ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ ଦଳରୁ ବିଦା କଲା କଂଗ୍ରେସ

ଥିରୁଅନନ୍ତପୁରମ: ଘର ସଜାଡ଼ିବା ମୁଡରେ ଥିବା କଂଗ୍ରେସ ଏବେ ବିଶୃଙ୍ଖଳିତ ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଏହିକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କେଭି ଥୋମାସଙ୍କୁ କଂଗ୍ରେସ ବହିଷ୍କୃତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କେରଳ ପିସିସି ମୁଖ୍ୟ କେ ସୁଧାକରନଙ୍କ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି। ଏଆଇସିସିର ନିଷ୍ପତ୍ତି କ୍ରମେ କେଭି ଥୋମାସଙ୍କୁ ଦଳରୁ ବିହିଷ୍କୃତ କରାଯାଇଥିବା ସେ କହିଛନ୍ତି। ଆଜି ଠାରୁ […]

KV-Thomas

Hemant Lenka
  • Published: Friday, 13 May 2022
  • , Updated: 13 May 2022, 11:35 AM IST

ଥିରୁଅନନ୍ତପୁରମ: ଘର ସଜାଡ଼ିବା ମୁଡରେ ଥିବା କଂଗ୍ରେସ ଏବେ ବିଶୃଙ୍ଖଳିତ ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଏହିକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା କେଭି ଥୋମାସଙ୍କୁ କଂଗ୍ରେସ ବହିଷ୍କୃତ କରିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ କେରଳ ପିସିସି ମୁଖ୍ୟ କେ ସୁଧାକରନଙ୍କ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି। ଏଆଇସିସିର ନିଷ୍ପତ୍ତି କ୍ରମେ କେଭି ଥୋମାସଙ୍କୁ ଦଳରୁ ବିହିଷ୍କୃତ କରାଯାଇଥିବା ସେ କହିଛନ୍ତି।

ଆଜି ଠାରୁ ରାଜସ୍ଥାନର ଉଦୟପୁର ଠାରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି। ଏଠାରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବ। ଏହି କାର୍ଯ୍ୟକ୍ରମରେ ସୁଧାକରନ ମଧ୍ୟ ଯୋଗ ଦେଇଛନ୍ତି। ଉଦୟପୁର ଠାରେ ହିଁ ସେ ଥୋମାସଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି।

ଥୋମାସ କଂଗ୍ରେସରେ ଥିଲେ ମଧ୍ୟ କେରଳରେ କ୍ଷମତାସୀନ ବାମପନ୍ଥୀ ସରକାରଙ୍କ ବିଭିନ୍ନ ନୀତିକୁ ସମର୍ଥନ କରି ଚାଲିଛନ୍ତି। ଏଥିସହ କୋଚିରେ ଆୟୋଜିତ ଉପ ନିର୍ବାଚନ ପ୍ରସ୍ତୁତ ବେଳେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ମଧ୍ୟ ଥୋମାସ ଷ୍ଟେଜରେ ବସିଥିଲେ। ଏହାବାଦ ଉପ ନିର୍ବାଚନରେ ଥୋମାସ ବାମପନ୍ଥୀର ପ୍ରାର୍ଥୀ ଜେଜେ ଯୋଶେଫଙ୍କ ପାଇଁ ପ୍ରଚାର କରିବେ ବୋଲି ମଧ୍ୟ ବୁଧବାର ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ତାଙ୍କୁ ଦଳରୁ ବିଦା କରିଛି।

ସୂଚନାଯୋଗ୍ୟ, ବାମପନ୍ଥୀ ଆଡ଼କୁ ଥୋମାସ ଢଳୁଥିଲେ ମଧ୍ୟ କଂଗ୍ରେସ ଛାଡ଼ିବେ ନାହିଁ ବୋଲି କହିଥିଲେ। ହେଲେ କଂଗ୍ରେସ ଆଜି ନିଜ ତରଫରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Related story