ଆଜି ଚାଷୀଙ୍କ ଚକା ଜାମ୍ ଆନ୍ଦୋଳନ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ଚାଷୀ । ଆଜି ସାରା ଦେଶରେ ଚକା ଜାମ୍‌ର ଆହ୍ୱାନ ଦିଆଯାଇଛି।  ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏ ୩ ଘଣ୍ଟା ପାଇଁ ଏହି ଚକା ଜାମ୍ କରାଯିବ । ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି । ତେବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଜି ଚକା ଜାମ୍ କରାଯିବ ନାହିଁ । କେନ୍ଦ୍ରର ୩ […]

fff

Niharika Rout
  • Published: Saturday, 06 February 2021
  • , Updated: 06 February 2021, 07:48 AM IST

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରିଛନ୍ତି ଚାଷୀ । ଆଜି ସାରା ଦେଶରେ ଚକା ଜାମ୍‌ର ଆହ୍ୱାନ ଦିଆଯାଇଛି।  ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏ ୩ ଘଣ୍ଟା ପାଇଁ ଏହି ଚକା ଜାମ୍ କରାଯିବ । ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି । ତେବେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆଜି ଚକା ଜାମ୍ କରାଯିବ ନାହିଁ ।

କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ପ୍ରାୟ ୪ ମାସ ହେଲା ଜାରି ରହିଛି । କେନ୍ଦ୍ର ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳ ବାହାରି ନାହିଁ । ବରଂ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ଅଛନ୍ତି । କେନ୍ଦ୍ର ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଇନ ପ୍ରତ୍ୟାହାର ଜିଦ୍‌ରେ ଅଟଳ ରହିଛନ୍ତି ଚାଷୀ । ଦୁଇ ପକ୍ଷ ନିଜ ନିଜ  ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ରାସ୍ତା ବାହାରି ନାହିଁ ।

ଦିଲ୍ଲୀ ସୀମା ସିଂଘୁରେ ଏବେ ବି ଧାରଣାରେ ବସିଛନ୍ତି ଚାଷୀ । ଗାଜିପୁରରେ ମଧ୍ୟ ସେମାନେ ଏକଜୁଟ ହୋଇ ରହିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସବୁ ସମ୍ବେଦନଶୀଳ ସ୍ଥାନ ଉପରେ ରହିଛି ନଜର । ଲାଲକିଲ୍ଲାରେ ଯେଭଳି ପରିସ୍ଥିତି ସୃଷ୍ଟି ହେଲା, ତାର ଯେପରି ପୁନରାବୃତ୍ତି ନ ହୁଏ, ତା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି  । ଚକା ଜାମ ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍‌ ଆଦିକୁ ଅଟକା ଯିବ ନାହିଁ ବୋଲି ସଂୟୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି।  ସେପଟେ ଚାଷୀ ଆନ୍ଦୋଳନକୁ ଓଡ଼ିଶାରେ ନବ ନିର୍ମାଣ କୃଷକ ସଂଗଠନ ସମର୍ଥନ ଜଣାଇଛି।

 

Related story