ଜୟପୁର: ରାଜସ୍ଥାନର ପାଲୁ ଥାନା ଅନ୍ତର୍ଗତ ବିଶ୍ରାସର ଜାତୀୟ ରାଜପଥରେ କାର- ଟ୍ରକ ମୁହାଁମୁହିଁ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ବିକାନେର ହସ୍ପିଟାଲକୁ ସଥାନାନ୍ତର କରାୟାଇଛି । ଏକ କାରରେ ୬ ଜଣ ବ୍ୟକ୍ତି ଆସୁଥିବା ବେଳେ ବୀପରିତ ଦିଗରୁ ଇଟା ବୋଝେଇ ଟ୍ରକ ସହ ସେମାନଙ୍କ ଧକ୍କା ହୋଇଥିଲା । କାରରେ ଥିବା ୬ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିଲା। ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ବିକାନେର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାପରେ ଟ୍ରକର ଡ୍ରାଇଭର ଫେରାର ମାରିଛି। ପଲ୍ଲୁ ଥାନା ପୁଲିସ ଟ୍ରକ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି।