ଘର ଘର ବୁଲି ଭାରତ ନିର୍ମିତ କଫ ସିରପ ଫେରାଇ ଆଣୁଛି ଗାମ୍ବିଆ

ନୂଆଦିଲ୍ଲୀ: ଗାମ୍ବିଆରେ ଭାରତରେ ତିଆରି ଥଣ୍ଡା ଓ କାଶ ସିରପ ବ୍ୟବହାର ନ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ କଫ ସିରପର ଲିଙ୍କ ୬୬ ଜଣ ଶିଶୁଙ୍କ ମୃତ୍ୟୁ ସହ ଥିବା ଜଣାପଡ଼ିବା ପରେ ଗାମ୍ବିଆ ସରକାର ଏହାକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଘର ଘର ବୁଲି ଭାରତୀୟ କଫ ସିରପ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟ କମ୍ପାନୀ ମେଡେନ ଫାର୍ମାସିଟ୍ୟୁକାଲ୍ସ(Maiden Pharmaceuticals) ପ୍ରସ୍ତୁତ […]

gambia

  • Published: Thursday, 06 October 2022
  • , Updated: 06 October 2022, 07:51 PM IST

ନୂଆଦିଲ୍ଲୀ: ଗାମ୍ବିଆରେ ଭାରତରେ ତିଆରି ଥଣ୍ଡା ଓ କାଶ ସିରପ ବ୍ୟବହାର ନ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ଭାରତୀୟ କଫ ସିରପର ଲିଙ୍କ ୬୬ ଜଣ ଶିଶୁଙ୍କ ମୃତ୍ୟୁ ସହ ଥିବା ଜଣାପଡ଼ିବା ପରେ ଗାମ୍ବିଆ ସରକାର ଏହାକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଘର ଘର ବୁଲି ଭାରତୀୟ କଫ ସିରପ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି।

ଗତକାଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତୀୟ କମ୍ପାନୀ ମେଡେନ ଫାର୍ମାସିଟ୍ୟୁକାଲ୍ସ(Maiden Pharmaceuticals) ପ୍ରସ୍ତୁତ କରିଥିବା ୪ଟି କଫ ଓ କୋଲ୍ଡ ସିରପର ପ୍ରତି ସତର୍କ ରହିବାକୁ କହିଥିଲା। ହୁ’ର ସତର୍କ ସୂଚନା ପରେ ଭାରତ ସରକାର ମଧ୍ୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସବୁ ଭିତରେ ଗାମ୍ବିଆରେ ଭାରତୀୟ କଫ ସିରପ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ହୋଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଥିଲା ଯେ ଭାରତୀୟ କଫ ସିରପ ନମୁନାରେ ଡାଇ ଇଥାଇଲିନ୍ ଗ୍ଲାଇକଲ ଓ ଏଥିଲିନ୍ ଗ୍ଲାଇକଲ୍ ରହିଥିବା ଜଣାପଡ଼ିଛି। ଏଗୁଡିକ ଅତ୍ୟନ୍ତ ବିଷାକ୍ତ। ଏହାଦ୍ୱାରା ପେଟରେ ଯନ୍ତ୍ରଣା, ବାନ୍ତି, ଝାଡ଼ା, ପରିସ୍ରାରେ ସମସ୍ୟା, ମୁଣ୍ଡ ବିନ୍ଧା, ମାନସିକ ଅବସ୍ଥାରେ ପରିବର୍ତ୍ତନ ସହ ଗୁରୁତର କିଡନୀ ସମସ୍ୟା ଦେଖା ଦେଇଥାଏ। ରୋଗୀର ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଛି। ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆରେ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ସିରପ ସେବନ କରି ପିଲାମାନେ ପ୍ରାଣ ହରାଇଥିବା ଆଶଙ୍କା ପ୍ରକାଶ ପାଇଛି।

ଭାରତର ହରିଆଣାରେ ମେଡେନ ଫାର୍ମାସିଟ୍ୟୁକାଲ୍ସର କମ୍ପାନୀ ରହିଛି। ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍‌ କହିଛନ୍ତି, “ପରୀକ୍ଷା ପାଇଁ ନମୁନାକୁ କେନ୍ଦ୍ରୀୟ ଫାର୍ମାସିଟ୍ୟୁକାଲ ଲ୍ୟାବକୁ ପଠାଯାଇଛି। ଯଦି କୌଣସି ତ୍ରୁଟି ଜଣାପଡ଼ିବ, ତା’ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story