ଗୁଳିରେ ନୁହେଁ, କରୋନାରେ ଚାଲିଗଲା ଡନ୍‌ ଛୋଟା ରାଜନର ଜୀବନ

ନୂଆଦିଲ୍ଲୀ: ଅଣ୍ଡର ୱାର୍ଲ୍ଡ ଡନ୍‌ ତଥା ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଆଜି କରୋନାରେ ପ୍ରାଣ ହରାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିଲା। ଆଜି ସକାଳେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୬୧ ବର୍ଷୀୟ ରାଜେନ୍ଦ୍ର ନିକାଲଜେ ଓରଫ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସରେ ଭର୍ତ୍ତି ହୋଇଥିଲା। ୨୦୧୫ରେ ତା’କୁ ଇଣ୍ଡୋନେସିଆର ବାଲିରୁ ଗିରଫ କରାଯାଇଥିଲା। ତା’କୁ ଇଣ୍ଡୋନେସିଆ ସରକାର ଭାରତକୁ  ପ୍ରତ୍ୟର୍ପଣ କରିଥିଲେ। ସେ ଭାରତକୁ ଆସିବା ଦିନଠାରୁ ତିହାର […]

Chota-Rajan

Hemant Lenka
  • Published: Friday, 07 May 2021
  • , Updated: 07 May 2021, 04:26 PM IST

ନୂଆଦିଲ୍ଲୀ: ଅଣ୍ଡର ୱାର୍ଲ୍ଡ ଡନ୍‌ ତଥା ଗ୍ୟାଙ୍ଗଷ୍ଟର ଛୋଟା ରାଜନ ଆଜି କରୋନାରେ ପ୍ରାଣ ହରାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିଲା। ଆଜି ସକାଳେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ୬୧ ବର୍ଷୀୟ ରାଜେନ୍ଦ୍ର ନିକାଲଜେ ଓରଫ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସରେ ଭର୍ତ୍ତି ହୋଇଥିଲା।

୨୦୧୫ରେ ତା’କୁ ଇଣ୍ଡୋନେସିଆର ବାଲିରୁ ଗିରଫ କରାଯାଇଥିଲା। ତା’କୁ ଇଣ୍ଡୋନେସିଆ ସରକାର ଭାରତକୁ  ପ୍ରତ୍ୟର୍ପଣ କରିଥିଲେ। ସେ ଭାରତକୁ ଆସିବା ଦିନଠାରୁ ତିହାର ଜେଲରେ ରହିଥିଲା। ଜେଲରେ ରହିବା ବେଳେ ହିଁ ସେ ଅସୁସ୍ଥ ହେବାରୁ ତାକୁ ଏପ୍ରିଲ ୨୬ରେ ଏମ୍ସକୁ ନିଆଯାଇଥିଲେ। ସେଠାରେ ତା’ର କରୋନା ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଥିଲା।

ରାଜନ ନାଁରେ କେବଳ ମହାରାଷ୍ଟ୍ରରେ ୭୦ରୁ ଅଧିକ ମାମଲା ରହିଛି। ସେ ଦୀର୍ଘ ଦିନ ହେଲା ଫେରାର ରହିଥିଲେ ହେଁ ଶେଷରେ ୨୦୧୫ରେ ଗିରଫ ହୋଇଥିଲା। ତା’ ନାଁରେ ଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ ହୋଇଥିଲା। ୨୦୧୮ରେ ତା’କୁ ୨୦୧୧ ମସିହା ସାମ୍ବାଦିକ ଜ୍ୟୋର୍ତିମୟ ଦେଙ୍କ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଥିଲା।

ସେ ଏକଦା ଦାଉଦ ଇବ୍ରାହିମ ସହ କାମ କରୁଥିଲା। ଛୋଟା ସକିଲ ଓ ତା’ ମଧ୍ୟରେ ତିକ୍ତତା ହେବାରୁ ସେମାନେ ଅଲଗା ହୋଇଯାଇଥିଲେ। ଛୋଟା ସକିଲ ମଧ୍ୟ ରାଜନକୁ ମାରିବାକୁ ଅନେକ ଥର ଉଦ୍ୟମ କରି ବିଫଳ ହୋଇଥିଲା। ହେଲେ ଏବେ ସେ ଗୁଳି ବଦଳରେ କରୋନାରେ ଆଖି ବୁଜିଛି।

Related story