ପୁଣି ନିଆଁ ଲଗାଇଲେ କଙ୍ଗନା, ପାଣି ଢାଳିଲେ ନେତାଜୀଙ୍କ ଝିଅ

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନାୟକ ତଥା କ୍ରାନ୍ତିକାରୀ ସୁବାଷ ବୋଷଙ୍କ ଝିଅ ଅନିତା ବୋଷ ବୁଧବାର ଏକ ଚର୍ଚ୍ଚିତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବାପା ସୁବାଷ ବୋଷ ଏବଂ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ କଠିନ୍ ଥିଲା । ଯେଉଁଥିପାଇଁ ସୁବାଷଙ୍କୁ ନିୟନ୍ତ୍ରଣ କରିହେବ ନି ବୋଲି ଗାନ୍ଧି ଅନୁଭବ କରିଥିବା  ଅନିତା କହିଛନ୍ତି। ହେଲେ ମୋ ବାପା ସୁବାଷ ଗାନ୍ଧିଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ […]

tio

Tapas Behera
  • Published: Wednesday, 17 November 2021
  • , Updated: 17 November 2021, 05:26 PM IST

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ନାୟକ ତଥା କ୍ରାନ୍ତିକାରୀ ସୁବାଷ ବୋଷଙ୍କ ଝିଅ ଅନିତା ବୋଷ ବୁଧବାର ଏକ ଚର୍ଚ୍ଚିତ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବାପା ସୁବାଷ ବୋଷ ଏବଂ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ମଧ୍ୟରେ ସମ୍ପର୍କ ଖୁବ୍‌ କଠିନ୍ ଥିଲା । ଯେଉଁଥିପାଇଁ ସୁବାଷଙ୍କୁ ନିୟନ୍ତ୍ରଣ କରିହେବ ନି ବୋଲି ଗାନ୍ଧି ଅନୁଭବ କରିଥିବା  ଅନିତା କହିଛନ୍ତି। ହେଲେ ମୋ ବାପା ସୁବାଷ ଗାନ୍ଧିଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ ବୋଲି ଅନିତା କହିଛନ୍ତି ।

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତ ସୁବାଷ ଏବଂ ଗାନ୍ଧିଙ୍କ ମଧ୍ୟରେ ସମ୍ପର୍କକୁ ନେଇ  ଦେଇଥିବା ଏକ ମନ୍ତବ୍ୟ ଉପରେ ଏହା କହିଛନ୍ତି ଅନିତା। କଙ୍ଗନା କହିଛନ୍ତି ଯେ, ମହାତ୍ମା ଗାନ୍ଧି ଏବଂ ଜବାହରଲାଲ ନେହରୁ ଉଭୟେ ସୁବାଷ ବୋଷଙ୍କୁ ବ୍ରିଟିସରଙ୍କୁ ହସ୍ତାନ୍ତର କରିବା ପାଇଁ ପ୍ରସ୍ତୁତ ଥିଲେ। ଅନିତା କହିଛନ୍ତି, ଉଭୟ ନେତାଜୀ ଏବଂ ଗାନ୍ଧି ସ୍ୱତନ୍ତ୍ରତା ଆନ୍ଦୋଳନର ହିରୋ ଥିଲେ।  ଜଣକ ବିନା ଅନ୍ୟ ଜଣେ ଏହି ଲଢ଼େଇ କରିବା ସମ୍ଭବ ନଥିଲା।  ସ୍ୱାଧୀନତା ହାସଲ ପାଇଁ ଉଭୟଙ୍କ ଅବଦାନ ରହିଛି।  ହେଲେ ଯେଉଁ କଂଗ୍ରେସ ନେତେମାନେ ଦୀର୍ଘ ଦିନ ଧରି କହି ଆସୁଛନ୍ତି କେବଳ ଅହିଁସା ଦ୍ୱାରା ସ୍ୱାଧୀନତା ମିଳିଛି ତାହା ଠିକ୍‌ ନୁହଁ।  ଭାରତ ସ୍ୱାଧୀନ ହେବା ପଛରେ ନେତାଜୀ ଏବଂ ଭାରତୀୟ ଜାତୀୟ ସେନା(ଆଏନଏ) ଅବଦାନ ବିଷୟରେ ଆମେ ସମସ୍ତେ ଜାଣୁ।  ଅନ୍ୟପକ୍ଷରେ କେବଳ ନେତାଜୀ ଓ ଆଇଏନଏ ପାଇଁ ଭାରତ ସ୍ୱାଧୀନତା ପାଇଛି କହିବା ମଧ୍ୟ ଅନୁଚିତ ହେବ।  ନେତାଜୀଙ୍କ ଭଳି ଗାନ୍ଧି ମଧ୍ୟ ପ୍ରେରଣାର ସ୍ରୋତ ପାଲଟିଥିଲେ।

ସ୍ୱାଧୀନତା ପ୍ରସଙ୍ଗକୁ ନେଇ ନିଜ ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ ପୁଣି କିଛି ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି କଙ୍ଗନା ରାଣାୱତ। କଙ୍ଗନା ଲେଖିଛନ୍ତି ଯେ, ଗାନ୍ଧିଙ୍କ ତରଫରୁ ସୁବାଷ ବୋଷ ଏବଂ ଭଗତ ସିହଙ୍କୁ କୌଣସି ସମର୍ଥନ ମିଳି ନଥିଲା। ବରଂ ଗାନ୍ଧି ନିଜର ଅହିଂସା ନୀତି ଉପରେ ଅଡ଼ି ବିସିଥିଲେ । କେବଳ ଗାଲ ଦେଖାଇଲେ ଭିକ ମିଳେ କିନ୍ତୁ ସ୍ୱାଧୀନତା ମିଳେ ନାହିଁ ବୋଲି କଙ୍ଗନା କହଇଚନ୍ତି।  ସେହପରି ୨୦୧୪ରେ ଅସଲ ସ୍ୱାଧୀନତା ମିଳିବା ପ୍ରସଙ୍ଗରେ ଅନିତା  କହିଛନ୍ତି ଯେ, ଏହା ହେଉଛି ତାଙ୍କର ଏକପାଖିଆ ଟିପ୍ପଣୀ। ସୂଚନା ଅନୁଯାୟୀ, ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ନିକଟରେ ଏକ ଜାତୀୟ ଟିଭି ଚେନାଲକୁ ସାକ୍ଷାରକାର ଦେଇ କଙ୍ଗନା ବିବାବଦୀୟ ମନ୍ତବ୍ୟ ଦେଇଥିଲେ। କହିଥିଲେ ୧୯୪୭ରେ ଭାରତ ‌ଯେଉଁ ସ୍ୱାଧୀନତା ପାଇଥିଲା ତାହା ‘ଭିକ୍ଷା’ ଭଳି ଥିଲା। ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଦେଶକୁ ପ୍ରକୃତ ସ୍ୱାଧୀନତା ମିଳିଛି । କଙ୍ଗନାଙ୍କ ଏଭଳି ବିବାଦୀୟ ବୟାନ ନେଇ ସୋଶାଲ ମିଡିଆରେ ଟ୍ରୋଲ ହେଛନ୍ତି କଙ୍ଗନା।

Related story