Advertisment

କରୋନା ଔଷଧ ଗଚ୍ଛିତ କରିବା ଘଟଣାରେ ଗମ୍ଭୀରଙ୍କ ଫାଉଣ୍ଡେସନ ଦୋଷୀ: ଡ୍ରଗ କଣ୍ଟ୍ରୋଲର

ନୂଆଦିଲ୍ଲୀ: ଅଣପ୍ରାଧିକୃତ ଭାବେ କରୋନା ଔଷଧ ଫାବିଫ୍ଲୁକୁ ଗଚ୍ଛିତ, ଆମଦାନୀ ଓ ବଣ୍ଟନ କରିବା ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ ଦୋଷୀ। ଅଧିକାର ନଥିଲେ ମଧ୍ୟ ଗମ୍ଭୀରଙ୍କ ଫାଉଣ୍ଡେସନ କରୋନା ରୋଗୀଙ୍କ ପାଇଁ ଏହି ଔଷଧ ବାଣ୍ଟିଥିଲା ବୋଲି ଆଜି ଦିଲ୍ଲୀ ସରକାରଙ୍କ ଡ୍ରଗ କଣ୍ଟ୍ରୋଲର ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଡ୍ରଗ କଣ୍ଟ୍ରୋଲର ରିପୋର୍ଟ ଦାଖଲ କରି କହିଛି ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ଫାଉଣ୍ଡେସନ, ଡ୍ରଗ ଡିଲର ଓ ଅନ୍ୟମାନଙ୍କ […]

ଅଦ୍ୟତନ ହୋଇଛି
କରୋନା ଔଷଧ ଗଚ୍ଛିତ କରିବା ଘଟଣାରେ ଗମ୍ଭୀରଙ୍କ ଫାଉଣ୍ଡେସନ ଦୋଷୀ: ଡ୍ରଗ କଣ୍ଟ୍ରୋଲର

Gautam-Gambhir

Advertisment

ନୂଆଦିଲ୍ଲୀ: ଅଣପ୍ରାଧିକୃତ ଭାବେ କରୋନା ଔଷଧ ଫାବିଫ୍ଲୁକୁ ଗଚ୍ଛିତ, ଆମଦାନୀ ଓ ବଣ୍ଟନ କରିବା ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ ଦୋଷୀ। ଅଧିକାର ନଥିଲେ ମଧ୍ୟ ଗମ୍ଭୀରଙ୍କ ଫାଉଣ୍ଡେସନ କରୋନା ରୋଗୀଙ୍କ ପାଇଁ ଏହି ଔଷଧ ବାଣ୍ଟିଥିଲା ବୋଲି ଆଜି ଦିଲ୍ଲୀ ସରକାରଙ୍କ ଡ୍ରଗ କଣ୍ଟ୍ରୋଲର ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ ଅବଗତ କରାଯାଇଛି।

Advertisment

ଡ୍ରଗ କଣ୍ଟ୍ରୋଲର ରିପୋର୍ଟ ଦାଖଲ କରି କହିଛି ଯେ ଦୋଷୀ ସାବ୍ୟସ୍ତ ହୋଇଥିବା ଫାଉଣ୍ଡେସନ, ଡ୍ରଗ ଡିଲର ଓ ଅନ୍ୟମାନଙ୍କ ବିରୋଧରେ କାଳ ବିଳମ୍ବ ନକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା କୋର୍ଟଙ୍କୁ ଅବଗତ କରାଯାଇଛି।

କୋର୍ଟ ଏହାକୁ ଶୁଣିବା ପରେ ୬ ସପ୍ତାହ ମଧ୍ୟରେ ପ୍ରୋଗ୍ରେସ ରିପୋର୍ଟ ଦାଖଲ କରିବାକୁ ଡ୍ରଗ କଣ୍ଟ୍ରୋଲରଙ୍କୁ କହିଛନ୍ତି। ସେହିପରି ଜୁଲାଇ ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କହିଛନ୍ତି।

Advertisment

ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ୱେଭ ଦିଲ୍ଲୀରେ ସାଂଘାତିକ ରୂପ ସୃଷ୍ଟି କରିଥିଲା। ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ କରୋନା ଚିକିତ୍ସା ପାଇଁ ଆବଶ୍ୟକ ଫାବିଫ୍ଲୁ ଔଷଧର ଅଭାବ ଦିଲ୍ଲୀରେ ଦେଖାଯାଇଥିଲା। ହେଲେ ଦିଲ୍ଲୀର ସାଂସଦ ଗମ୍ଭୀର ମାଗଣାରେ ଏହା ଲୋକଙ୍କୁ ଯୋଗାଇ ଦେଇଥିଲେ। ବଜାରରେ ଫାବିପ୍ଲୁ ମିଳୁ ନଥିବା ବେଳେ ଗମ୍ଭୀର ଏହାକୁ କେଉଁଠୁ ପାଇଲେ, ତା’କୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

Gautam Gambhir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe