ଘର ଖାଲି କଲେନି ଭଡ଼ାଟିଆ, ସିଡ଼ିରେ ସପ୍ତାହେ କାଟିଲେ ମାଲିକ

ନୋଏଡା: ଶେଷରେ ନିଜ ଘରେ ପ୍ରବେଶ କରିଛନ୍ତି ଦମ୍ପତି। ଭଡ଼ାଟିଆଙ୍କ ସହ ବିବାଦ ଯୋଗୁ ଏହି ବୟସ୍କ ଦମ୍ପତି ଦୀର୍ଘ ଗୋଟିଏ ସପ୍ତାହରୁ ଅଧିକ ଦିନ ହେଲାଣି ନିଜ ଘର ବାହାରେ ଥିବା ସିଡ଼ିରେ ହିଁ ନିଜ ଜିନିଷପତ୍ର ସହ ରାତି କାଟୁଥିଲେ। ହେଲେ ବିଭିନ୍ନ ଗଣମାଧ୍ୟମରେ ଦମ୍ପତିଙ୍କ ଖବର ପ୍ରକାଶ ପାଇବା ପରେ ଭଡ଼ାଟିଆ ଭୟରେ ଘର ଖାଲି କରି ଦେଇଛନ୍ତି। ଏହାପରେ ଗ୍ରେଟର ନୋଏଡା ସୋସାଇଟିରେ ଥିବା ନିଜ ଘରେ ପ୍ରବେଶ କରିବାକୁ ସକ୍ଷମ […]

couple

couple

Hemant Lenka
  • Published: Friday, 29 July 2022
  • Updated: 29 July 2022, 12:36 PM IST

Sports

Latest News

ନୋଏଡା: ଶେଷରେ ନିଜ ଘରେ ପ୍ରବେଶ କରିଛନ୍ତି ଦମ୍ପତି। ଭଡ଼ାଟିଆଙ୍କ ସହ ବିବାଦ ଯୋଗୁ ଏହି ବୟସ୍କ ଦମ୍ପତି ଦୀର୍ଘ ଗୋଟିଏ ସପ୍ତାହରୁ ଅଧିକ ଦିନ ହେଲାଣି ନିଜ ଘର ବାହାରେ ଥିବା ସିଡ଼ିରେ ହିଁ ନିଜ ଜିନିଷପତ୍ର ସହ ରାତି କାଟୁଥିଲେ। ହେଲେ ବିଭିନ୍ନ ଗଣମାଧ୍ୟମରେ ଦମ୍ପତିଙ୍କ ଖବର ପ୍ରକାଶ ପାଇବା ପରେ ଭଡ଼ାଟିଆ ଭୟରେ ଘର ଖାଲି କରି ଦେଇଛନ୍ତି। ଏହାପରେ ଗ୍ରେଟର ନୋଏଡା ସୋସାଇଟିରେ ଥିବା ନିଜ ଘରେ ପ୍ରବେଶ କରିବାକୁ ସକ୍ଷମ ହୋଇଛନ୍ତି ଦମ୍ପତି। ଏଥିପାଇଁ ସେମାନେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୁନୀଲ କୁମାର ଓ ତାଙ୍କ ପତ୍ନୀ ରାକ୍ଷୀ ଗୁପ୍ତା ଗ୍ରେଟର ନୋଏଡାର ସେକ୍ଟର ୧୬ ବିରେ ଥିବା ଶ୍ରୀ ରାଧା ସ୍କାଏ ଗାର୍ଡେନ ସୋସାଇଟିର ୧୫ତମ ମହଲାରେ ଗୋଟିଏ ଫ୍ଲାଟ କିଣିଥିଲେ। ଏହାପରେ ଜଣେ ମହିଳାଙ୍କୁ ସେ ୧୧ ମାସ ପାଇଁ ଏଠାରେ ଭଡ଼ାରେ ରହିବାକୁ ଦେଇଥିଲେ। ଚୁକ୍ତି ଶେଷ ହେବା ପରେ ସେ ଭଡ଼ାଟିଆଙ୍କୁ ଘର ଖାଲି କରିବାକୁ କହିଥିଲେ। କିନ୍ତୁ ମହିଳା ଜଣଙ୍କ ଘର ଖାଲି କରି ନଥିଲେ।

ଫଳରେ ଏଠାରେ ରହିବାକୁ ଆସିଥିବା ସୁନୀଲ କୁମାର ଓ ରାକ୍ଷୀ ବାଧ୍ୟ ହୋଇ ଫ୍ଲାଟର ପାହାଚରେ ଦୀର୍ଘ ସପ୍ତାହେ ହେଲାଣି ବସି ରହିଥିଲେ। ତେବେ ଗୁରୁବାର ରାତିରେ ସେମାନେ ନିଜ ଘର ପାଇବାକୁ ସକ୍ଷମ ହୋଇଥିବାରୁ ବେଶ ଖୁସି ବ୍ୟକ୍ତ କରିଛନ୍ତି। ଖୁସିରେ ସେମାନେ କାନ୍ଦି ପକାଇବା ସହ ଘର ଭିତରେ ଫଟୋ ମଧ୍ୟ ଉଠାଇଛନ୍ତି। ତେବେ ଭଡ଼ାଟିଆ ଜଣଙ୍କ ଘରୁ ନିଜ ଜିନିଷପତ୍ର ଖାଲି କରି ନାହାନ୍ତି। ଜିନିଷ ନେବାକୁ ସେ ମାଲିକ ଦମ୍ପତିଙ୍କ ଠାରୁ ଗୋଟିଏ ଦିନ ସମୟ ମାଗିଛନ୍ତି। ଦମ୍ପତି ମଧ୍ୟ ତାଙ୍କୁ ଅନୁରୋଧ ରଖିଛନ୍ତି। ଦମ୍ପତିଙ୍କୁ ଘର ପାଇବାରେ ସହାୟତା କରିଥିବା ସମସ୍ତ ମିଡିଆ ଓ ଲୋକମାନଙ୍କୁ ରାକ୍ଷୀ ଗୁପ୍ତା ଗୋଟିଏ ବିବୃତି ଜାରି କରି ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

ସପ୍ତାହେ କାଳ ଦମ୍ପତି ଭୋଗିଥିବା ଯନ୍ତ୍ରଣା ସମୟର କଥା କହିବା ବେଳେ ରାକ୍ଷୀ ଗୁପ୍ତା କାନ୍ଦି ପକାଇଥିଲେ। ସେ କହିଥିଲେ ଯେ “ଆମେ ଜୁଲାଇ ୨୦୨୧ରେ ପ୍ରୀତି ନାମକ ଜଣେ ମହିଳାଙ୍କୁ ଆମ ଘର ୧୧ ମାସ ପାଇଁ ଭଡ଼ାରେ ଦେଇଥିଲୁ। ଏହି ଅବଧି ଗତ ମାସରେ ଶେଷ ହୋଇଥିଲା। ନିୟମ ଅନୁସାରେ ଚୁକ୍ତି ଶେଷ ହେବାର ୨ ମାସ ପୂର୍ବରୁ ଆମେ ତାଙ୍କୁ ଘର ଖାଲି କରିବାକୁ ମନେ ପକାଇ ଦେଇଥିଲୁ। ହେଲେ ସେ ଆମ କଥାକୁ ଗୁରୁତ୍ୱ ଦେଇ ନଥିଲେ ଓ ଘର ଖାଲି କରି ନଥିଲେ।”

ସୁନୀଲ କୁମାର ମୁମ୍ବାଇରେ ଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିଃ(ବିପିସିଏଲ)ରେ କାମ କରୁଥିବା ବେଳେ ମାର୍ଚ୍ଚ ମାସରେ ଅବସର ନେଇଛନ୍ତି। ଭଡ଼ାଟିଆ ଘର ଖାଲି କରିବାକୁ ଥିବାରୁ ସେମାନେ ମୁମ୍ବାଇରୁ ଗ୍ରେଟର ନୋଏଡା ଆସିଥିଲେ। ପ୍ରଥମେ ସେମାନେ ଜଣେ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିଥିଲେ। ଏହାପରେ ସେମାନେ ଜିନିଷପତ୍ର ଧରି ନିଜର ଫ୍ଲାଟରେ ପହଞ୍ଚିଲା ବେଳକୁ ଭଡ଼ାଟିଆ ପ୍ରୀତି ଏହାକୁ ଖାଲି କରି ନଥିଲେ।

ସେମାନେ ବାରମ୍ବାର ତାଙ୍କୁ ଘର ଖାଲି କରିବାକୁ କହି ନିରାଶ ହେବାରୁ ଫ୍ଲାଟ ବାହାରେ ହିଁ ରହିବା ଆରମ୍ଭ କରିଥିଲେ। ଦମ୍ପତି ପୁଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହା ଏକ ସିଭିଲ ମାମଲା ହୋଇଥିବାରୁ ପୁଲିସ୍‌ ଦମ୍ପତିଙ୍କୁ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କହିଥିଲା। ହେଲେ ଗଣମାଧ୍ୟମରେ ଘନଘନ ଖବର ପ୍ରକାଶ ପାଇବାରୁ ପ୍ରୀତି ବାଧ୍ୟ ହୋଇ ଗତକାଲି ରାତିରେ ଦମ୍ପତିଙ୍କୁ ତାଙ୍କ ଘର ହସ୍ତାନ୍ତର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story