ଜବରଦସ୍ତ ଧର୍ମାନ୍ତୀକରଣ ନ ରୋକିଲେ ପରିସ୍ଥିତି ଜଟିଳ ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜବଦସ୍ତ ଧର୍ମାନ୍ତୀକରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହା ଏକ ଗମ୍ଭୀର ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ ରୋକିବା ତଥା ଯାଞ୍ଚ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରକୁ ତାଗିଦ କରିଛନ୍ତି ଅଦାଲତ। ଆଜି ଏହି ମାମଲାରେ ଶୁଣାଣି କରି କୋର୍ଟ  ଧର୍ମାନ୍ତୀକରଣ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି। ଯଦି ଧର୍ମାନ୍ତୀକରଣକୁ ରୋକାନଯାଏ ତେବେ ପରିସ୍ଥତି ଭୟାବହ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଛନ୍ତି। ଜଷ୍ଟିସ ଏମ ଆର ଶାହା ଏବଂ […]

supreme-court

  • Published: Monday, 14 November 2022
  • , Updated: 14 November 2022, 04:28 PM IST

ନୂଆଦିଲ୍ଲୀ: ଜବଦସ୍ତ ଧର୍ମାନ୍ତୀକରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହା ଏକ ଗମ୍ଭୀର ବିଷୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ ରୋକିବା ତଥା ଯାଞ୍ଚ ପାଇଁ ପଦକ୍ଷେପ ନେବାକୁ କେନ୍ଦ୍ରକୁ ତାଗିଦ କରିଛନ୍ତି ଅଦାଲତ। ଆଜି ଏହି ମାମଲାରେ ଶୁଣାଣି କରି କୋର୍ଟ  ଧର୍ମାନ୍ତୀକରଣ ଏକ ଗୁରୁତର ପ୍ରସଙ୍ଗ ବୋଲି କହିଛନ୍ତି। ଯଦି ଧର୍ମାନ୍ତୀକରଣକୁ ରୋକାନଯାଏ ତେବେ ପରିସ୍ଥତି ଭୟାବହ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଚେତାବନୀ ଦେଛନ୍ତି। ଜଷ୍ଟିସ ଏମ ଆର ଶାହା ଏବଂ ହିମା କୋହଲିଙ୍କ ବେଞ୍ଚ ଆଜି ଏହି ମାମଲାର ଶୁଣାଣି କରି ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଏହି ବ୍ୟବସ୍ଥାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି।

ଏହା ଏକ ଗମ୍ଭୀର ବିଷୟ।  ଜବରଦସ୍ତ ଧର୍ମାନ୍ତୀକରଣକୁ ବନ୍ଦ କରିବାକୁ କେନ୍ଦ୍ର ପଦକ୍ଷେପ ନେବା ଉଚିତ। । ନଚେତ୍ ଜଟିଳ ପରିସ୍ଥିତି ସୃଷ୍ଟି ହେବ। ଦେଶର ସୁରକ୍ଷା ଓ ଧାର୍ମିକ ସ୍ୱାଧୀନତା ପ୍ରତି ଏହା ବିପଦ ସାଜିପାରେ।  ଏ ବିଷୟରେ କେନ୍ଦ୍ର ଏକ ସତ୍ୟପାଠ ଦାଖଲ କରି ସ୍ପଷ୍ଟ କରିବା ଉଚିତ ।  ଧର୍ମାନ୍ତୀକରଣ  ରୋକିବାକୁ କଣ ସବୁ ପଦକ୍ଷେପ ନିଆଯାଇଛି ତାହା ଅବଗତ କରିବା ଉଚିତ ବୋଲି କୋର୍ଟ କହିଛନ୍ତି।  ଆଡଭୋକେଟ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ କୋର୍ଟ କେନ୍ଦ୍ରକୁ ନୋଟିସ କରିଛନ୍ତି। ଉପାଧ୍ୟାୟ ତାଙ୍କ ଆବେଦନରେ ମଧ୍ୟ କେନ୍ଦ୍ର ଏବଂ ରାଜ୍ୟ ବଳପୂର୍ବକ ଧର୍ମାନ୍ତୀକରଣକୁ ରୋକିବା ପାଇଁ ପଦକ୍ଷେ ନେବାଲାଗି ସୁକ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅପିଲ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ପ୍ରଲୋଭନ, ଧମକ ଏବଂ ମୋଟା ଅଙ୍କର ଅର୍ଥ ଦେଇ ଧର୍ମାନ୍ତୀକରଣ କରାଯାଉଛି।

ଏହା ଏକ ଜାତୀୟ ସମସ୍ୟାରେ ପରିଣତ ହୋଇଛି।ସବୁ ରାଜ୍ୟରେ ଏହି ସମସ୍ୟା ଉତ୍କଟ ହେଲାଣି। ତେଣୁ ଏହାକୁ ମୁକାବିଲା ପାଇଁ ସରକାର ତତ୍ପର ହେବା ଉଚିତ। କୌଣସି ରାଜ୍ୟ ଧର୍ମାନ୍ତୀକରଣ ଜାଲରୁ ମୁକ୍ତ ନୁହଁ ବୋଲି ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ପ୍ରତି ସପ୍ତାହରେ ଦେଶର ବିଭିନ୍ନ ସ୍ଥାନରୁ ଧର୍ମାନ୍ତୀରକରଣ ମାମଲା ସାମ୍ନାକୁ ଆସୁଛି। ସେହିପରି ଧର୍ମାନ୍ତୀକରଣ ପାଇଁ ଅନ୍ଧବିଶ୍ୱାସର ସାହାରା ତଥା ଗୁଣିଗାରେଡ଼ି ମଧ୍ୟ କରାଯାଉଛି। କିନ୍ତୁ ଏଥିପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସଚେତନ ନଥିବା ଉପାଧ୍ୟାୟ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

Related story