ସଂକ୍ରମଣ ବଢ଼ୁଥିଲେ ବି ନିର୍ବାଚନ ରାଲିରେ ଜମୁଛି ଭିଡ଼? କ’ଣ କହିଲେ ଇସି

ଲକ୍ଷ୍ନୌ: ଖୁବଶୀଘ୍ର ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ସୂଚୀ ଅନୁସାରେ ନିର୍ବାଚନ ଆୟୋଜନ କରିବାକୁ ସବୁ ଦଳର ରାଜନେତାମାନେ ଦାବି କରିଛନ୍ତି। ତେବେ ଦେଶରେ ଏବେ ଓମିକ୍ରନ ସଂକ୍ରମଣ ବଢ଼ୁଥିବା ବେଳେ ନିର୍ବାଚନୀ ରାଲିରେ ପ୍ରବଳ ଭିଡ଼ ଜମୁଛି। ବିଶେଷ କରି ଉତ୍ତର ପ୍ରଦେଶରେ ବିଭିନ୍ନ ରାଜନୀତିକ ଦଳ ଏବେ ଠାରୁ ପ୍ରଚାର କାମରେ ଲାଗିଛନ୍ତି। ସବୁଦିନ ଏଠାରେ ରାଲି ହେଉଛି। ସାମାଜିକ ଦୂରତା ଓ […]

EC

Hemant Lenka
  • Published: Thursday, 30 December 2021
  • , Updated: 30 December 2021, 05:01 PM IST

ଲକ୍ଷ୍ନୌ: ଖୁବଶୀଘ୍ର ଆସନ୍ତାବର୍ଷ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ। ସୂଚୀ ଅନୁସାରେ ନିର୍ବାଚନ ଆୟୋଜନ କରିବାକୁ ସବୁ ଦଳର ରାଜନେତାମାନେ ଦାବି କରିଛନ୍ତି। ତେବେ ଦେଶରେ ଏବେ ଓମିକ୍ରନ ସଂକ୍ରମଣ ବଢ଼ୁଥିବା ବେଳେ ନିର୍ବାଚନୀ ରାଲିରେ ପ୍ରବଳ ଭିଡ଼ ଜମୁଛି।

ବିଶେଷ କରି ଉତ୍ତର ପ୍ରଦେଶରେ ବିଭିନ୍ନ ରାଜନୀତିକ ଦଳ ଏବେ ଠାରୁ ପ୍ରଚାର କାମରେ ଲାଗିଛନ୍ତି। ସବୁଦିନ ଏଠାରେ ରାଲି ହେଉଛି। ସାମାଜିକ ଦୂରତା ଓ ବିନା ମାସ୍କରେ ହଜାର ହଜାର ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇ ନେତାମାନଙ୍କୁ ଭାଷଣ ଶୁଣୁଛନ୍ତି। ଏହା ଉପରେ ନିର୍ବାଚନ କମିଶନ କୌଣସି ପଦକ୍ଷେପ ନେଉଛନ୍ତି କି? କାହିଁକି ଏହା ଉପରେ ରୋକ ଲାଗୁନି ବୋଲି ଅନେକ ପ୍ରଶ୍ନ କରୁଛନ୍ତି।

ଏହିକ୍ରମରେ ଆଜି ମୁଖ୍ୟ ନିର୍ବାଚନ କମିଶନ ସୁଶୀଲ ଚନ୍ଦ୍ରା ଭୋଟିଂ ପାଇଁ ଚାଲିଥିବା ପ୍ରସ୍ତୁତ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ତାଙ୍କୁ ଏହି ସମୟରେ ୟୁପିରେ ହେଉଥିବା ନିର୍ବାଚନ ରାଲିଗୁଡ଼ିକରେ ହେଉଥିବା ଭିଡ଼ ସମ୍ପର୍କରେ ପଚରା ଯାଇଥିଲା। ଏହାର ଉତ୍ତରେ ସେ କହିଛନ୍ତି, ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ଆମ କାମ ଆରମ୍ଭ ହେବ। କାରଣ ସେତେବେଳେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବ।

ନିର୍ବାଚନ କମିଶନ ଜାରି କରିଥିବା ଗାଇଡଲାଇନକୁ କଡ଼ାକଡ଼ି ଭାବେ ସେହି ସମୟରେ କାର୍ଯ୍ୟକାରୀ କରାଯିବ। ତେଣୁ ନିର୍ବାଚନ ପାଇଁ ତାରିଖ ଘୋଷଣା ନ ହେବା ଯାଏ, ସବୁ କିଛି ରାଜ୍ୟ ସରକାରଙ୍କ ଉପରେ ରହିଥାଏ। ସେମାନେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ପରାମର୍ଶକ୍ରମେ ପଦକ୍ଷେପ ନେବା ଜରୁରୀ।

କରୋନା କଟକଣା ଭିତରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଆମେ କରୋନା ସଂକ୍ରମଣ ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସହ ଆଲୋଚନା କରିଛୁ। ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ଆମେ ପ୍ରଚାର ଓ ଭୋଟିଂ ପାଇଁ ଗାଇଡଲାଇନ ଜାରି କରିବୁ। ଏହାକୁ ପାଳନ କରିବାକୁ ସମସ୍ତେ ବାଧ୍ୟ।”

ଶ୍ରୀ ଚନ୍ଦ୍ରା ଆହୁରି କହିଛନ୍ତି, ସବୁ ରାଜନୀତିକ ଦଳ ଧାର୍ଯ୍ୟ ସମୟରେ ନିର୍ବାଚନ କରିବା ସପକ୍ଷରେ ରହିଛନ୍ତି। ସେମାନେ ସମସ୍ତେ କରୋନା କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ କରାଯାଉ ବୋଲି ଦାବି ରଖିଛନ୍ତି। କିଛି ରାଜନୀତିକ ଦଳ ନିର୍ବାଚନୀ ରାଲିରେ ହେଉଥିବା କଟକଣା ଉଲ୍ଲଙ୍ଘନ ସମ୍ପର୍କରେ କହିଛନ୍ତି। ଏଥିସହ କଟକଣା ଲଗାଇବା ସପକ୍ଷରେ ମଧ୍ୟ ରହିଛନ୍ତି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଗାଇଡଲାଇନ ଜାରି କରାଯିବ। ଭୋଟିଂ ସମୟକୁ ବୃଦ୍ଧି କରାଯିବ। ସେହିପରି ସାମାଜିକ ଦୂରତା ନିୟମ ପାଳନ କରିବା ପାଇଁ ଅତରିକ୍ତ ୧୧,୦୦୦ ବୁଥ କରାଯିବ ବୋଲି ସେ କହିଛନ୍ତି।

Related story