ମନିଲଣ୍ଡରିଂ ମାମଲା: ଫାରୁକ୍‌ ଅବଦ୍ଦୁଲ୍ଲାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

ଶ୍ରୀନଗର: ବଢ଼ିଲା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଅଡୁଆ। ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମ୍ମୁ କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ର ପାଣ୍ଠି ଦୁର୍ନୀତି ସହ ଜଡିତ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏହି ମାମଲାରେ ୮୪ ବର୍ଷିୟ ଫାରୁକ୍ ଅବଦୁଲ୍ଲାଙ୍କୁ ମେ’ ୩୧ ରେ ଶ୍ରୀନଗରରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା। ଫାରୁକ୍ ଅବଦୁଲ୍ଲାଙ୍କ ସହ ଅହସାନ ଅହମ୍ମଦ ମିର୍ଜା, […]

farooq-abdullah

farooq-abdullah

Madhupriya Mistry
  • Published: Tuesday, 26 July 2022
  • Updated: 26 July 2022, 04:28 PM IST

Sports

Latest News

ଶ୍ରୀନଗର: ବଢ଼ିଲା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଅଡୁଆ। ମନି ଲଣ୍ଡରିଂ ମାମଲାରେ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜମ୍ମୁ କଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ର ପାଣ୍ଠି ଦୁର୍ନୀତି ସହ ଜଡିତ ମାମଲାରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି।

ଏହି ମାମଲାରେ ୮୪ ବର୍ଷିୟ ଫାରୁକ୍ ଅବଦୁଲ୍ଲାଙ୍କୁ ମେ' ୩୧ ରେ ଶ୍ରୀନଗରରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରାଯାଇଥିଲା। ଫାରୁକ୍ ଅବଦୁଲ୍ଲାଙ୍କ ସହ ଅହସାନ ଅହମ୍ମଦ ମିର୍ଜା, ମିର ମଞ୍ଜୁର ଗଜାନଫର ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଚାର୍ଜସିଟରେ ସାମିଲ ଅଛି। PMLA କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଅଗଷ୍ଟ ୨୭ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରିଛନ୍ତି।

ଏହି ମାମଲାଟି ଜେ ଆଣ୍ଡ କେ କ୍ରିକେଟ୍ ଆସୋସିଏସନର ଅର୍ଥକୁ JKCA ର ଅଧିକାରୀଙ୍କ ସମେତ ସମ୍ପର୍କିତ ପାର୍ଟିର ବିଭିନ୍ନ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ଏବଂ JKCA ବ୍ୟାଙ୍କ ଆକାଉଣ୍ଟରୁ ନଗଦ ଟଙ୍କା ଉଠାଇବାକୁ ନେଇ ଜଡିତ ଅଛି। ଜମ୍ମୁକଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ ପାଣ୍ଠି ଟଙ୍କାରେ ହେର୍‌ଫେର୍‌ ମାମଲାରେ ଇଡି ପୂର୍ବରୁ ଫାରୁକ୍‌ ଅବଦୁଲ୍ଲା ୨୧.୫୦ କୋଟି ଟଙ୍କା ସମ୍ପତ୍ତି ସିଜ୍‌ କରିସାରିଛି।

ଇଡି ଜେକେସିଏର ଅଧିକାରୀଙ୍କ ବିରୋଧରେ ୨୦୧୮ରେ ସିବିଆଇ ଦ୍ୱାରା ଦାଖଲ ଚାର୍ଜସିଟ୍‌ ଆଧାରରେ ମନି ଲଣ୍ଡରିଂ ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଥିଲା। ଏହାପୂର୍ବରୁ, ଇଡି JKCA ତତ୍କାଳୀନ କୋଷାଧ୍ୟକ୍ଷ ଅହସାନ ଅହମ୍ମଦ ମିର୍ଜାଙ୍କୁ ୪ସେପ୍ଟେମ୍ବର ୨୦୧୯ରେ ଗିରଫ କରିଥିଲା। ୧ ନଭେମ୍ବର ୨୦୧୯ରେ ମିର୍ଜାଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଥିଲା, ଯାହା ବିଚାରାଧୀନ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos