୫ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋର୍ବେଭାକ୍ସ! ସୁପାରିସ କଲା ଏକ୍ସପର୍ଟ କମିଟି

ହାଇଦ୍ରାବାଦ: ବାୟୋଲୋଜିକାଲ ଇର କରୋନା ଟିକା କୋର୍ବେଭାକ୍ସକୁ ବ୍ୟବହାର ପାଇଁ ମିଳିପାରେ ଅନୁମତି। ୫ରୁ ୧୨ ବର୍ଷର ପଲାମାନଙ୍କୁ ଏହି ଟିକାର ଡୋଜ୍‌ ଦେବାକୁ ଆଜି ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି) ସୁପାରିସ କରିଛି। ଏହି ପ୍ରସ୍ତାବକୁ ଡିସିଜିଆଇ ଅନୁମୋଦନ ଦେବା କ୍ଷଣି ଦେଶରେ ୫ରୁ ୧୨ ବର୍ଷର ପିଲାମାନଙ୍କୁ କୋର୍ବେଭାକ୍ସ ଟିକାର ବ୍ୟବହାର ଆରମ୍ଭ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଡିସିଜିଆଇର ବୈଠକ ବସିଥିଲା। ଏହି ବୈଠକରେ ହିଁ ଏସ୍‌ଇସି ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ପ୍ରଥମ […]

corona

Hemant Lenka
  • Published: Thursday, 21 April 2022
  • , Updated: 21 April 2022, 08:49 PM IST

ହାଇଦ୍ରାବାଦ: ବାୟୋଲୋଜିକାଲ ଇର କରୋନା ଟିକା କୋର୍ବେଭାକ୍ସକୁ ବ୍ୟବହାର ପାଇଁ ମିଳିପାରେ ଅନୁମତି। ୫ରୁ ୧୨ ବର୍ଷର ପଲାମାନଙ୍କୁ ଏହି ଟିକାର ଡୋଜ୍‌ ଦେବାକୁ ଆଜି ସବଜେକ୍ଟ ଏକ୍ସପର୍ଟ କମିଟି(ଏସ୍‌ଇସି) ସୁପାରିସ କରିଛି। ଏହି ପ୍ରସ୍ତାବକୁ ଡିସିଜିଆଇ ଅନୁମୋଦନ ଦେବା କ୍ଷଣି ଦେଶରେ ୫ରୁ ୧୨ ବର୍ଷର ପିଲାମାନଙ୍କୁ କୋର୍ବେଭାକ୍ସ ଟିକାର ବ୍ୟବହାର ଆରମ୍ଭ କରାଯିବ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଡିସିଜିଆଇର ବୈଠକ ବସିଥିଲା। ଏହି ବୈଠକରେ ହିଁ ଏସ୍‌ଇସି ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ପ୍ରଥମ ରିକମ୍ବିନାଣ୍ଟ ପ୍ରୋଟିନ ସବୟୁନିଟ କରୋନା ଟିକା କୋର୍ବେଭାକ୍ସକୁ ୫ରୁ ୧୨ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଛି। ସମୀକ୍ଷା କରିବା ପରେ ଡିସିଜିଆଇ ଟିକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନକୁ ମଧ୍ୟ ୫ରୁ ୧୨ ବର୍ଷର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ କମ୍ପାନୀ ଅନୁମତି ମାଗିଛି। ହେଲେ ଡିସିଜିଆଇ ଭାରତ ବାୟୋଟେକକୁ ଟିକା ସମ୍ପର୍କରେ ଅଧିକ ତଥ୍ୟ ମାଗିଛି।

Related story