ରାଜନୀତିକ ଦଳ ଗଠନ କଲେ ଚାଷୀ ନେତା ଗୁରନାମ ସିଂହ, ନିର୍ବାଚନ ଲଢ଼ିବେ

ଅମୃତସର: କୃଷି ଆଇନ ବିରୋଧରେ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କୁ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ କରାଇବାକୁ ସକ୍ଷମ ହୋଇଥିବା ଚାଷୀ ନେତା ଗୁରନାମ ସିଂହ ଚଡୁନି ରାଜନୀତିରେ ପ୍ରବେଶ କରିଛନ୍ତି। ଆଜି ସେ ସଂଯୁକ୍ତ ସଂଘର୍ଷ ପାର୍ଟି ନାଁରେ ଗୋଟିଏ ରାଜନୀତିକ ଦଳ ଗଠନ କରିଛନ୍ତି। ତାଙ୍କ ଦଳ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢ଼ିବ। ଚଣ୍ଡିଗଡ଼ରେ ନିଜର ରାଜନୀତିକ ଇନିଂସ ସମ୍ପର୍କରେ ସୂଚନା ଦେଇ ଗୁରୁନାମ କହିଛନ୍ତି, “ଅଧିକାଂଶ ରାଜନୀତିକ […]

gurnam

Hemant Lenka
  • Published: Saturday, 18 December 2021
  • , Updated: 18 December 2021, 12:51 PM IST

ଅମୃତସର: କୃଷି ଆଇନ ବିରୋଧରେ ଆନ୍ଦୋଳନ କରି କେନ୍ଦ୍ର ସରକାରଙ୍କୁ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ କରାଇବାକୁ ସକ୍ଷମ ହୋଇଥିବା ଚାଷୀ ନେତା ଗୁରନାମ ସିଂହ ଚଡୁନି ରାଜନୀତିରେ ପ୍ରବେଶ କରିଛନ୍ତି। ଆଜି ସେ ସଂଯୁକ୍ତ ସଂଘର୍ଷ ପାର୍ଟି ନାଁରେ ଗୋଟିଏ ରାଜନୀତିକ ଦଳ ଗଠନ କରିଛନ୍ତି। ତାଙ୍କ ଦଳ ଆସନ୍ତାବର୍ଷ ଅନୁଷ୍ଠିତ ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢ଼ିବ।

ଚଣ୍ଡିଗଡ଼ରେ ନିଜର ରାଜନୀତିକ ଇନିଂସ ସମ୍ପର୍କରେ ସୂଚନା ଦେଇ ଗୁରୁନାମ କହିଛନ୍ତି, “ଅଧିକାଂଶ ରାଜନୀତିକ ଦଳକୁ ଟଙ୍କା ଥିବା ଲୋକମାନେ କବଜା କରି ରଖିଛନ୍ତି। ପୁଞ୍ଜିବାଦ ଦେଶରେ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଧନୀ ଓ ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବଢ଼ୁଛି। ଧନୀ ଲୋକମାନେ ନିଜକୁ ସୁହାଇଲା ଭଳି ନୀତି ଗରିବଙ୍କ ପାଇଁ ତିଆରି କରୁଛନ୍ତି। ହେଲେ ଆମ ଦଳ ଜାତି, ଧର୍ମ ଠାରୁ ଉପରେ ରହିବ। ଆମେ ଧର୍ମନିରପେକ୍ଷ ନୀତିରେ କାମ କରିବୁ। ଆମ ରାଜନୀତିକ ଦଳ ସବୁ ଜାତି, ଧର୍ମ, ଗାଁ, ସହର, ଶ୍ରମିକ ଓ ଚାଷୀଙ୍କ ପାଇଁ କାମ କରିବ।”

ସଂଯୁକ୍ତ ସଂଘର୍ଷ ପାର୍ଟି ପଞ୍ଜାବର ସମସ୍ତ ବିଧାନସଭା ଆସନରେ ପ୍ରାର୍ଥୀ ଦେବ ବୋଲି ଗୁରୁନାମ କହିଛନ୍ତି। କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଦୀର୍ଘ ଗୋଟିଏ ବର୍ଷ ଧରି କରିଥିବା ଆନ୍ଦୋଳନ ବେଳେ ଗୁରୁନାମ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ସରକାରଙ୍କ ସହ ଆଲୋଚନା କରିବା ପାଇଁ ମୋର୍ଚ୍ଚା ଗଠନ କରିଥିବା ୫ ଜଣିଆ କମିଟିରେ ମଧ୍ୟ ସେ ରହିଥିଲେ। ଗୁରୁନାମଙ୍କ ବ୍ୟତୀତ ଏହି କମିଟିରେ ଯୁଦ୍ଧବୀର ସିଂହ, ଅଶୋକ ଧୱାଲେ, ବଲବୀର ସିଂହ ରାଜେୱାଲ ଓ ଶିବ କୁମାର କାକ୍କା ରହିଥିଲେ।

Related story