କଂଗ୍ରେସକୁ ପୁଣି ଝଟକା, ଟିଏମସିରେ ମିଶିଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ

ପାଣାଜୀ: ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ଆଜି ତାଙ୍କ ସମର୍ଥକମାନଙ୍କ ସହ ଟିଏମସିରେ ମିଶିଛନ୍ତି। କିଛି ଦିନ ତଳେ ସେ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ସେବାଠାରୁ ସେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେ ଟିଏମସିର ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ […]

TMC

Hemant Lenka
  • Published: Wednesday, 29 September 2021
  • , Updated: 29 September 2021, 05:36 PM IST

ପାଣାଜୀ: ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ଆଜି ତାଙ୍କ ସମର୍ଥକମାନଙ୍କ ସହ ଟିଏମସିରେ ମିଶିଛନ୍ତି। କିଛି ଦିନ ତଳେ ସେ କଂଗ୍ରେସର ବିଧାୟକ ପଦରୁ ଇସ୍ତଫା ଦେଇଥିଲେ।

ସେବାଠାରୁ ସେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ସେ ଟିଏମସିର ମହାସଚିବ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇଛନ୍ତି। ଅଭିଷେକ ତାଙ୍କୁ ଟିଏମସିର ପତାକା ଦେଇ ଦଳକୁ ସ୍ୱାଗତ କରିଛନ୍ତି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଟିଏମସିରେ ମିଶିବାକୁ ଥିବାରୁ ନିଜ ସମର୍ଥକମାନଙ୍କ ସହ ମଙ୍ଗଳବାର ଠାରୁ କୋଲକାତାରେ ରହିଥିଲେ। ଟିଏମସିରେ ମିଶିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ପ୍ରଶଂସା କରିଥିଲେ। ଆଜି ମମତା ତାଙ୍କୁ ଟ୍ୱିଟ କରି ଟିଏମସି ପରିବାରକୁ ସ୍ୱାଗତ ଜଣାଇଛନ୍ତି।

ମମତା କହିଛନ୍ତି, “ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୭ଥରର ବିଧାୟକ ଲୁଇଜିନୋ ଫାଲେଇରୋଙ୍କୁ ଟିଏମସିର ପରିବାରକୁ ସ୍ୱାଗତ କରିବା ମୋ ପାଇଁ ଗର୍ବର ବିଷୟ। ଆମେ ଏକାଠି ଗୋଆବାସୀଙ୍କ ସହ ଛିଡ଼ା ହେବା। ବିଭାଜନକାରୀ ଶକ୍ତି ବିରୋଧରେ ଲଢ଼େଇ କରି ଗୋଆକୁ ସଫଳତାର ନୂଆ ଶିଖରରେ ପହଞ୍ଚାଇବା।”

ଟିଏମସିରେ ଯୋଗଦେବା ପରେ ଲୁଇଜିନୋ କହିଛନ୍ତି, “ଆଜି ମୁଁ ଦିଦିଙ୍କ ସହ ନୂଆ ଯାତ୍ରା ଆରମ୍ଭ କରୁଛି। କାରଣ ଗୋଆ ଗୋଟିଏ ବିଶ୍ୱସନୀୟ ବିକଳ୍ପ ଚାହୁଁଛି। ମୁଁ ଦିଦିଙ୍କୁ ଅନୁରୋଧ କରୁଛି କି ସେ ଗୋଆ ଆସି ଏହାର ପରିଚୟ ଓ ଐତିହ୍ୟକୁ ସୁରକ୍ଷା ଦିଅନ୍ତୁ।”

ଆଜିର ମିଶ୍ରଣ ପର୍ବରେ ଲୁଇଜିନୋଙ୍କ ସହ ଆଉ ୧୦ ଜଣ କଂଗ୍ରେସ ନେତା ମଧ୍ୟ ଟିଏମସିରେ ଯୋଗଦେଇଛନ୍ତି। ସୋମବାର ଲୁଇଜିନୋ ବିଧାୟକ ପଦ ଛାଡ଼ିଥିଲେ। ତେବେ ସେ କଂଗ୍ରେସରେ ସବୁ ବେଳେ ରହିବ ଓ ଦଳର ଆଦର୍ଶରେ କାର୍ଯ୍ୟ କରିବେ ବୋଲି କହିଥିଲେ। ନାଭେଲିମ ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିବା ଲୁଇଜିନୋ ବିଧାନସଭା ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଥିଲେ।

ଲୁଇଜିନୋଙ୍କ ଇସ୍ତଫା ପରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୪କୁ ହ୍ରାସ ପାଇଛି।

Related story