କେଜ୍ରିୱାଲଙ୍କ ୪୪୦ ଭୋଲଟ୍‌ ଝଟକା: ଦିଲ୍ଲୀରେ ଆଉ ମିଳିବନି ମାଗଣା ବିଜୁଳି !

ନୂଆଦିଲ୍ଲୀ: ନିଦ ହଜାଇଲା ବିଜୁଳି ସଙ୍କଟ। କୋଇଲା ଅଭାବରୁ ପ୍ରଭାବିତ ହେଇଛି ବିଜୁଳି ଉତ୍ପାଦନ। ଆଉ ବିଜୁଳି ମାଗଣା ବାଣ୍ଟୁଥିବା ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଦେଇଛନ୍ତି  ୪୪୦ ଭୋଲଟ୍‌ର ଝଟକା । ରାଜଧାନୀ ଦିଲ୍ଲୀରେ ଆଉ ସମସ୍ତଙ୍କୁ ରିହାତି ଦରରେ ସମସ୍ତଙ୍କୁ ମଳିବନି ବିଜୁଳି। ଗୁରୁବାର ଏହି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ। କେବଳ ରିହାତି  ଆବଶ୍ୟକ କରୁଥିବା ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି […]

Kejriwal

Tapas Behera
  • Published: Thursday, 05 May 2022
  • , Updated: 05 May 2022, 09:20 PM IST

ନୂଆଦିଲ୍ଲୀ: ନିଦ ହଜାଇଲା ବିଜୁଳି ସଙ୍କଟ। କୋଇଲା ଅଭାବରୁ ପ୍ରଭାବିତ ହେଇଛି ବିଜୁଳି ଉତ୍ପାଦନ। ଆଉ ବିଜୁଳି ମାଗଣା ବାଣ୍ଟୁଥିବା ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଦେଇଛନ୍ତି  ୪୪୦ ଭୋଲଟ୍‌ର ଝଟକା । ରାଜଧାନୀ ଦିଲ୍ଲୀରେ ଆଉ ସମସ୍ତଙ୍କୁ ରିହାତି ଦରରେ ସମସ୍ତଙ୍କୁ ମଳିବନି ବିଜୁଳି। ଗୁରୁବାର ଏହି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ। କେବଳ ରିହାତି  ଆବଶ୍ୟକ କରୁଥିବା ଲୋକଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି । ଅକ୍ଟୋବର ୧ରୁ କେବଳ ଆବଶ୍ୟକ କରୁଥିବା ନାଗରିକଙ୍କୁ ରିହାତି ମିଳିବ।

ଦିଲ୍ଲୀ କ୍ୟାବିନେଟରେ ଏହି ନିଷ୍ପତ୍ତି ପାରିତ ହୋଇଛି। କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ ବହୁ ଲୋକେ ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ଏଥିପାଇଁ ସରକାର ସେମାନଙ୍କୁ ମୁକ୍ତ  ସବସିଡ ଦେଉଛନ୍ତି। ଏହି ଯୋଜନାକୁ ଦିଲ୍ଲୀବାସୀ ପ୍ରଂଶସା କରିଛନ୍ତି। କିନ୍ତୁ କିଛି ଲୋକେ ମୋତେ ଚିଠି ଲେଖି ସେମାନେ ବିଜୁଳି କିଣିବାକୁ ସକ୍ଷମ ବୋଲି ପ୍ରସ୍ତାବ ଦେଇଛନ୍ତି। ସେମାନେ ସବସିଡ ନେବାକୁ ରାଜି ନୁହନ୍ତି। ସେମାନେ କହିଛନ୍ତି ଯେ, ଆମେ ମାଗଣାରେ ବିଜୁଳି ନେବାକୁ ଚାହୁଁ ନାହୁଁ।  ଆପଣ ଏହି ପଇସା  ସ୍କୁଲ ଏବଂ ହସପିଟାଲରେ ଖର୍ଚ୍ଚ କରନ୍ତୁ ବୋଲି ପ୍ରସ୍ତାବ ଆସିଛି।

ଏକ ଗଣମାଧ୍ୟମ ସମ୍ମିଲନୀ ଡାକି ଆଜି ଏହା କହିଛନ୍ତି କେଜ୍ରିୱାଲ। ତେଣୁ ଦୁଇଟି ବିକଳ୍ପ ରଖିଛୁ। ଯେଉଁମାନେ ଚାହିଁବେ ସେମାନଙ୍କୁ ସବସିଡ ଦିଆଯବି। ଆଉ ଯେଇଁମାନେ  ଛାଡ଼ିବାକୁ ଚାହିଁବେ ସେମାନଙ୍କୁ ମିଳିବ ନାହିଁ ।  ଏବେ ଘରୋଇ ଗ୍ରାହକଙ୍କ ଦୁଇଟି ଉପାୟରେ ରିହାତି ଦିଆଯାଉଛି। ମାସକୁ ୨୦୦ ୟୁନିଟି ପର୍ଯ୍ୟନ୍ତ  ବିଜୁଳି ବ୍ୟବହାରକାରୀଙ୍କୁ ୧୦୦ ପ୍ରତିଶତ ମାଗଣା ଦିଆଯାଉଛି। ୨୦୧ରୁ ୪୦୦ ୟୁନିଟି ପର୍ଯ୍ୟନ୍ତ ବ୍ୟବହାର କଲେ ୮୦୦ ଟଙ୍କା ସବସିଡ ପ୍ରଦାନ କରାଉଛି । ପ୍ରଥମ କେଟାଗୋରୀରେ ୩୦,୩୯,୭୬୬ ଜଣ ଗ୍ରାହକ ଅଛନ୍ତି। ଦ୍ୱତୀୟ କେଟାଗୋରୀରେ ୧୬,୫୯,୯୭୬ ଜଣ ଗ୍ରାହକ ଅଛନ୍ତି । ତେବେ ବିଜୁଳିର ସବସିଡ୍ ହଟିବା ସମ୍ପର୍କରେ ଏକ ବିଧିବଦ୍ଧ ଏସଓପି ଆସିବ। ଯେଉଁଥିରେ ଲୋକେ ଆଉ ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ ବୋଲି ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଏବେ ୫୮,୧୮,୨୩୧ ଜଣ ବିଜୁଳି ଉପଭୋକ୍ତା ଅଛନ୍ତି।

Related story