ଜେଜେ ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ବିଜେପିରେ ମିଶିଲେ ଇନ୍ଦରଜିତ ସିଂହ

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ ଆଜି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଶ୍ରୀ ସିଂହ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପିର ସାଧାରଣ ସମ୍ପାଦକ ତଥା ପଞ୍ଜାବ ଇନଚାର୍ଜ ଦୁଷ୍ୟନ୍ତ ଗୌତମ କହିଛନ୍ତି, ଏହି ଘଟଣା ହିଁ ଦଳ ପଞ୍ଜାବବାସୀଙ୍କ ହୃଦୟରେ କେମିତି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ସେକଥାକୁ ଦର୍ଶାଉଛି। ଜେଜେ ଜ୍ଞାନୀ ଜୈଲ […]

Indarjeet

Hemant Lenka
  • Published: Monday, 13 September 2021
  • , Updated: 13 September 2021, 03:07 PM IST

ନୂଆଦିଲ୍ଲୀ: ଦେଶର ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ନାତି ଇନ୍ଦରଜିତ ସିଂହ ଆଜି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଶ୍ରୀ ସିଂହ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ତାଙ୍କୁ ଦଳକୁ ସ୍ୱାଗତ କରି ବିଜେପିର ସାଧାରଣ ସମ୍ପାଦକ ତଥା ପଞ୍ଜାବ ଇନଚାର୍ଜ ଦୁଷ୍ୟନ୍ତ ଗୌତମ କହିଛନ୍ତି, ଏହି ଘଟଣା ହିଁ ଦଳ ପଞ୍ଜାବବାସୀଙ୍କ ହୃଦୟରେ କେମିତି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ସେକଥାକୁ ଦର୍ଶାଉଛି।

ଜେଜେ ଜ୍ଞାନୀ ଜୈଲ ସିଂହଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସେ ବିଜେପିରେ ମିଶିଥିବା ଇନ୍ଦରଜିତ କହିଛନ୍ତି। ଏଥିସହ ଜ୍ଞାନୀ ଜୈଲ ସିଂହ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ କି ନାହିଁ, ତା’ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, “କଂଗ୍ରେସ ମୋ ଜେଜେ ବାପାଙ୍କ ସହ ଉଚିତ ବ୍ୟବହାର କରି ନଥିଲା। ମଦନ ଲାଲ ଖୁରାନାଙ୍କ ସମୟରେ ମୁଁ ବିଜେପି ପାଇଁ ଦିଲ୍ଲୀରେ ପ୍ରଚାର କରିଛି। ମୋ ଜେଜେ ବାପା ସବୁବେଳେ ମୁଁ ବିଜେପିରେ ଯୋଗ ଦିଏ ବୋଲି ଚାହୁଁଥିଲେ। ସେ ମୋତେ ସ୍ୱର୍ଗତ ଅଟଳ ବିହାରୀ ବାଜେପୀୟ ଓ ବିଜେପିର ମହାନ ନେତା ଲାଲ କୃଷ୍ଣ ଆଡଭାନୀଙ୍କ ସହ ପରିଚୟ କରାଇଥିଲେ।

ଆଜି ମୋ ଜେଜେ ବାପାଙ୍କ ସ୍ୱପ୍ନ ପୂରଣ ହୋଇଛି। ଆପଣମାନେ ସମସ୍ତେ ଜାଣିଛନ୍ତି କଂଗ୍ରେସ ତାଙ୍କ ସହ କେମିତି ବ୍ୟବହାର କରିଥିଲା। ସେ ଦଳ ପାଇଁ ସବୁ କିଛି କରିଥିଲେ। କିନ୍ତୁ ତାଙ୍କ ସହ ବହୁତ ଖରାପ ବ୍ୟବହାର କରାଯାଇଥିଲା। ତାଙ୍କ ମୃତ୍ୟୁ ଦୁର୍ଘଟଣା ଯୋଗୁ ହୋଇଥିଲା ନା ଦୁର୍ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ଥିଲା, ସେକଥା ମୁଁ ଜାଣିନି।”

ସୂଚନାଯୋଗ୍ୟ, ୧୯୮୨ରୁ ୧୯୮୭ ଯାଏ ଜ୍ଞାନୀ ଜୈଲ ସିଂହ ଦେଶର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ୧୯୯୪ ମସିହାରେ ଗୋଟିଏ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଆସନ୍ତାବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ବିଜେପିରେ ଇନ୍ଦରଜିତ ସିଂହ ମିଶିବା ବେଶ ଗୁରୁତ୍ୱବହନ କରୁଛି।

Related story