ବିଜେପି ସରକାରର ହାତ ଛାଡ଼ିଲା ଆଉ ଗୋଟିଏ ସହଯୋଗୀ ଦଳ, ଜାଣନ୍ତୁ କାରଣ

ପାଣାଜୀ: ବିଜେପି ନେତୃତ୍ୱାଧୀନ ଏନଡିଏକୁ ଛାଡ଼ପତ୍ର ଦେଇଛି ଗୋଆ ଫରୱାର୍ଡ ପାର୍ଟି(ଜିଏଫପି)। ଗୋଆରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମିଶି ଜିଏଫପି କାର୍ଯ୍ୟ କରୁଥିଲା। ହେଲେ ରାଜ୍ୟ ସରକାର ଗୋଆ ବିରୋଧୀ ପିଲିସ ବାରମ୍ବାର ପ୍ରଚଳନ କରୁଥିବାରୁ ଏହାକୁ ବିରୋଧ କରି ଜିଏଫପି ଆଜି ମେଣ୍ଟ ସରକାରରୁ ଓହରି ଯାଇଛି। ଜିଏଫପିର ୩ ଜଣ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଚୌକି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ […]

BJP

Hemant Lenka
  • Published: Tuesday, 13 April 2021
  • , Updated: 13 April 2021, 04:22 PM IST

ପାଣାଜୀ: ବିଜେପି ନେତୃତ୍ୱାଧୀନ ଏନଡିଏକୁ ଛାଡ଼ପତ୍ର ଦେଇଛି ଗୋଆ ଫରୱାର୍ଡ ପାର୍ଟି(ଜିଏଫପି)। ଗୋଆରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ମିଶି ଜିଏଫପି କାର୍ଯ୍ୟ କରୁଥିଲା। ହେଲେ ରାଜ୍ୟ ସରକାର ଗୋଆ ବିରୋଧୀ ପିଲିସ ବାରମ୍ବାର ପ୍ରଚଳନ କରୁଥିବାରୁ ଏହାକୁ ବିରୋଧ କରି ଜିଏଫପି ଆଜି ମେଣ୍ଟ ସରକାରରୁ ଓହରି ଯାଇଛି।

ଜିଏଫପିର ୩ ଜଣ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଚୌକି ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। କାରଣ ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ସରକାର ଗଠନ ଆବଶ୍ୟକ ମ୍ୟାଜିକ ନମ୍ବର ରହିଛି।

୨୦୧୭ରେ ଜିଏଫପି ଏନଡିଏକୁ ସମର୍ଥନ କରିଥିଲା। ଫଳରେ ଦିବଂଗତ ମନୋହର ପାରିକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୨୦୧୯ରେ ପାରିକରଙ୍କ ଦେହାନ୍ତ ପରେ ବିଜେପି ଓ ଜିଏଫପି ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଜିଏଫପି ସଦସ୍ୟଙ୍କୁ ପ୍ରମୋଦ ସାୱନ୍ତ ସରକାରେ କୌଣସି ସ୍ଥାନ ମିଳି ନଥିଲା। ଏହାକୁ ନେଇ ବିବାଦ ବଢ଼ିଥିଲା।

ମଙ୍ଗଳବାର ଜିଏଫପିର ରାଜ୍ୟ କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଦଳ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ଏ ସମ୍ପର୍କରେ ଜିଏଫପପି ସଭାପତି ବିଜାଇ ସରଦେଶାଇ ବରିଷ୍ଠ ବିଜେପି ନେତା ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ “ମୁଁ ବିଧିବଦ୍ଧ ଭାବେ ଚିଠି ଲେଖି ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଜିଏଫପି ଏବେଠାରୁ ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରୁଛି। ୨୦୧୯ ଜୁଲାଇରୁ ହିଁ ଆମର ସମ୍ପର୍କ ତୁଟି ଯାଇଥିଲା। ଏବେ ବିଧିବଦ୍ଧ ଭାବେ ସବୁ କିଛି ଘୋଷଣା କରାଯାଉଛି। ଦୁଇ ବର୍ଷ ହେଲାଣି ବିଜେପି ସରକାର ପ୍ରତି ବିଧାନସଭା ଅଧିବେଶନରେ ଗୋଆ ବିରୋଧୀ ପଲିସିମାନ ଉପସ୍ଥାନ କରୁଛି। ଏହାକୁ ଗ୍ରହଣ କରିବା ଜିଏଫପି ପକ୍ଷରେ ସମ୍ଭବ ନୁହେଁ। ତେଣୁ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଛି।”

ଜିଏଫପି କହିଛି ଯେ ଦଳ ସବୁବେଳେ ଗୋଆର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଲାଗି କାର୍ଯ୍ୟ କରିବ।

Related story