ୟୁପିରେ ବିଚିତ୍ର ଖେଳ: ବାପାଙ୍କୁ ବିଜେପି ପିତା ଲାଗିଲା, ଝିଅକୁ ମିଠା  

ଲକ୍ଷ୍ନୌ: ବାପା ଗଲେ ହେଲେ ଝିଅ ରହିଲେ।  ବାପା ଅସନ୍ତୁଷ୍ଟ ହୋଇ ବିଜେପି ଛାଡ଼ିଲେ। ହେଲେ ସେଇ ଦଳରେ ଝିଅ ରହିଲେ । ଯେଉଁ ନୀତି ଆଦର୍ଶ ବାପାଙ୍କୁ ପସନ୍ଦ ଆସିଲାନି ସେଥିରେ ଝିଅର କୌଣସି ସମସ୍ୟା ନାହିଁ। ଆମେ କହୁଛୁ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ କଥା। ନିକଟରେ ସେ ବିଜେପି ଛାଡ଼ି ସମାଜବାଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି। ପଛୁଆ ତଥା ଓବିସିରୁ ପ୍ରତିନିଧିତ୍ୱ କରୁଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ବର୍ଗର […]

bjp

Tapas Behera
  • Published: Sunday, 30 January 2022
  • , Updated: 30 January 2022, 04:53 PM IST

ଲକ୍ଷ୍ନୌ: ବାପା ଗଲେ ହେଲେ ଝିଅ ରହିଲେ।  ବାପା ଅସନ୍ତୁଷ୍ଟ ହୋଇ ବିଜେପି ଛାଡ଼ିଲେ। ହେଲେ ସେଇ ଦଳରେ ଝିଅ ରହିଲେ । ଯେଉଁ ନୀତି ଆଦର୍ଶ ବାପାଙ୍କୁ ପସନ୍ଦ ଆସିଲାନି ସେଥିରେ ଝିଅର କୌଣସି ସମସ୍ୟା ନାହିଁ। ଆମେ କହୁଛୁ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ କଥା। ନିକଟରେ ସେ ବିଜେପି ଛାଡ଼ି ସମାଜବାଦୀ ପାର୍ଟି(ସପା)ରେ ଯୋଗ ଦେଇଛନ୍ତି।

ପଛୁଆ ତଥା ଓବିସିରୁ ପ୍ରତିନିଧିତ୍ୱ କରୁଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ବର୍ଗର ଲୋକଙ୍କ ପାଇଁ ସରକାର ଅନ୍ୟାୟ କରୁଥିବା ଅଭିଯୋଗ ଆଣି ଯୋଗୀ ସରକାରଙ୍କ ହାତ ଛାଡ଼ିଥିଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ହେଲେ ତାଙ୍କ ଝିଅ ସଂଘମିତ୍ରା ମୌର୍ଯ୍ୟ ଦଳରେ ସେମିତି କିଛି ସମସ୍ୟା ଅନୁଭବ କରି କରିନାହାନ୍ତି। ସେ ଏବେ ବି ବିଜେପିରେ ଅଛନ୍ତି। ସଂଘମିତ୍ରା କହିଛନ୍ତି ଯେ, ତାଙ୍କୁ  ବିଜେପି ଛାଡ଼ିବାର ନାହିଁ।  ସେ ଦଳ ପାଇଁ ପ୍ରଚାର କରିବେ। ତାଙ୍କ ବାପାଙ୍କ ବିରୋଧରେ ଛାଡ଼ି ଦେଲେ ସେ ସବୁଠି ପ୍ରଚାର କରିବେ ବୋଲି ସଂଘମିତ୍ରା କହିଛନ୍ତି ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାପା ଭଳି ବୋଲି କହିଥିଲେ ସଂଘମିତ୍ରା।  ହେଲେ ସେ ତାଙ୍କ ବାପା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏମିତିକି ଦଳ ନିର୍ଦ୍ଦେଶ ଦେଲେ ମଧ୍ୟ ସେ ଏହାକୁ ପାଳନ କରିବେ ନାହିଁ । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପିରେ ଥିଲା ବେଳେ ଜଣେ ବଡ଼ ନେତା ଭାବେ ବେଶ ଦବଦବା ରହିଥିଲା। ଏବେ ସପା ଦଳରେ ଯୋଗ ଦେଇ ବିଜେପି ବଡ଼ ଚ୍ୟଲେଞ୍ଜ ହୋଇଛନ୍ତି  ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ସେ ପଦ୍ରଉଣ ଆସନରୁ ଲଢ଼ୁଛନ୍ତି। ବଦୁଅଁରୁ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଝିଅ ସଂଘମିତ୍ରା ପ୍ରଥମଥର ପାଇଁ ଏମପି ହୋଇଛନ୍ତି। ଦଳ ଛାଡ଼ିବା ସମ୍ପର୍କରେ ତାଙ୍କ ବାପାଙ୍କ ସହ ଆଲୋଚନା କରି ନାହାନ୍ତି।

କିନ୍ତୁ ବିଜେପି ଛାଡ଼ିବା ନେଇ ତାଙ୍କ ଉପରେ କୌଣସି ଚାପ ନାହିଁ। ୩୭ ବର୍ଷୀୟ ସଂଘମିତ୍ରା ୨୦୧୯ ସାଧାରଣ ନିର୍ବାଚନରେ ସପାର ନେତା ଧର୍ମେନ୍ଦ୍ର ଯାଦବଙ୍କୁ ହରାଇଥିଲେ। ମୁଁ କୌଣସି ଚାପରେ ନାହିଁ। ତେଣୁ ଦଳ ଛାଡ଼ିବାର ପ୍ରଶ୍ନ ଉଠୁ ନାହିଁ ବୋଲି ସେ କହିଛନ୍ତି।  ମୋ ପାରିବାରିକ ଜୀବନ ଓ  ରାଜନୈତିକ ଜୀବନ ସମ୍ପୂର୍ଣ୍ଣ ଭିନ୍ନ। କେବଳ ମୋ ବାପାଙ୍କ ବିରୋଧରେ ଛାଡ଼ି ମୁଁ ବିଜେପି ପାଇଁ ସବୁଠି ପ୍ରଚାର କରିବି ବୋଲି ସେ କହିଛନ୍ତି। ଯଦି ଦଳରେ ତାଙ୍କୁ ନେଇ କୌଣସି ସମସ୍ୟା ଉପୁଜେର ପ୍ରଶ୍ନରେ ଜବାବ ଦେଇ ସେ କହିଛନ୍ତି ଯେ, ଦଳ ଏଯାଏଁ ତାଙ୍କୁ କୌଣସି ସ୍ପଷ୍ଟୀରକରଣ ମାଗି ନାହିଁ। ସେହିପରି ଦଳ ପ୍ରତି ତାଙ୍କ ଅନୁଗତ୍ୟର ପ୍ରମାଣପତ୍ର ଦେବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।  ମୋ ବାପା ସମାଜବାଦୀ ପାର୍ଟିରେ ମିଶିଛନ୍ତି ଏବଂ ବଞ୍ଚିତ ସମାଜ ପାଇଁ ସେ ଲଢ଼େଇ ଜାରି ରଖିବେ। ମୁଁ ସେହି ବିଚାରଧାରାରେ ବିଶ୍ୱାସ କରେ। ହେଲେ ମୁଁ ଭାବୁଛି ସେହି ସମସ୍ୟାର ସମାଧାନ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ହୋଇ ପାରିବ ବୋଲି ସେ କହିଛନ୍ତି।

Related story