ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡ଼ ଅଘଟଣ ଘଟିଛି। ସମୁଦ୍ରର ଗଭୀର ଜଳ ରାଶିରେ ଗୋଟିଏ ଯାତ୍ରୀବାହୀ ଡଙ୍ଗାକୁ ଭୟଙ୍କର ଢଙ୍ଗରେ ପିଟିଛି ସ୍ପିଡ ବୋଟ। ସ୍ପିଡରେ ବୋଡରେ ୪ ଜଣ ବୁଲୁ ଥିବା ବେଳେ ହଠାତ୍ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗାକୁ ଏହା ଧକ୍କା ଦେଇଛି। ଫଳରେ ସ୍ପିଡ ବୋଟ ସହ ବିଶାଳକାୟ ଯାତ୍ରୀବାହୀ ଡଙ୍ଗା ସମୁଦ୍ରରେ ବୁଡ଼ି ଯାଇଛି।
ପୂରା ଘଟଣା ୮୦ ଜଣଙ୍କୁ ନେଇ ଯାଉଥିବା ଡଙ୍ଗାରେ ଥିବା ଜଣେ ବ୍ୟକ୍ତି ମୋବାଇଲରେ କଏଦ କରିଛନ୍ତି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୬ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେ ବି ଅନେକ ଲୋକ ନିଖୋଜ ରହିଛନ୍ତି।
ସେମାନଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ କରାଯାଉଛି। ଡଙ୍ଗା ବୁଡ଼ି ଯାଇଥିବା ସ୍ଥାନକୁ ଉଦ୍ଧାରକାରୀ ବୋଟ ପଠାଯାଇଛି। ପାଣିରୁ ଉଦ୍ଧାର କରାଯାଉଥିବା ଲୋକଙ୍କୁ ଜୀବନ ରକ୍ଷାକାରୀ ଜ୍ୟାକେଟ ପିନ୍ଧାଇ ଅନ୍ୟ ଏକ ବୋଟରେ ସୁରକ୍ଷିତ ସ୍ଥାନକୁ ପଠାଯାଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
#WATCH video
— Vallabh Ozarkar (@OzarkarVallabh) December 18, 2024
A Passenger boat en route to #Elephantacaves from #Gateway of India In #Mumbai capsized after Indian Navy's speed boat hit it.
The owner of the capsized boat, Rajendra Padate alleged that a speed boat which was circling nearby came & dashed into the boat. pic.twitter.com/s23Er7VnGu
ଉଦ୍ଧାର କାର୍ଯ୍ୟରେ ତଟରକ୍ଷୀ ବାହିନୀ ନିଯୁକ୍ତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଭାରତୀୟ ନୌସେନାର ୩ଟି ଟିମ, ୱେଲୋ ଗେଟ ପୁଲିସ୍ ଓ ସ୍ଥାନୀୟ ଧୀବର ମାନେ ମଧ୍ୟ ଲୋକଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି।
#BREAKING | Ferry Capsizes Near Mumbai, India 🇮🇳
— Weather monitor (@Weathermonitors) December 18, 2024
Tragedy Strikes in Arabian Sea
A ferry, Neelkamal, carrying passengers from Mumbai's Gateway of India to Elephanta Island, capsized near Uran and Karanja.!
Key Updates:
1. 1 Person Confirmed Dead: Rescue operations are ongoing.… pic.twitter.com/kPtbvOoMy8
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।