ବଳପୂର୍ବକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ: ଜାତିସଂଘ

ଜେନେଭା: କରୋନା ବିରୋଧରେ ସବୁ ରାଷ୍ଟ୍ର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ଟିକା ନେଇ ନଥିବା ଲୋକଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ କଟକଣାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି କି ଭାରତର କିଛି ଜିଲ୍ଲାରେ ପ୍ରଶାସନ ଟିକାକରଣ ବାଧ୍ୟତାମୂଳକ ମଧ୍ୟ କରୁଛନ୍ତି। ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିସେଲ ବାଚେଲେଟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ବାଧ୍ୟମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ। ଯେଉଁ ଦେଶଗୁଡ଼ିକ କରୋନା ବିରୋଧରେ ଲଢ଼େଇ କରିବାକୁ ଟିକାକରଣକୁ […]

Vaccine

Hemant Lenka
  • Published: Friday, 10 December 2021
  • , Updated: 10 December 2021, 01:32 PM IST

ଜେନେଭା: କରୋନା ବିରୋଧରେ ସବୁ ରାଷ୍ଟ୍ର ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି। ଟିକା ନେଇ ନଥିବା ଲୋକଙ୍କୁ ମଧ୍ୟ ବିଭିନ୍ନ ସ୍ଥାନରେ କଟକଣାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏପରି କି ଭାରତର କିଛି ଜିଲ୍ଲାରେ ପ୍ରଶାସନ ଟିକାକରଣ ବାଧ୍ୟତାମୂଳକ ମଧ୍ୟ କରୁଛନ୍ତି। ହେଲେ ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମିସେଲ ବାଚେଲେଟ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି ଯେ ବାଧ୍ୟମୂଳକ ଟିକାକରଣ କେବେ ହେଲେ ଗ୍ରହଣୀୟ ନୁହେଁ। ଯେଉଁ ଦେଶଗୁଡ଼ିକ କରୋନା ବିରୋଧରେ ଲଢ଼େଇ କରିବାକୁ ଟିକାକରଣକୁ ବାଧ୍ୟତାମୂଳକ କରିଛନ୍ତି ବା କରିବାକୁ ଲକ୍ଷ୍ୟ ରଖିଛନ୍ତି, ସେମାନେ ମାନବାଧିକାରକୁ ମଧ୍ୟ ଗୁରୁତ୍ୱ ଦେବା ଦରକାର। କୌଣସି ବି ପରିସ୍ଥିତିରେ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ମାନବାଧିକାର ପରିଷଦର ସେମିନାରରେ ମିଚେଲ ସମସ୍ତଙ୍କୁ ସତର୍କ କରାଇବା ସହ ଟିକାକରଣ ବାଧ୍ୟମୂଳକ କରିବା ପୂର୍ବରୁ ବିଭିନ୍ନ ପ୍ରକାରର ମାନବାଧିକାର ଦିଗକୁ ମଧ୍ୟ ବିଚାରକୁ ନେବା ଉଚିତ ବୋଲି କହିଛନ୍ତି। ସେ କହିଛନ୍ତି, “ଯେକୌଣସି ଟିକାକୁ ବାଧ୍ୟତାମୂଳକ କରିବା ପୂର୍ବରୁ ପ୍ରଥମେ ବୈଧତା, ଜରୁରୀ, ସମାନତା ଓ ପାତରଅନ୍ତର ନୀତି ଆଦର୍ଶକୁ ଅନୁକରଣ କରିବା ଦରକାର। କୌଣସି ବି ପରିସ୍ଥିତିରେ ଲୋକଙ୍କୁ ବଳପୂର୍ବକ ଟିକାକରଣ କରାଯାଇ ପାରିବ ନାହିଁ।”

ତେବେ ଯେତେବେ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଆଉ କୌଣସି ବିକଳ୍ପ ନଥିବ ସେତେବେଳେ ଟିକାକୁ ବାଧ୍ୟତାମୂଳକ କରାଯାଇ ପାରେ। ମାସ୍କ ପରିଧାନ ଓ ସମାଜିକ ଦୂରତା ଭଳି ନିୟମ ଯେତେବେଳେ ଲୋକଙ୍କ ସ୍ୱାସ୍ଥ୍ୟକୁ ସୁରକ୍ଷା କରିବାରେ ସହାୟକ ହେବନି ସେତେବେଳେ ହିଁ ଟିକା ନିୟମକୁ ଜରୁରୀ କରାଯାଇ ପାରିବ ବୋଲି ମିସେଲ କହିଛନ୍ତି।

ମିସେଲ କହିଛନ୍ତି, ସ୍କୁଲ, ହସ୍ପିଟାଲ ଓ ସର୍ବସାଧାରଣ ଭଳି ସ୍ଥାନଗୁଡ଼ିକ ପାଇଁ ଟିକାକରଣ କ୍ଷେତ୍ରରେ ଅଧିକାର ଏବଂ ସ୍ୱତନ୍ତ୍ରତାରେ କଟକଣା ଲଗାଯାଇପାରେ। କିନ୍ତୁ ବଳପୂର୍ବକ ଟିକାକରଣ ଗ୍ରହଣୀୟ ନୁହେଁ। ଯଦି ଜଣେ ବ୍ୟକ୍ତି ବାଧ୍ୟତାମୂଳକ ଟିକାକରଣ ନୀତିକୁ ଗ୍ରହଣ କରୁନାହିଁ, ତା’ହେଲେ ତାଙ୍କ ଉପରେ ଫାଇନ ଲଗା ଯାଇପାରିବ। ଯେଉଁଠି ଫାଇନ ଲାଗିବାର ବ୍ୟବସ୍ଥା ହେଉଛି, ତା’ର ସମୀକ୍ଷା ନ୍ୟାୟପାଳିକାରେ ମଧ୍ୟ କରାଯିବାର ସୁବିଧା ମିଳିବା ଦରକାର ବୋଲି ସେ କହିଛନ୍ତି।

Related story