ପୁଲିସ୍‌ର ଦାବି: ଚାଷୀ ଆନ୍ଦୋଳନକୁ ସମର୍ଥନ ଆଳରେ ଡିଜିଟାଲ ଷ୍ଟ୍ରାଇକ ପାଇଁ ମସୁଧା

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ବିଦେଶୀ ସେଲେବ୍ରିଟିଙ୍କ ସମର୍ଥନଭରା ଟ୍ୱିଟ ସମ୍ପର୍କରେ ସାଂଘାତିକ ଦାବି କରିଛି ଦିଲ୍ଲୀ ପୁଲିସ୍‌। ବିଶେଷ କରି ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ଟ୍ୱିଟ କରି ଶେୟାର କରିଥିବା “toolkit” ଜରିଆରେ କିଛି ଲୋକ ଭାରତରେ ଡିଜିଟାଲ ଷ୍ଟ୍ରାଇକ କରିବାକୁ ଚାହୁଁଥିବା ପୁଲିସ୍‌ ଜାଣିବାକୁ ପାଇଛି। ଆଜି ସକାଳେ ଗ୍ରେଟା ଚାଷୀମାନେ କରୁଥିବା ଆନ୍ଦୋଳନକୁ ଭାରତୀୟମାନେ କେମିତି ସମର୍ଥନ କରିବେ, ସେଥିପାଇଁ ଗୋଟିଏ “toolkit” ଶେୟାର କରିଥିବା ଟ୍ୱିଟ ଯୋଗେ […]

ft

Hemant Lenka
  • Published: Thursday, 04 February 2021
  • , Updated: 04 February 2021, 08:38 PM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ବିଦେଶୀ ସେଲେବ୍ରିଟିଙ୍କ ସମର୍ଥନଭରା ଟ୍ୱିଟ ସମ୍ପର୍କରେ ସାଂଘାତିକ ଦାବି କରିଛି ଦିଲ୍ଲୀ ପୁଲିସ୍‌। ବିଶେଷ କରି ଜଳବାୟୁ ଯୋଦ୍ଧା ଗ୍ରେଟା ଥର୍ଣ୍ଣବର୍ଗ ଟ୍ୱିଟ କରି ଶେୟାର କରିଥିବା "toolkit" ଜରିଆରେ କିଛି ଲୋକ ଭାରତରେ ଡିଜିଟାଲ ଷ୍ଟ୍ରାଇକ କରିବାକୁ ଚାହୁଁଥିବା ପୁଲିସ୍‌ ଜାଣିବାକୁ ପାଇଛି।

ଆଜି ସକାଳେ ଗ୍ରେଟା ଚାଷୀମାନେ କରୁଥିବା ଆନ୍ଦୋଳନକୁ ଭାରତୀୟମାନେ କେମିତି ସମର୍ଥନ କରିବେ, ସେଥିପାଇଁ ଗୋଟିଏ "toolkit" ଶେୟାର କରିଥିବା ଟ୍ୱିଟ ଯୋଗେ କହିଥିଲେ। ଏହା ବିରୋଧରେ ଦିଲ୍ଲୀ ପୁଲିସ୍‌ ଏଫଆଇଆର ମଧ୍ୟ କରିଛି। ହେଲେ ଏଫଆଇଆର୍‌ରେ ଗ୍ରେଟାଙ୍କ ନାଁ ନାହିଁ। କେବଳ "toolkit" କ୍ରିଏଟରଙ୍କ ନାଁରେ ଏଫଆଇଆର ହୋଇଥିବା ଦିଲ୍ଲୀ ପୁଲିସ୍‌ ସ୍ପଷ୍ଟୀକରଣ ଦେଇଛି।


ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ କମିଶନର ପ୍ରବୀର ରଞ୍ଜନ କହିଛନ୍ତି, ଆମେ ରୁଜୁ କରିଥିବା ଏଫଆଇଆର୍‌ରେ କାହାର ନାଁ ନାହିଁ। କେବଳ "toolkit" କ୍ରିଏଟରଙ୍କ ନାଁରେ ଏଫଆଇଆର ହୋଇଛି। ଏହାକୁ ତଦନ୍ତ ପରିସର ଭୁକ୍ତ କରାଯାଇଛି ଓ ଦିଲ୍ଲୀ ପୁଲିସ ଏହାର ତଦନ୍ତ କରୁଛି।

ଏଫଆଇଆର୍‌ରେ ଆଇପିସର ଧାରା ୧୨୪ଏ ଓ ୧୫୩ ଏ ଲଗା ଯାଇଛି। "toolkit" ନାଁରେ ଅପଲୋଡ ହୋଇଥିବା ଦସ୍ତାବିଜ୍‌ ସହ ଗଣତନ୍ତ୍ର ଦିବସ ହିଂସାର ଲିଙ୍କ ଥିବା ସନ୍ଦେହ ପ୍ରକାଶ ପାଇଛି। ଜାନୁଆରୀ ୨୬ ଦିନ କିମ୍ବା ଏହା ପୂର୍ବରୁ ଡିଜିଟାଲ ଷ୍ଟ୍ରାଇକ କରିବାକୁ ଯୋଜନା କରାଯାଇଥିଲା।

ଜାନୁଆରୀ ୨୩ରେ ଏଥିପାଇଁ ଏକାଧିକ ଟ୍ୱିଟ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ "toolkit"କୁ ଖଲିସ୍ତାନୀ ସପକ୍ଷବାଦୀମାନେ ତିଆରି କରିଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍‌ ମଧ୍ୟ ସୋଶାଲ ମିଡିଆରେ ବୁଲୁଥିବା "toolkit" ଦସ୍ତାବିଜକୁ ବିଶ୍ଲେଷଣ କରି ନିଜ ଆଡ଼ୁ ମାମଲା ରୁଜୁ କରିଛି। ଜାନୁଆରୀ ୨୬ ହିଂସାକାଣ୍ଡ ପାଇଁ ଏହି "toolkit" ଜରିଆରେ ଷଡ଼ଯନ୍ତ୍ର କରାଯାଇଥିବା ଜଣାପଡ଼ିଛି। ଭାରତ ବିରୋଧରେ ଅର୍ଥନୀତିକ, ସାମାଜିକ, ସାଂସ୍କୃତି ଓ ଧାର୍ମିକ ଯୁଦ୍ଧ କରିବାକୁ ଏଥିରେ ଲୋକଙ୍କୁ ଉସକା ଯାଇଥିବା ପୁଲିସ୍‌ ଟ୍ୱିଟ କରି କହିଛି।

Related story