ଭୋଟିଂ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରଙ୍କୁ କରୋନା

ନୂଆଦିଲ୍ଲୀ: ଭୋଟିଂ ପୂର୍ବରୁ ପଡିଲା କରୋନା ଚଡକ, ବଢ଼ିଲା ଚିନ୍ତା। ମହାମାରୀରେ କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ଦେଶର ମୁଖ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର। ନୂଆ କରି ଭାର ସମ୍ଭାଳିଥିବା ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି। ନିର୍ବାଚନ କମିଶନଙ୍କ ୨ ବରିଷ୍ଠ ଅଧିକାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଭୋଟିଂ ଚିନ୍ତା ଘାରିଛି, ସମସ୍ତ […]

Election commissioner sushil chandra and Rajiv kumar

Madhupriya Mistry
  • Published: Tuesday, 20 April 2021
  • , Updated: 20 April 2021, 11:45 AM IST

ନୂଆଦିଲ୍ଲୀ: ଭୋଟିଂ ପୂର୍ବରୁ ପଡିଲା କରୋନା ଚଡକ, ବଢ଼ିଲା ଚିନ୍ତା। ମହାମାରୀରେ କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ଦେଶର ମୁଖ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନର। ନୂଆ କରି ଭାର ସମ୍ଭାଳିଥିବା ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ମିଳିଛି। ନିର୍ବାଚନ କମିଶନଙ୍କ ୨ ବରିଷ୍ଠ ଅଧିକାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଭୋଟିଂ ଚିନ୍ତା ଘାରିଛି, ସମସ୍ତ ମନରେ ଭୟର ବାତାବରଣ ଖେଳିଯାଇଛି । ଆଗକୁ ହେବାକୁ ଥିବା ପଶ୍ଚିମବଙ୍ଗର ବାକି ଥିବା ୩ଟି ପର୍ଯ୍ୟାୟ ମତଦାନକୁ ନେଇ ଚିନ୍ତା ବଢ଼ି ଯାଇଛି।

ସୂଚନାଯୋଗ୍ୟ, ସୁନିଲ ଆରୋରାଙ୍କ ପରେ ଗତ ସପ୍ତାହରେ ସୁଶୀଳ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଥିଲେ ।  ଫେବ୍ରୁଆରୀ ୧୪, ୨୦୧୯ ଲୋକସଭା ନିର୍ବାଚନ ବେଳେ ସୁଶୀଳ  ଚନ୍ଦ୍ରା ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଥିଲେ। ଆସନ୍ତା ବର୍ଷ ମେ' ୧୪ରେ ତାଙ୍କ କାର୍ଯ୍ୟକାଳ ସରିବ।

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଗତ ୬ ଦିନ ହେବ ଦେଶରେ ଲଗାତର ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଡେଉଁଛି।  ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୭୬୧ ରହିଛି ।

Related story