ପରମବୀର ସିଂହ ପଳାତକ ଘୋଷିତ

ମୁମ୍ବାଇ: ପଳାତକ ଘୋଷିତ ହେଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ତାଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ମୁମ୍ବାଇ ଏସ୍‌ପ୍ଲାନେଡ୍‌ କୋର୍ଟ ପଳାତକ ଅପରାଧୀ ବୋଲି ଘୋଷଣା କରିଛନ୍ତି। ପରମବୀରଙ୍କ ବିରୋଧରେ ଥିବା ବଟି ଆଦାୟ ମାମଲାକୁ ନେଇ ଏଭଳି ଘୋଷଣା ହେଇଛି। ସରକାରୀ ଓକିଲ ଶେଖର ଜଗତାପ କହିଛନ୍ତି ଯେ ମୁମ୍ବାଇର ଏସପ୍ଲାନେଡ କୋର୍ଟ ପୂର୍ବତନ ପୁଲିସ କମିଶନର ପାରମ ବୀର ସିଂଙ୍କୁ ପଳାତକ ଅପରାଧୀ ବୋଲି ଘୋଷଣା କରିବାକୁ ନେଇ […]

Param Bir Singh

Madhupriya Mistry
  • Published: Wednesday, 17 November 2021
  • , Updated: 17 November 2021, 06:41 PM IST

ମୁମ୍ବାଇ: ପଳାତକ ଘୋଷିତ ହେଲେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ। ତାଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ମୁମ୍ବାଇ ଏସ୍‌ପ୍ଲାନେଡ୍‌ କୋର୍ଟ ପଳାତକ ଅପରାଧୀ ବୋଲି ଘୋଷଣା କରିଛନ୍ତି। ପରମବୀରଙ୍କ ବିରୋଧରେ ଥିବା ବଟି ଆଦାୟ ମାମଲାକୁ ନେଇ ଏଭଳି ଘୋଷଣା ହେଇଛି।

ସରକାରୀ ଓକିଲ ଶେଖର ଜଗତାପ କହିଛନ୍ତି ଯେ ମୁମ୍ବାଇର ଏସପ୍ଲାନେଡ କୋର୍ଟ ପୂର୍ବତନ ପୁଲିସ କମିଶନର ପାରମ ବୀର ସିଂଙ୍କୁ ପଳାତକ ଅପରାଧୀ ବୋଲି ଘୋଷଣା କରିବାକୁ ନେଇ ମୁମ୍ବାଇ ପୁଲିସର ଆବେଦନକୁ ଗ୍ରହଣ କରିଛନ୍ତି।

ବାରମ୍ବାର ସମନ ସତ୍ତ୍ୱେ ବି ପରମବୀର ଥାନାରେ ହାଜର ହେଉନାହାନ୍ତି। ଯଦି ଆସନ୍ତା ୩୦ ଦିନ ଭିତରେ ତାଙ୍କର କୌଣସି ପତ୍ତା ନମିଳେ ତେବେ ମୁମ୍ବାଇ ପୁଲିସ ତାଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିବ।  କୋର୍ଟଙ୍କ ଏହି ପଳାତକ ଘୋଷଣା ନିଷ୍ପତ୍ତି ପରେ ଏବେ ପରମବୀରଙ୍କୁ ଖୋଜିବାରେ କ୍ରାଇମବ୍ରାଞ୍ଚକୁ ସହାୟତା ମିଳିବ ବୋଲି ସରକାରୀ ଓକିଲ କହିଛନ୍ତି।

https://twitter.com/ANI/status/1460943886990209026?s=20

ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିବା ସତ୍ତ୍ୱେ ପରମବୀର ସିଂହଙ୍କ କୌଣସି ପତ୍ତା ମିଳିନଥିଲା। ଏଥିପାଇଁ ଶନିବାର ଏହି ମୁମ୍ବାଇ କ୍ରାଇମବ୍ରାଞ୍ଚର ପୂର୍ବତନ ପୁଲିସ କମିଶନର ବିରୋଧରେ  ଗରୁଗାଓଁ ଥାନାରେ ରୁଜୁ ହୋଇଥିବା ବଟି ଆଦାୟ ମାମଲାରେ ଫେରାର ଆସାମୀ ଘୋଷଣା କରିବାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତାଙ୍କର ଅନ୍ୟ ଦୁଇଜଣ ସାଥୀ ବିଜୟ ସିଂହ ଓ ରିଆଜ ଭଟ୍ଟଙ୍କ ବିରୋଧରେ ମଧ୍ୟ ଫେରାର ଆସାମୀ ଘୋଷଣା କରିବାକୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାବି କରିଥିଲା।

ସୂଚନା ମୁତାବକ, ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଛି। ଗତବର୍ଷ ଜାନୁଆରୀରୁ ୨୦୨୧ ମାର୍ଚ୍ଚ ଯାଏଁ ତାଙ୍କର ଦୁଇଟି ବାର୍‌ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ନକରିବା ବଦଳରେ ଅଭିଯୁକ୍ତମାନେ ତାଙ୍କଠାରୁ ୨ ଲକ୍ଷ ୯୨ ହଜାର ଟଙ୍କାର ଦୁଇଟି ସ୍ମାର୍ଟ ଫୋନ୍‌ ଲାଞ୍ଚ ଦେବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗକାରୀ ଦାବି କରିଥିଲେ। ଏହାକୁ ଆଧାରି କରି ମୁମ୍ବାଇ ଏସପ୍ଲାନେଡ କୋର୍ଟ ପରମବୀର ସିଂହଙ୍କୁ ପଳାତକ ଘୋଷଣା କରିଛନ୍ତି।

ପରମବୀରଙ୍କ ନାଁରେ ମୋଟ ୬ଟି ଏଫଆଇଆର ରୁଜୁ କରାଯାଇଛି। ଏହା ମଧ୍ୟରୁ ୨ଟି ମାମଲାରେ ତାଙ୍କ ନାଁରେ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଥାନେରେ ରୁଜୁ ହୋଇଥିବା ମାମଲାରେ ତାଙ୍କ ନାଁରେ ଲୁକ ଆଉଟ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା। କ୍ରାଇମବ୍ରାଞ୍ଚ ପରମବୀରଙ୍କୁ ଖୋଜୁଥିଲେ ହେଁ ତାଙ୍କର ପତ୍ତା ମିଳିନି।

Related story