କଂଗ୍ରେସର ବିଧାୟକ ପଦରୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ଟିଏମସିରେ ମିଶିବେ

ପାଣାଜୀ: ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାୟକ ପଦ ମଧ୍ୟ ଛାଡ଼ି ଦେଇଛନ୍ତି। ତେବେ ସେ କଂଗ୍ରେସରେ ସବୁ ବେଳେ ରହିବ ଓ ଦଳର ଆଦର୍ଶରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।  କିନ୍ତୁ ସେ ଟିଏମସିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଛି। ନାଭେଲିମ ଆସନରୁ କଂଗ୍ରେସ ଟିକେଟରେ […]

Goa

Hemant Lenka
  • Published: Monday, 27 September 2021
  • , Updated: 27 September 2021, 03:17 PM IST

ପାଣାଜୀ: ଆସନ୍ତା ବର୍ଷ ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ବିଧାୟକ ତଥା ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିନୋ ଫାଲେଇରୋ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାୟକ ପଦ ମଧ୍ୟ ଛାଡ଼ି ଦେଇଛନ୍ତି। ତେବେ ସେ କଂଗ୍ରେସରେ ସବୁ ବେଳେ ରହିବ ଓ ଦଳର ଆଦର୍ଶରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।  କିନ୍ତୁ ସେ ଟିଏମସିରେ ମିଶିବା ନେଇ ଚର୍ଚ୍ଚା ଲାଗି ରହିଛି।

ନାଭେଲିମ ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିବା ଲୁଇଜିନୋ ଆଜି ବିଧାନସଭା ବାଚସ୍ପତିଙ୍କୁ ଭେଟି ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେ ଇସ୍ତଫାପତ୍ର ବାଚସ୍ପତିଙ୍କୁ ଦେବା ବେଳର ଫଟୋକୁ ମଧ୍ୟ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି, “ମୁଁ ଆଜି ବିଧାୟକ ପଦରୁ ଇସ୍ତଫା ଦେଉଛି। ନାଭେଲିମବାସୀ ମୋ ଉପରେ ଦେଖାଇଥିବା ଭରସା ପାଇଁ ଧନ୍ୟବାଦ। ଭବିଷ୍ୟତରେ ମଧ୍ୟ ସେମାନଙ୍କ ଆଶୀର୍ବାଦ ମୋ ସହ ରହିବ ବୋଲି ଆଶା କରୁଛି।”

ଲୁଇଜିନୋଙ୍କ ଇସ୍ତଫା ପରେ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୪କୁ ହ୍ରାସ ପାଇଛି। ବିଧାୟକ ପଦରୁ ଇସ୍ତଫା ଦେବା ପରେ ଲୁଇଜିନୋ କହିଛନ୍ତି, “ମୁଁ ବିଧାୟକ ପଦ ଛାଡ଼ିଛି। କଂଗ୍ରେସ ଛାଡ଼ି ନାହିଁ। ମୁଁ କଂଗ୍ରେସ ପରିବାରର ସଦସ୍ୟ। ମୁଁ ସବୁବେଳେ କଂଗ୍ରେସରେ ରହିବି। କଂଗ୍ରେସ ପରିବାରକୁ ସୁଦୃଢ଼ କରିବାକୁ ମୁଁ ବିଧାୟକ ପଦ ଛାଡ଼ିଛି। ଏଥିପାଇଁ ମୁଁ କଠିନ ପରିଶ୍ରମ କରିବି।

କଂଗ୍ରେସ ହେଉଛି ଗୋଟିଏ ବିପ୍ଳବ ଯାହା ଜାତିର ପିତା ମହାତ୍ମା ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହରୁ ଓ ସର୍ଦ୍ଦାର ବଲ୍ଲଭ ଭାଇପଟେଲଙ୍କ ଭଳି ଅନେକ ନେତାଙ୍କ ଦ୍ୱାରା ଗଠନ ହୋଇଥିଲା। ଆଜି କଂଗ୍ରେସ ପରିବାର ଭାଗଭାଗ ହୋଇଯାଇଛି। ଗୋଟିଏ କଂଗ୍ରେସ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ଥିବା ବେଳେ ୱାଇଏସ୍ଆର କଂଗ୍ରେସ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ମୋ ଦଳ ଇନ୍ଦିରା କଂଗ୍ରେସ ଗଠନ ହୋଇଥିଲା। ଏମାନେ ସମସ୍ତେ କଂଗ୍ରେସ ପରିବାରର ସଦସ୍ୟ। କିନ୍ତୁ ଏମାନେ ଅଲଗା ହେବା ପରେ କଂଗ୍ରେସ ପରିବାର ଦୁର୍ବଳ ହୋଇଯାଇଛି।


ଦେଶକୁ ସ୍ୱାଧୀନ କରିଥିବା କଂଗ୍ରେସ ଆଜି ଦୁର୍ବଳ ଓ ସବୁ କିଛି ହରାଇଛି। ଆମକୁ ଏବେ କଠିନ ପରିଶ୍ରମ କରି ଗୋଆ ଓ କେନ୍ଦ୍ରରେ ନିଜର କର୍ତ୍ତବ୍ୟ କରିବାକୁ ପଡ଼ିବ।”

ଅନ୍ୟପକ୍ଷରେ ଲୁଇଜିନୋ ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏହି କାରଣ ପାଇଁ ସେ ମମତାଙ୍କୁ କଂଗ୍ରେସ ପରିବାରର ଅଂଶ ବୋଲି କହିଛନ୍ତି।

Related story