ସିଗାରେଟ୍ ଆଣିବାକୁ ମନା କରିବାରୁ ସାଙ୍ଗକୁ ପିଟିପିଟି ମାରିଦେଲା ସାଙ୍ଗ

ମୁମ୍ବାଇ: ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରାୟତଃ ଛୋଟ ମୋଟ କଥାକୁ ନେଇ ଝଗଡା ହୋଇଥାଏ। କିନ୍ତୁ ଏହି ଝଗଡା ବେଳେ ବେଳେ ଉଗ୍ର ରୂପ ନେଇଥାଏ। ଏପରିକି ଜଣକ ଜୀବନ ମଧ୍ୟ ଚାଲିଯାଏ। ଏଭଳି କିଛି ଘଟଣା ଘଟିଛି ମୁମ୍ବାଇର ଥାନେ ଅଞ୍ଚଳରେ। ସିଗାରେଟ୍ ଆଣିବାକୁ ମନା କରିବାରୁ ଜଣେ ସାଙ୍ଗକୁ ପିଟିପିଟି ମାରି ଦେଇଛି ଆଉ ଜଣେ ସାଙ୍ଗ। ପୁଲିସ ସୂଚନା ମୁତାବକ, ନଭେମ୍ବର ୪ ତାରିଖ। ମୁମ୍ବାଇ ଥାନେର ଡୋମ୍ବ୍ରିୱଲି ଅଞ୍ଚଳ। ଏଠାକାର ପେଣ୍ଡସେ […]

cigarette

Madhupriya Mistry
  • Published: Sunday, 13 November 2022
  • , Updated: 13 November 2022, 08:31 AM IST

ମୁମ୍ବାଇ: ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରାୟତଃ ଛୋଟ ମୋଟ କଥାକୁ ନେଇ ଝଗଡା ହୋଇଥାଏ। କିନ୍ତୁ ଏହି ଝଗଡା ବେଳେ ବେଳେ ଉଗ୍ର ରୂପ ନେଇଥାଏ। ଏପରିକି ଜଣକ ଜୀବନ ମଧ୍ୟ ଚାଲିଯାଏ। ଏଭଳି କିଛି ଘଟଣା ଘଟିଛି ମୁମ୍ବାଇର ଥାନେ ଅଞ୍ଚଳରେ। ସିଗାରେଟ୍ ଆଣିବାକୁ ମନା କରିବାରୁ ଜଣେ ସାଙ୍ଗକୁ ପିଟିପିଟି ମାରି ଦେଇଛି ଆଉ ଜଣେ ସାଙ୍ଗ।

ପୁଲିସ ସୂଚନା ମୁତାବକ, ନଭେମ୍ବର ୪ ତାରିଖ। ମୁମ୍ବାଇ ଥାନେର ଡୋମ୍ବ୍ରିୱଲି ଅଞ୍ଚଳ। ଏଠାକାର ପେଣ୍ଡସେ ନଗରର ଜୟେଶ ଯାଦବ ଓ ବକୁଳ ରାମଦାସ ଚୌଧୁର ଉଭୟ ପରସ୍ପର ଘନିଷ୍ଠ ବନ୍ଧୁ। ତେବେ ୪ ତାରିଖ ଦିନ ଦୁଇ ସାଙ୍ଗଙ୍କ ଦେଖା ହୋଇଥିଲା। ଏହାପରେ ବକୁଲ ଜୟେଶକୁ ସିଗାରେଟ୍ ଆଣିବା ପାଇଁ କହିଥିଲା। କିନ୍ତୁ ଜୟେଶ ଆଣିବାକୁ ମନା କରିଦେଇଥିଲା। ବାସ୍ ଏତିକିରେ ରାଗି ଯାଇଥିଲା ବକୁଳ।

ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ଓ ମାରପିଟ୍ ଯାଏ କଥା ଯାଇଥିଲା। ତେବେ ମାରପିଟ୍ ବେଳେ ବକୁଳ ଜୟେଶର ମୁଣ୍ଡକୁ ଜୋର୍‌ରେ ଆଘାତ କରିଥିଲା। ଫଳରେ ଜୟେଶ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଝଗଡା ପରେ ଜୟେଶ ଘରେ ଯାଇ ଶୋଇ ପଡିଥିଲା। କିନ୍ତୁ ସକାଳୁ ଆଉ ଉଠି ନଥିଲା।

ଘର ଲୋକେ ଜୟେଶକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଜୟେଶର ଭଉଣୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ବେଳେ ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ହତ୍ୟାର ସମସ୍ତ ରହସ୍ୟ ପଦାକୁ ଆସିଥିଲା। ଏହାପରେ ପୁଲିସ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବକୁଳ ଚୌଧୁରୀକୁ ଗିରଫ କରି ତଦନ୍ତ ଜାରି ରଖିଛି।

Related story