବ୍ବାସ ଯେ କି ତାଙ୍କ ଘରେ ରହି ପାଠ ପଢୁଥିଲେ। ଆବ୍ବାସଙ୍କ ବାପା ଓ ମୋଦିଙ୍କ ବାପାଙ୍କ ମଧ୍ୟରେ ବନ୍ଧୁତା ଥିଲା। ପଡ଼ୋଶୀ ଗାଁରେ ରହୁଥିବା ଆବ୍ବାସଙ୍କ […]

Modi

Debendra Prusty
  • Published: Saturday, 18 June 2022
  • , Updated: 18 June 2022, 05:51 PM IST
  • ସ୍ବାତୀ ଜେନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ପାଳିତ ହେଉଥିଲା ଇଦ୍ ପର୍ବ। ମା’ ହୀରାବେନ୍ ଇଦ୍‌ରେ ରାନ୍ଧୁଥିଲେ ସୁସ୍ୱାଦୁ ବ୍ୟଞ୍ଜନ। ମା’ଙ୍କ ଶହେତମ ଜନ୍ମଦିନରେ ମୋଦି ନିଜ ଟୁଇଟରରେ ଏକ ବ୍ଲଗ ଲେଖି ଏମିତି କିଛି ଅଜଣା କଥା ବଖାଣିଛନ୍ତି। ମୋଦିଙ୍କର ପିଲା ଦିନର ଜଣେ ବନ୍ଧୁ ଥିଲେ ଆବ୍ବାସ ଯେ କି ତାଙ୍କ ଘରେ ରହି ପାଠ ପଢୁଥିଲେ। ଆବ୍ବାସଙ୍କ ବାପା ଓ ମୋଦିଙ୍କ ବାପାଙ୍କ ମଧ୍ୟରେ ବନ୍ଧୁତା ଥିଲା। ପଡ଼ୋଶୀ ଗାଁରେ ରହୁଥିବା ଆବ୍ବାସଙ୍କ ପିତାଙ୍କ ବିୟୋଗ ପରେ ସେ ଆସି ମୋଦିଙ୍କ ପରିବାର ସହ ରହିଲେ। ଆବ୍ବାସଙ୍କୁ ବି ନିଜ ପୁଅ ଭଳି ଭଲ ପାଉଥିଲେ ମୋଦିଙ୍କ ମା’ ହୀରାବେନ୍। ସ୍ୱତନ୍ତ୍ର ଭାବେ ଆବ୍ବାସଙ୍କ ପାଇଁ ସେ ଇଦ୍‌ରେ ତା’ର ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରୁଥିଲେ।

ନିଜ ମା’ଙ୍କୁ ନେଇ ଏମିତି ଅନେକ ଅକୁହା ଓ  ଅଜଣା କଥା ବେଶ ଭାବପ୍ରବଣ ହୋଇ ନିଜ ବ୍ଲଗ୍‌ରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଦେଶର ପ୍ରଧାନମନ୍ତ୍ରୀ ପଦରେ ରହି ସମସ୍ତ ପ୍ରକାରର ସୌଖୀନ ସେବାର ସୁଯୋଗ ପାଉଥିବା ମୋଦିଙ୍କ ପିଲା ଦିନ ଘୋର ଦାରିଦ୍ର୍ୟ ମଧ୍ୟରେ କଟିଛି। ବାପା ଭୋର ୪ଟାରୁ ଚା ଦୋକାନ ଖୋଲି ପରିବାର ଚଳାଉଥିବା ବେଳେ ମା’ ଅନ୍ୟ ଘରେ ବାସନ ମାଜି ଛୁଆଙ୍କ ମୁହଁରେ ଦାନା ଦେଉଥିଲେ।

ଝାଟିମାଟିର ଗୋଟିଏ ଛୋଟ କୁଡ଼ିଆ ଥିଲା ତାଙ୍କ ପାଇଁ ସ୍ୱର୍ଗସମ ଘର। ଯାହାକୁ ଅତି ଯତ୍ନର ସହ ତାଙ୍କ ମା’ ସୁସଜିତ କରି ରଖୁଥିଲେ। ପ୍ରତ୍ୟହ ଗୋବରରେ ଲିପିବା ସହ ତେନ୍ତୁଳି ମଞ୍ଜିରେ ଅଠା ତିଆରି କରି ଘର ସଜାଉଥିଲେ। କିନ୍ତୁ ଅର୍ଥାଭାବରୁ ଘର ଟାଇଲ ଛପର ସଜଡ଼ା ହୋଇପାରୁ ନଥିଲା। ତେଣୁ ବର୍ଷା ଦିନେ ଛପର କଣା ହୋଇ ଘରେ ପାଣି ପଡ଼େ। ଘର ଛପର ତଳେ ବିଭିନ୍ନ ବାସନକୁସନ ରଖି ମୋଦିଙ୍କ ମା’ ବର୍ଷା ପାଣି ସଂଗ୍ରହ କରନ୍ତି। ଫଳରେ ମାଟି ଚଟାଣ ଅଧିକ କାଦୁଅ ହୁଏ ନାହିଁ। ଆଉ ବର୍ଷା ଜଳ କାମରେ ବି ଲାଗିଯାଏ।

ମୋଦି ତାଙ୍କ ବ୍ଲଗରେ ନିଜ ମା’ଙ୍କ ବିଷୟରେ କିଛି ସୁଲଭ ଗୁଣ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ତାଙ୍କ ମା’ ପରିସ୍କାର ପରିଛନ୍ନତାକୁ ବେଶ ଗୁରୁତ୍ୱ ଦିଅନ୍ତି। ଘର ବିଛଣାକୁ ସେ ସବୁବେଳେ ସଫା ସୁତୁରା ରଖିବାକୁ ଭଲ ପାଆନ୍ତି। ସେହି ଗୁଣ ସେ ଶହେ ବର୍ଷରେ ପହଁଚିଲା ପରେ ବି ଅଛି। ପଶୁପକ୍ଷୀଙ୍କୁ ସେ ବେଶ ଶ୍ରଦ୍ଧା କରନ୍ତି। ଚଢ଼େଇଙ୍କୁ ମାଟି ପାତ୍ରରେ ପାଣି ପିଇବାକୁ ଦେବା ସହ ଗାଈଙ୍କୁ ରୁଟି ସହ ଘିଅ ଲଗାଇ ଖାଇବାକୁ ଦେଉଥିଲେ।

ମୋଦିଙ୍କ ମା’ ବେଶ ଧର୍ମ ପରାୟଣା ଥିଲେ। ତେଣୁ ସାଧୁସନ୍ଥକୁ ପୂଜା କରିବା ସହ ସେମାନଙ୍କ ସେବା କରିବାକୁ ନିଜ ପିଲାଙ୍କୁ ପରାମର୍ଶ ଦେଉଥିଲେ। ତେବେ ମୋଦିଙ୍କ ବ୍ରହ୍ମଚର୍ଯ୍ୟ ଓ ସନ୍ନ୍ୟାସ ଜୀବନ ପାଇଁ ଯଦିଓ ବାପା ଅମଙ୍ଗ ଥିଲେ ମା’ କିନ୍ତୁ ସେଥିପାଇଁ ଆର୍ଶୀବାଦ ଦେଇଥିବା ନିଜ ବ୍ଲଗରେ ଲେଖିଛନ୍ତି ମୋଦି। ମା’ଙ୍କ ଆର୍ଶୀବାଦରେ ହିଁ ସେ ଜନକଲ୍ୟାଣଠାରୁ ନେଇ ଅବିରତ ପରିଶ୍ରମ କରିବାର ଶକ୍ତି ପାଉଥିବା ସେ ଲେଖିଛନ୍ତି।

ସବୁଠାରୁ ବଡ଼ କଥା ହେଲା, ଦୀର୍ଘ ୨୦ ବର୍ଷ ହେଲା ମୋଦିଙ୍କ ମା’ ତାଙ୍କର କୌଣସି ବି ସର୍ବସାଧାରଣ ସମରୋହରେ ସାମିଲ ହୋଇ ନାହାଁନ୍ତି। ଏପରିକି ଦେଶରେ ପ୍ରଧାନମନ୍ତ୍ରୀଙ୍କ ମା’ ଭାବେ ସେ କୌଣସି ବି ସାମାଜିକ କାର୍ଯ୍ୟକ୍ରମରେ ମୋଦିଙ୍କ ସହ ଆସି ନାହାଁନ୍ତି। ଶେଷ ଥର ପାଇଁ ୨୦୦୧ରେ ମୋଦି ପ୍ରଥମର ଥର ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଅବସରରେ ସାର୍ବଜନୀନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୁଅକୁ ଆର୍ଶୀବାଦ ଦେଇଥିଲେ।

Related story