ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଛକାପଞ୍ଝା ଭଳି ସ୍ଥିତି ଜାରି ରହିଥିବା ବେଳେ ଅରୁଣାଚଳ ପ୍ରଦେଶ ସୀମାରୁ ଆସିଛି ଚିନ୍ତାଜନକ ସୂଚନା। ଅରୁଣାଚଳ ସୀମାରୁ ୫ ଭାରତୀୟଙ୍କୁ ଚୀନ ସେନା ଅପହରଣ କରି ନେଇଥିବା କୁହାଯାଇଛି। ପୁଣି ଆଉ କେହି ନୁହେଁ, ରାଜ୍ୟର ଜଣେ କଂଗ୍ରେସ ବିଧାୟକ ନିନୋଙ୍ଗ ଏରିଙ୍ଗ ଏହି ଦାବି କରିଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି ଯେ ଅରୁଣାଚଳ ପ୍ରଦେଶର ଉପର ସୁବନଶିରି ଜିଲ୍ଲାରୁ ୫ ଜଣ ଲୋକଙ୍କୁ ଚୀନ ସେନା ଅପହରଣ କରି ନେଇଯାଇଛି। କିଛି ମାସ ତଳେ ଏଭଳି ସମାନ ଘଟଣା ଘଟିଥିଲା। ଚୀନ ସେନାକୁ ଏହାର କଡ଼ା ଜବାବ ଦିଆଯିବ ଉଚିତ୍।
SHOCKING NEWS: Five people from Upper Subansiri district of our state Arunachal Pradesh have reportedly been ‘abducted’ by China’s People’s Liberation Army (PLA).
Few months earlier,a similar incident happened. A befitting reply must be given to #PLA and #CCPChina. @PMOIndia https://t.co/8gRdGsQfId pic.twitter.com/KbDMJ3bUi2
— Ninong Ering (@ninong_erring) September 4, 2020
ଯେଉଁମାନଙ୍କୁ ଚୀନ୍ ସେନା ଅପହରଣ କରିଛି ବୋଲି କୁହାଯାଉଛି, ସେମାନେ ହେଲେ ନାଚୋ ଗାଁର ସିଙ୍ଗକମ୍, ପ୍ରସାତ ରିଙ୍ଗଲିଙ୍ଗ, ହୋଙ୍ଗୁଟ୍ ଏବିୟା, ତନୁ ବାକେର ଓ ଗାରୁ ଡିରି। କୁହାଯାଉଛି, ଏମାନଙ୍କ ସହିତ ଆଉ ୨ ଜଣଙ୍କୁ ବି ଅପହରଣ କରାଯାଇଥିଲା। କିନ୍ତୁ ସେମାନେ ଖସି ପଳାଇ ଆସିଥିଲେ।