କୋର୍ଟର ଆବାସିକ ବିଲଡିଂରେ ଅଗ୍ନିକାଣ୍ଡ, ଜଣେ ମୃତ

ନୂଆଦିଲ୍ଲୀ: ସକେତ କୋର୍ଟର ଆବାସିକ କମ୍ଲେକ୍ସରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କମ୍ଲେକ୍ସ ବିଲଡିଂର ୪ର୍ଥ ମହମଲାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଠାରେ ରହୁଥିବା ଜଣେ ୮୨ ବର୍ଷୀୟ ବୃଦ୍ଧ ଅତ୍ୟଧିକ ଧୂଆଁ ଯୋଗୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ପରିବାରର ଆଉ ୪ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ଅନୁସାର, ସନ୍ଧ୍ୟା ୫.୨୩ରେ ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀ ଖବର ପାଇଥିଲା। ଖବର ମିଳିବା ମାତ୍ରେ ୫ଟି ଦମକଳ […]

Fire

Hemant Lenka
  • Published: Saturday, 29 May 2021
  • , Updated: 29 May 2021, 08:53 PM IST

ନୂଆଦିଲ୍ଲୀ: ସକେତ କୋର୍ଟର ଆବାସିକ କମ୍ଲେକ୍ସରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। କମ୍ଲେକ୍ସ ବିଲଡିଂର ୪ର୍ଥ ମହମଲାରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଠାରେ ରହୁଥିବା ଜଣେ ୮୨ ବର୍ଷୀୟ ବୃଦ୍ଧ ଅତ୍ୟଧିକ ଧୂଆଁ ଯୋଗୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ପରିବାରର ଆଉ ୪ ଜଣ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ସୂଚନା ଅନୁସାର, ସନ୍ଧ୍ୟା ୫.୨୩ରେ ଅଗ୍ନିକାଣ୍ଡ ସମ୍ପର୍କରେ ଦମକଳ ବାହିନୀ ଖବର ପାଇଥିଲା। ଖବର ମିଳିବା ମାତ୍ରେ ୫ଟି ଦମକଳ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲା। ୪ର୍ଥ ମହଲାରେ ଥିବା ୫*୬ ସ୍କୋୟେରା ଫୁଟର ଷ୍ଟୋର ରୁମରେ ପ୍ରଥମେ ନିଆଁ ଲାଗିଥିଲା।

ଏଠାରେ ବୁକସେଲ୍ଫ, କପବୋର୍ଡ ଓ ଇନଭର୍ଟର ରହିଥିଲା। ନିଆଁ ରୁମକୁ ବ୍ୟାପିବାରୁ ଅଣନିଶ୍ୱାଃସୀ ହୋଇ ଜଣେ ବୃଦ୍ଧ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଓ ପରିବାରର ଅନ୍ୟ ୪ ଜଣଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ହେଲେ ସେଠାରେ ବୃଦ୍ଧ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଅଗ୍ନିଶମ ବାହିନୀର କର୍ମଚାରୀ ଦୀର୍ଘ ଘଣ୍ଟାର ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡର କାରଣ ଖୋଜିବା ଆରମ୍ଭ କରିଛି।

Related story