ପୁଣି ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ, ଏଥର ଭିଡିଓ ଆଟାଚ୍‌ କରିଛି ଦୁର୍ବୃତ୍ତ

ନୂଆଦିଲ୍ଲୀ: ମାତ୍ର ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ହତ୍ୟା ଧମକ ଜନିତ ଇ-ମେଲ ପାଇଛନ୍ତି କ୍ରିକେଟରରୁ ବିଜେପି ସାଂସଦ ହୋଇଥିବା ଗୌତମ ଗମ୍ଭୀର। ପ୍ରଥମ ଧମକ ଭଳି ଦ୍ୱିତୀୟ ଧମକ ମଧ୍ୟ ତାଙ୍କୁ ଦୁର୍ବୃତ୍ତମାନେ ଇ-ମେଲ ଯୋଗେ ପଠାଇଛନ୍ତି। ଦ୍ୱିତୀୟ ହତ୍ୟା ଧମକ ଇ-ମେଲରେ ତାଙ୍କ ଘରର ବାହାରର ଭିଡିଓ ମଧ୍ୟ ରହିଛି। ଏହି ଇ-ମେଲ ପାଇବା ମାତ୍ରେ ଗମ୍ଭୀର ପୁଣିଥରେ ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆଇଏସ୍‌ଆଇଏସ୍‌କଶ୍ମୀର@gmail.comରୁ ଦ୍ୱିତୀୟ […]

GG

Hemant Lenka
  • Published: Wednesday, 24 November 2021
  • , Updated: 24 November 2021, 08:35 PM IST

ନୂଆଦିଲ୍ଲୀ: ମାତ୍ର ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ହତ୍ୟା ଧମକ ଜନିତ ଇ-ମେଲ ପାଇଛନ୍ତି କ୍ରିକେଟରରୁ ବିଜେପି ସାଂସଦ ହୋଇଥିବା ଗୌତମ ଗମ୍ଭୀର। ପ୍ରଥମ ଧମକ ଭଳି ଦ୍ୱିତୀୟ ଧମକ ମଧ୍ୟ ତାଙ୍କୁ ଦୁର୍ବୃତ୍ତମାନେ ଇ-ମେଲ ଯୋଗେ ପଠାଇଛନ୍ତି। ଦ୍ୱିତୀୟ ହତ୍ୟା ଧମକ ଇ-ମେଲରେ ତାଙ୍କ ଘରର ବାହାରର ଭିଡିଓ ମଧ୍ୟ ରହିଛି। ଏହି ଇ-ମେଲ ପାଇବା ମାତ୍ରେ ଗମ୍ଭୀର ପୁଣିଥରେ ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଇଏସ୍‌ଆଇଏସ୍‌କଶ୍ମୀର@gmail.comରୁ ଦ୍ୱିତୀୟ ହତ୍ୟା ଧମକ ବାର୍ତ୍ତା ଗମ୍ଭୀରଙ୍କ ପାଖରେ ପହଞ୍ଚିଛି। ଏଥିରେ ଲେଖାଯାଇଛି ଯେ “ଆମେ ତୁମକୁ ହତ୍ୟା କରିବାକୁ ଲକ୍ଷ୍ୟ ରଖିଥିଲୁ। କିନ୍ତୁ ଗତକାଲି ତୁମେ ବଞ୍ଚିଗଲ। ଯଦି ତୁମେ ନିଜ ପରିବାର ଲୋକଙ୍କ ଜୀବନକୁ ଭଲ ପାଉଛ, ତା’ହେଲେ ରାଜନୀତି ଓ କଶ୍ମୀର ପ୍ରସଙ୍ଗରୁ ଦୂରେଇ ରୁହ।”

ଦ୍ୱିତୀୟ ଧମକପୂର୍ଣ୍ଣ ଇ-ମେଲରେ ଗୋଟିଏ ଭିଡିଓ ରହିଛି। ଏହି ଭିଡିଓକୁ ଗମ୍ଭୀରଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଆଗରୁ ହିଁ ଶୁଟ କରାଯାଇଛି।
ବୁଧବାର ପୂର୍ବ ଦିଲ୍ଲୀରୁ ସାଂସଦ ହୋଇଥିବା ଗମ୍ଭୀର ପୁଲିସରେ ପ୍ରଥମ ଇ-ମେଲ ଜନିତ ଧମକ ସମ୍ପର୍କରେ ଅଭିଯୋଗ କରିଥିଲେ। ଆଇଏସଆଇଏସ୍‌ କଶ୍ମୀର ପକ୍ଷରୁ ପଠା ଯାଇଥିବା ଇ-ମେଲରେ କୁହାଯାଇଥିଲା ଯେ “ଆମେ ତୁମକୁ ଓ ତୁମ ପରିବାରକୁ ହତ୍ୟା କରିବାକୁ ଯାଉଛୁ।”

ଏହି ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରିବା ସହ ଗମ୍ଭୀରଙ୍କ ଦିଲ୍ଲୀ ବାସଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା। ଏହା ସତ୍ତ୍ୱେ କିଏ ଓ କେମିତି ଭିଡିଓ ଶୁଟ କରିବା ସହ ଗମ୍ଭୀରଙ୍କ ପାଖକୁ ଦ୍ୱିତୀୟ ଧମକପୂର୍ଣ୍ଣ ଇ-ମେଲ କଲା, ତା’କୁ ନେଇ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ, ଗୌତମ ଗମ୍ଭୀରଙ୍କ ବ୍ୟକ୍ତିଗତ ସଚିବ ଗୌରବ ଅରୋରା ହିଁ ପୁଲିସ୍‌ରେ ପ୍ରଥମ ଧମକପୂର୍ଣ୍ଣ ଇ-ମେଲ ସମ୍ପର୍କରେ ଅଭିଯୋଗ କରିଥିଲେ। ମଙ୍ଗଳବାର ରାତି ପ୍ରାୟ ୯.୩୨ରେ ଗମ୍ଭୀରଙ୍କ ଇ-ମେଲକୁ ଆଇଏସଆଇଏ କଶ୍ମୀର ସଂଗଠନ ପକ୍ଷରୁ ଏପରି ଧମକ ଆସିଥିବା ସେ ପୁଲିସ୍‌କୁ କହିଥିଲେ।

Related story