ସର୍ଭର ଡାଉନ୍‌ ହେବାରୁ ମୁମ୍ବାଇରେ ବିମାନ ସେବା ବାଧାପ୍ରାପ୍ତ

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାରେ ବ୍ୟାଘତ। ସର୍ଭର ଡାଉନ୍ ଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୁରୁବାର ସର୍ଭର ଡାଉନ୍ ହେବାରୁ ମୁମ୍ବାଇ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ବିମାନ ବନ୍ଦରରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଛି। ଯାତ୍ରୀମାନେ ଠିକ୍ ସମୟରେ ଯାତ୍ରା କରିନପାରି ହଇରାଣ ହୋଇଛନ୍ତି।  ବିମାନବନ୍ଦରରେ ଥିବା ସିଆଇଏସ୍ଏଫ୍ କହିଛି ଯେ ସର୍ଭର ଡାଉନ ହେବାରୁ ବିମାନ ବନ୍ଦରରେ ସାମାନ୍ୟ ଭିଡ଼ ବଢ଼ିଛି। ତଥାପି ପରିସ୍ଥିତିକୁ ମୁକାବିଲା […]

mUMBAI AIRPORT

  • Published: Thursday, 01 December 2022
  • , Updated: 01 December 2022, 08:38 PM IST

ମୁମ୍ବାଇ: ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ସେବାରେ ବ୍ୟାଘତ। ସର୍ଭର ଡାଉନ୍ ଥିବାରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୁରୁବାର ସର୍ଭର ଡାଉନ୍ ହେବାରୁ ମୁମ୍ବାଇ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ବିମାନ ବନ୍ଦରରେ ଅଧିକ ଭିଡ଼ ପରିଲକ୍ଷିତ ହୋଇଛି। ଯାତ୍ରୀମାନେ ଠିକ୍ ସମୟରେ ଯାତ୍ରା କରିନପାରି ହଇରାଣ ହୋଇଛନ୍ତି।  ବିମାନବନ୍ଦରରେ ଥିବା ସିଆଇଏସ୍ଏଫ୍ କହିଛି ଯେ ସର୍ଭର ଡାଉନ ହେବାରୁ ବିମାନ ବନ୍ଦରରେ ସାମାନ୍ୟ ଭିଡ଼ ବଢ଼ିଛି।

ତଥାପି ପରିସ୍ଥିତିକୁ ମୁକାବିଲା କରାଯାଉଛି। ଏବେ ମାନୁଆଲ ପାସ୍ ଦିଆଯାଉଥିବାରୁ କୌଣସି ବିଶୃଙ୍ଖଳା ହେଉ ନାହିଁ।ସମସ୍ୟାକୁ ଦୃଷ୍ଟିରେ ରଖି  ଇଁ ଆମେ ଯତ୍ନବାନ ଥିବା ସିଆଇଏସ୍ଏଫ୍ କହିଛି।

ମୁମ୍ବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (MIAL) ଯାତ୍ରୀମାନଙ୍କୁ ଚେକ୍ ଇନ୍ ପାଇଁ ଅତିରିକ୍ତ ସମୟ ଲାଗିବ ବୋଲି ଘୋଷଣା କରିଛି। ସହରରେ କାମ ଚାଲୁଥିବାରୁ ବିମାନ ବନ୍ଦର ବାହାରେ ଏକ ନେଟୱର୍କ ବିଚ୍ଛିନ୍ନ ହୋଇଛି। ଫଳରେ ବିମାନ ଯାତ୍ରା ପାଇଁ ସମସ୍ତ ପ୍ରକ୍ରିୟାରେ ବ୍ୟାଘତ ସୃଷ୍ଟି ହୋଇଛି। ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବା ଆଶା କରାଯାଉଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

Related story