Advertisment

ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ପୁଲିସ୍‌ର ଜବାବ ତଲବ

ନୂଆଦିଲ୍ଲୀ: ନିଜ ଅଫିସରୁ ଲୋକଙ୍କୁ କରୋନା ଔଷଧ ଫାବିଫ୍ଲୁ ବାଣ୍ଟୁଥିବା ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜବାବ ତଲବ କରିଛି ଦିଲ୍ଲୀ ପୁଲିସ୍‌। ଏହାପୂର୍ବରୁ କୋଭିଡ ରିଲିଫ ବାଣ୍ଟୁଥିବା ଯୁବ କଂଗ୍ରେସ ସାଂସଦ ଶ୍ରୀନାବସଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଜେରା କରିଥିଲା। ଏବେ ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ପୁଲିସ୍ ଜବାବ ତଲବ କରିବାରୁ ସେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଫାବିଫ୍ଲୁ ବାଣ୍ଟିବା ଘଟଣାରେ ଆମେ ସବୁ ରିପୋର୍ଟ ପୁଲିସକୁ ଦେଇଛୁ। […]

author-image
Hemant Lenka
ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ପୁଲିସ୍‌ର ଜବାବ ତଲବ

Gautam-Gambhir

ନୂଆଦିଲ୍ଲୀ: ନିଜ ଅଫିସରୁ ଲୋକଙ୍କୁ କରୋନା ଔଷଧ ଫାବିଫ୍ଲୁ ବାଣ୍ଟୁଥିବା ଘଟଣାରେ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କୁ ଜବାବ ତଲବ କରିଛି ଦିଲ୍ଲୀ ପୁଲିସ୍‌। ଏହାପୂର୍ବରୁ କୋଭିଡ ରିଲିଫ ବାଣ୍ଟୁଥିବା ଯୁବ କଂଗ୍ରେସ ସାଂସଦ ଶ୍ରୀନାବସଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ୍‌ର କ୍ରାଇମବ୍ରାଞ୍ଚ ଜେରା କରିଥିଲା।

Advertisment

ଏବେ ଗୌତମ ଗମ୍ଭୀରଙ୍କୁ ଦିଲ୍ଲୀ ପୁଲିସ୍ ଜବାବ ତଲବ କରିବାରୁ ସେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଫାବିଫ୍ଲୁ ବାଣ୍ଟିବା ଘଟଣାରେ ଆମେ ସବୁ ରିପୋର୍ଟ ପୁଲିସକୁ ଦେଇଛୁ। ମୁଁ ଦିଲ୍ଲୀର ସେବା ଜାରି ରଖିବି। ବିରୋଧୀ ଦଳଗୁଡ଼ିକ ଅଯଥା ଏହି ନିୟମିତ ପ୍ରକ୍ରିୟାରେ ଅଯଥାରେ ରାଜନୀତି କରନ୍ତୁ ନାହିଁ। ଦିଲ୍ଲୀ ପୁଲିସ୍ ଆମର ଜବାବ ଚାହିଁଥିଲା ଓ ଆମେ ବିସ୍ତୃତ ତଥ୍ୟ ପ୍ରଦାନ କରିଛୁ।”

Advertisment


ଗମ୍ଭୀର ଓ ଶ୍ରୀନିବାସଙ୍କ ବ୍ୟତୀତ ଦିଲ୍ଲୀ ପୁଲିସ୍‌ କରୋନା ରିଲିଫ ବାଣ୍ଟୁଥିବା ବିଜେପି ମୁଖପାତ୍ର ହରିଶ ଖୁରାନାଙ୍କୁ ମଧ୍ୟ ପଚରାଉଚରା କରିଛି।

କରୋନା ମହମାରୀ ବେଳେ ଫାବିଫ୍ଲୁ ଔଷଧର ଯୋଗାଣ ହ୍ରାସ ପାଇଥିଲା। ଏହି ସମୟରେ ଗୌତମ ଗମ୍ଭୀର ନିଜ ଅଫିସରେ ଲୋକଙ୍କୁ ଏହା ମାଗଣାରେ ବାଣ୍ଟିଥିଲେ। ଏପ୍ରିଲ ୨୫ରେ ଗମ୍ଭୀର ଟ୍ୱିଟ କରି କହିଥିଲେ ଯେ ଆମ ଟିମ୍‌ ଫାବିଫ୍ଲୁ ପୁସା ରୋଡରେ ଥିବା ଅଫିସରେ ଲୋକଙ୍କୁ ଦେବ। ଏହି ବଣ୍ଟନ ସଂପୂର୍ଣ୍ଣ ଭାବେ ମାଗଣାରେ ସବୁଦିନ ଦିନ ୧୦ରୁ ୪ଟା ମଧ୍ୟରେ ହେବ। ଯେଉଁମାନେ ଫାବିଫ୍ଲୁ ଚାହୁଁଛନ୍ତି, ସେମାନେ ଆଧାର କାର୍ଡ ଓ ଡାକ୍ତରଙ୍କ ପ୍ରେସକ୍ରିପସନ ସାଙ୍ଗରେ ଧରି ଆସିବେ ବୋଲି ସେ କହିଥିଲେ।

ତେବେ ଫାବିଫ୍ଲୁର ଯୋଗାଣ ହ୍ରାସ ପାଇଥିବା ବେଳେ ଗମ୍ଭୀର କେମିତି ଏହାକୁ ମାଗଣାରେ ବାଣ୍ଟିବା ପାଇଁ ପାଇଲେ, ତା’କୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।