କ୍ଷୀର କମ୍‌ ଦେଲା ମଇଁଷି, ଫୁଟିଲା ଗୁଳି

ଲକ୍ଷ୍ନୌ: ମଇଁଷି କ୍ଷୀରକୁ ନେଇ ବିବାଦ। ଉତ୍ତେଜନା ଆଉ ତା’ପରେ ଗୁଳିମାଡ଼ ଯାଏ କଥା ପହଞ୍ଚିଛି। କେବଳ ସେତିକି ନୁହେଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରେଦଶର ଆଜମଗଡରେ। ସୂଚନା ମୁତାବକ, ଆଜମଗଡର ଧୌରାହରା ଗାଁର ଫହିମ ନାମକ ଜଣେ ବ୍ୟକ୍ତି ମଇଁଷି କିଣିଥିଲେ। ଏହାପରେ ମଇଁଷି କ୍ଷୀର କମ ଦେଇଥିଲା। ଏହାକୁ ନେଇ ଫହିମ୍‌ ରାଗରେ ପଞ୍ଚମ ହୋଇଯାଇଥିଲେ। ଯେଉଁ ବ୍ୟକ୍ତିଙ୍କ […]

firing

Madhupriya Mistry
  • Published: Monday, 29 March 2021
  • , Updated: 29 March 2021, 12:37 PM IST

ଲକ୍ଷ୍ନୌ: ମଇଁଷି କ୍ଷୀରକୁ ନେଇ ବିବାଦ। ଉତ୍ତେଜନା ଆଉ ତା'ପରେ ଗୁଳିମାଡ଼ ଯାଏ କଥା ପହଞ୍ଚିଛି। କେବଳ ସେତିକି ନୁହେଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି।  ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରେଦଶର ଆଜମଗଡରେ।

ସୂଚନା ମୁତାବକ, ଆଜମଗଡର ଧୌରାହରା ଗାଁର ଫହିମ ନାମକ ଜଣେ ବ୍ୟକ୍ତି ମଇଁଷି କିଣିଥିଲେ। ଏହାପରେ ମଇଁଷି କ୍ଷୀର କମ ଦେଇଥିଲା। ଏହାକୁ ନେଇ ଫହିମ୍‌ ରାଗରେ ପଞ୍ଚମ ହୋଇଯାଇଥିଲେ। ଯେଉଁ ବ୍ୟକ୍ତିଙ୍କ ଠାରୁ ସେ ମଇଁଷି କିଣିଥିଲେ ତାକୁ ଫେରାଇ ନେବା ପାଇଁ କହିଥିଲେ। କିନ୍ତୁ ସେ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ବିବାଦ ବଢ଼ିବାକୁ ଲାଗିଥିଲା। ଏପରିକି ଏହି ଘଟଣାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିମାଡ ମଧ୍ୟ ହୋଇଛି। ତେବେ ଏହି ଗୁଳିମାଡରେ କେହି ମୃତାହତ ହୋଇନଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି।

ସେପଟେ ଗାଁ ଲୋକଙ୍କ କହିବା ମୁତାବକ, ମାସକ ତଳେ ଫହିମ ଗାଁର ସୋନୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୪୨ ହଜାର ଟଙ୍କା ଦେଇ ଗୋଟିଏ ମଇଁଷି କିଣିଥିଲେ । ମଇଁଷି କିଣିବା ବେଳେ ସାତ ମାସ ଯାଏଁ ସେ କ୍ଷୀର ଦେବ ବୋଲି ସୋନୁ ଦାବି କରିଥିଲେ। କିନ୍ତୁ କିଣିବାର ୧୫ ଦିନ ଭିତରେ ହିଁ ମଇଁଷି ୭୫ ପ୍ରତିଶତ କମ୍‌ କ୍ଷୀର ଦେଇଥିଲା। ଏହାପରେ ମଇଁଷି ଫେରାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆଜମଗଡ ଏସ୍‌ପି କହିଛନ୍ତି, ପୂରା ମାମଲାର ଯାଂଚ ଚାଲିଛି। ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।

Related story