ପ୍ରବଳ ବର୍ଷାରେ ଲାଗିଲା କରେଣ୍ଟ, ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଗାଜିଆବାଦରେ କରେଣ୍ଟ ଲାଗି ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସିହାନୀ ଗେଟ୍ ଅଞ୍ଚଳରେ ଥିବା ରାକେଶ ମାର୍ଗରେ ଘଟିଛି। ପାଖରେ ଥିବା ଏକ ଦୋକାନ ଘରୁ ଏହି କରେଣ୍ଟ ଆସିଛି। ମୃତକଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ମହିଳା ଅଛନ୍ତି। ଏହାବ୍ୟତୀତ ଜଣେ ୨୪ ବର୍ଷୀୟ ଯୁବକ, ୧୧ ଓ ୩ ବର୍ଷର ଶିଶୁଙ୍କର ମଧ୍ୟ କରେଣ୍ଟ […]

electric-shock

Ranjit Kumar Jena
  • Published: Wednesday, 01 September 2021
  • , Updated: 01 September 2021, 03:57 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଗାଜିଆବାଦରେ କରେଣ୍ଟ ଲାଗି ୫ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସିହାନୀ ଗେଟ୍ ଅଞ୍ଚଳରେ ଥିବା ରାକେଶ ମାର୍ଗରେ ଘଟିଛି। ପାଖରେ ଥିବା ଏକ ଦୋକାନ ଘରୁ ଏହି କରେଣ୍ଟ ଆସିଛି। ମୃତକଙ୍କ ମଧ୍ୟରେ ଜଣେ ୩୫ ବର୍ଷୀୟ ମହିଳା ଅଛନ୍ତି। ଏହାବ୍ୟତୀତ ଜଣେ ୨୪ ବର୍ଷୀୟ ଯୁବକ, ୧୧ ଓ ୩ ବର୍ଷର ଶିଶୁଙ୍କର ମଧ୍ୟ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଛି।

ବର୍ଷା ଓ ଶର୍ଟ ସର୍କିଟରୁ କରେଣ୍ଟ ଲାଗିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ପୁଲିସ୍ ଘଟଣାର ତଦନ୍ତ କରୁଛି ଏବଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଦିଲ୍ଲୀ ଓ ଏନସିଆରରେ ଲଗାତର ଦ୍ୱିତୀୟ ଦିନ ବର୍ଷା ଲାଗି ରହିଛି। ଯେଉଁ କାରଣରୁ ସାଧାରଣ ଜନଜୀବନ ବେଶ୍ ପ୍ରଭାବିତ ହୋଇଛି। ୬ ଘଣ୍ଟାର ପ୍ରବଳ ବର୍ଷାରେ ସମଗ୍ର ଦିଲ୍ଲୀରେ ଜଳାର୍ଣ୍ଣବ ଦେଖିବାକୁ ମିଳିଛି।

ଦିଲ୍ଲୀର ମିଣ୍ଟୋ ବ୍ରିଜ୍, ଆଇଟିଓ ସମେତ ଅନେକ ଅଞ୍ଚଳରେ ଗାଡ଼ି ଗୁଡ଼ିକ ଭାସୁଥିବା ଦେଖିବାକୁ ମିଳିଛି। ଦିଲ୍ଲୀର ଲୋଧି ଗାର୍ଡେନ୍, ଆଇଜିଆଇ ଏୟାରପୋର୍ଟ ଭଳି ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଘଡ଼ଘଡ଼ି ଓ ବିଜୁଳି ସହ ଦିଲ୍ଲୀ ବ୍ୟତୀତ ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏସବୁ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗ ମୁତାବକ, ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ପାଖାପାଖି ୧୬୦୦ ପ୍ରତିଶତ ଅଧିକ ବର୍ଷା ହୋଇଛି। ଅଧିକାଂଶ ଅଞ୍ଚଳରେ ବର୍ଷା ଯୋଗୁ ପାଣି ଜମି ରହିଛି, ଯେଉଁ କାରଣରୁ ଲୋକଙ୍କ ଯାତାୟତ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ମଧ୍ୟ ଟ୍ରାଫିକ୍ ଜାମ୍ ହୋଇଛି। ଆଜି ପାଇଁ ମଧ୍ୟ ରାଜଧାନୀରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ଓ ପରଦିନ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ଯୋଗୁ ଦିଲ୍ଲୀର ତାପମାତ୍ର ହ୍ରାସ ପାଇଛି।

Related story