୩୫ ବର୍ଷରେ ୪୦୦ରୁ ଅଧିକ ଶୁଣାଣି, ଶେଷରେ ଦୋଷମୁକ୍ତ ହେଲେ ଚାଷୀ

ଶାମଲି: ଦୀର୍ଘ ୩୫ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ଦୋଷମୁକ୍ତ ହୋଇଛନ୍ତି ଜଣେ ୮୫ ବର୍ଷୀୟ ଚାଷୀ। ଏହି ୩୫ ବର୍ଷ ମଧ୍ୟରେ ତାଙ୍କୁ କୋର୍ଟରେ ୪୦୦ରୁ ଅଧିକ ଶୁଣାଣିର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଶେଷରେ ୮୫ ବର୍ଷୀୟ ଚାଷୀ ଧର୍ମପାଲ ସିଂହଙ୍କୁ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶର ଶାମିଲରେ ଏପରି ଘଟଣା ଘଟିଛି। ୧୯୮୬ ମସିହା ବେଳର କଥା। ଧର୍ମପାଲ ସିଂହ ତାଙ୍କ ଘରେ […]

court

Hemant Lenka
  • Published: Friday, 24 December 2021
  • , Updated: 24 December 2021, 05:01 PM IST

ଶାମଲି: ଦୀର୍ଘ ୩୫ ବର୍ଷର ଆଇନଗତ ଲଢ଼େଇ ପରେ ଶେଷରେ ଦୋଷମୁକ୍ତ ହୋଇଛନ୍ତି ଜଣେ ୮୫ ବର୍ଷୀୟ ଚାଷୀ। ଏହି ୩୫ ବର୍ଷ ମଧ୍ୟରେ ତାଙ୍କୁ କୋର୍ଟରେ ୪୦୦ରୁ ଅଧିକ ଶୁଣାଣିର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଶେଷରେ ୮୫ ବର୍ଷୀୟ ଚାଷୀ ଧର୍ମପାଲ ସିଂହଙ୍କୁ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶର ଶାମିଲରେ ଏପରି ଘଟଣା ଘଟିଛି।

୧୯୮୬ ମସିହା ବେଳର କଥା। ଧର୍ମପାଲ ସିଂହ ତାଙ୍କ ଘରେ ବେଆଇନ ଭାବେ କୀଟନାଶକ ତିଆରି କରୁଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ପୁଲିସ୍‌ ମାମଲା ମଧ୍ୟ କରିଥିଲା। ଏହା ବିରୋଧରେ ଚାଷୀ ଜଣଙ୍କ ଲଢ଼େଇ ଆରମ୍ଭ କରିଥିଲେ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ପାଇଁ ଧର୍ମପାଲଙ୍କୁ ୩୫ ବର୍ଷ ସମୟ ଲାଗିଗଲା।

ଶାମିଲ ଜିଲ୍ଲାର ହାରନ ଗାଁରେ ରହୁଥିବା ଧର୍ମପାଲ ଦୋଷମୁକ୍ତ ହେବା ପରେ କହିଛନ୍ତି, “ମୋ କାନ୍ଧ ଉପରୁ ଗୋଟିଏ ବିରାଟ ବୋଝ ଚାଲିଯିବା ଭଳି ଲାଗିଛୁ।” ତାଙ୍କ ଭାଇ କୁନୱାରପାଲ ମଧ୍ୟ ଏହି ଘଟଣାର ଅଭିଯୁକ୍ତ ଥିଲେ। କିନ୍ତୁ ୫ ବର୍ଷ ପୂର୍ବରୁ ତାଙ୍କର ଦେହାନ୍ତ ହୋଇ ସାରିଛି। ଏହି ଘଟଣାର ତୃତୀୟ ଅଭିଯୁକ୍ତ ଲିୟାକତ ଅଲୀଙ୍କୁ କୋର୍ଟ ପୂର୍ବରୁ ହିଁ ପଳାତକ ଘୋଷଣା କରି ସାରିଛନ୍ତି। ବାରମ୍ବାର ନୋଟିସ ସତ୍ତ୍ୱେ ସେ କୋର୍ଟକୁ ଆସି ନଥିଲେ। ଫଳରେ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା।

ଧର୍ମପାଲ କହିଛନ୍ତି, “ଏହି ଦୀର୍ଘତମ ଆଇନଗତ ଲଢ଼େଇ ସମୟରେ ମୁଁ ମୋ ସମ୍ମାନ, ଟଙ୍କା ଓ ମାନସିକ ଶାନ୍ତିକୁ ହରାଇଛି। ନ୍ୟାୟ ପାଇଁ ଦୀର୍ଘ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। କିନ୍ତୁ ସତ୍ୟ ସାମ୍ନାକୁ ଆସିଥିବାରୁ ମୁଁ ଖୁସି। ମୋତେ ଆଶ୍ୱସ୍ତି ଦେଇଥିବାରୁ ମୁଁ କୋର୍ଟଙ୍କୁ ଧନ୍ୟବାଦ ଜଣାଉଛି। କୋର୍ଟରେ ୪୦୦ରୁ ଅଧିକ ଥର ଶୁଣାଣି ହୋଇଥିଲା। ଏହି ସମୟରେ ମୁଁ ବିପୁଳ ଟଙ୍କା ସହ ସମୟ ହରାଇଛି।”

ସୂଚନାଯୋଗ୍ୟ, ୧୯୯୮ ମସିହା ନଭେମ୍ବର ମାସରେ ଥାନା ଭାୱାନ ପୁଲିସ୍‌ ଧର୍ମପାଲ, ତାଙ୍କ ଭାଇ କୁନୱାରପାଲ ଓ ଲିୟାକତଙ୍କ ନାଁରେ ମାମଲା କରିଥିଲା। ବିନା ଲାଇସେନ୍ସରେ ସେମାନେ କୀଟନାଶକ ତିଆରି କରୁଥିବା ଅଭିଯୋଗ ହୋଇଥିଲା। ଟ୍ରକ୍‌ରେ ଲୋଡ୍‌ ହେଉଥିବା ବେଳେ ପୁଲିସ୍‌ ୨୬ ବ୍ୟାଗ୍‌ କୀଟନାଶକ ଜବତ କରିଥିବା ମଧ୍ୟ ଦାବି କରିଥିଲା।

ଏହାପରେ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ବିଭିନ୍ନ ଦଫାରେ ଗିରଫ କରିଥିଲା। ଗିରଫ ହେବାର ୧୮ ଦିନ ପରେ ୩ ଜଣ ଯାକ ଜେଲରୁ ଜାମିନରେ ମୁକୁଳି ଥିଲେ। ସେବେଠାରୁ ଘଟଣାର ଆଇନଗତ ଲଢ଼େଇ ଆରମ୍ଭ ହୋଇଥିଲା। ଶେଷ ହେବେ ଧର୍ମପାଲ ନ୍ୟାୟ ପାଇଛନ୍ତି।

Related story