ଭିଡ଼ ଭିତରେ ମୋଦିଙ୍କୁ ମିଳିଲା ସରପ୍ରାଇଜ୍‌, କାର୍‌ରୁ ଓହ୍ଲାଇ ଆସିଲେ

ନୂଆଦିଲ୍ଲୀ: ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗଦେବାକୁ ଶିମଲା ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ବଡ଼ ସରପ୍ରାଇଜ୍ ମିଳିଛି। ଭିଡ଼ ଭିତରେ ଥିବା ଜଣେ ମହିଳା ମୋଦିଙ୍କୁ ତାଙ୍କ ମା’ ହୀରାବେନଙ୍କ ପେନସିଲରେ ଅଙ୍କା ଯାଇଥିବା ଗୋଟିଏ ଫଟୋ ଉପହାର ଆକାରରେ ଦେଇଛନ୍ତି। ଏହାକୁ ଗ୍ରହଣ କରିବା ପାଇଁ ମୋଦି ସୁରକ୍ଷା ବଳୟକୁ ଭାଙ୍ଗି ହଠାତ୍‌ କାର୍‌ରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ଫଟୋ ଚିତ୍ରକୁ ଧରି ତାଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ମହିଳାମାନଙ୍କ ପାଖକୁ ଯାଇଥିଲେ। ଏହି […]

Modi

Hemant Lenka
  • Published: Tuesday, 31 May 2022
  • , Updated: 31 May 2022, 06:01 PM IST

ନୂଆଦିଲ୍ଲୀ: ଗରିବ କଲ୍ୟାଣ ସମ୍ମିଳନୀରେ ଯୋଗଦେବାକୁ ଶିମଲା ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ବଡ଼ ସରପ୍ରାଇଜ୍ ମିଳିଛି। ଭିଡ଼ ଭିତରେ ଥିବା ଜଣେ ମହିଳା ମୋଦିଙ୍କୁ ତାଙ୍କ ମା’ ହୀରାବେନଙ୍କ ପେନସିଲରେ ଅଙ୍କା ଯାଇଥିବା ଗୋଟିଏ ଫଟୋ ଉପହାର ଆକାରରେ ଦେଇଛନ୍ତି। ଏହାକୁ ଗ୍ରହଣ କରିବା ପାଇଁ ମୋଦି ସୁରକ୍ଷା ବଳୟକୁ ଭାଙ୍ଗି ହଠାତ୍‌ କାର୍‌ରୁ ଓହ୍ଲାଇ ପଡ଼ିଥିଲେ।

ଏହାପରେ ଫଟୋ ଚିତ୍ରକୁ ଧରି ତାଙ୍କୁ ଦେଖିବାକୁ ଅପେକ୍ଷା କରିଥିବା ମହିଳାମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ଫଟୋ ଚିତ୍ର ଆଙ୍କିଥିବା ମହିଳା ଜଣଙ୍କ ମୋଦିଙ୍କ ପାଦ ସ୍ପର୍ଶ କରି ଆଶୀର୍ବାଦ ନେଇଥିଲେ। ମୋଦି ମଧ୍ୟ ତାଙ୍କ ମୁଣ୍ଡରେ ହାତ ରଖିଥିଲେ। ଏହାପରେ ମୋଦି ଫଟୋ ଦେଖାଇ ପଚାରିଥିଲେ ଯେ “କ’ଣ ଆପଣ ଏହା କରିଛନ୍ତି? ଏହାକୁ ତିଆରି କରିବାରକୁ କେତେ ସମୟ ଲାଗିଛି? ତୁମ ନାଁ କ’ଣ? ତୁମେ କେଉଁଠି ରହୁଛ?” ଏହା ଶୁଣି ମହିଳା ଜଣଙ୍କ ତାଙ୍କୁ ଗୋଟିଏ ଦିନରେ ଏହା ତିଆରି ହୋଇଥିବା ଉତ୍ତର ମଧ୍ୟ ଦେଇଥିଲେ। ଏହାର ଭିଡିଓ ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ଟ୍ୱିଟ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସହରର ମଲ ରୋଡରେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ପ୍ରବଳ ଲୋକ ଏକାଠି ହୋଇଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନଙ୍କ ଭିଡ଼ ଜମି ଥିଲା। ଏହି ସମୟରେ ମୋଦି କାରରେ ଉକ୍ତ ରାସ୍ତା ଅତିକ୍ରମ କରିଥିଲେ। କିନ୍ତୁ ଲୋକଙ୍କ ଭିଡ଼ ଦେଖି ସେ ହଠାତ୍‌ କାରରୁ ଓହ୍ଲାଇ ପଡ଼ିଥିଲେ। ଏହାପରେ ସେ ମହିଳାଙ୍କ ଠାରୁ ଉପହାର ମଧ୍ୟ ଗ୍ରହଣ କରିଥିଲେ।

Related story