ପୁଣି ଜଣେ ନେତା ଘର ବାହୁଡ଼ିବେ!  ବିଜେପି ଛାଡ଼ି ଟିଏମସିରେ ମିଶି ପାରନ୍ତି

କୋଲକାତା: ପୁଣି ଜଣେ ଟିଏମସି ନେତା ଘର ବାହୁଡ଼ିବେ। ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅର୍ଜୁନ ସିଂହ ନିଜ ପୂର୍ବଦ କୁ ଫେରିପାରନ୍ତି। ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ ଖୁବ୍ ଶୀଘ୍ର ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଅର୍ଜୁନ ସିଂହ ନିଜ କାରରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟିବାକୁ ଯାଇଛନ୍ତି।  ଅନ୍ୟପକ୍ଷରେ ଅର୍ଜୁନ ସିଂହଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ନେତା ମନେଇବାକୁ ଉଦ୍ୟମ ଜାରି […]

shhh

Tapas Behera
  • Published: Sunday, 22 May 2022
  • , Updated: 22 May 2022, 04:42 PM IST

କୋଲକାତା: ପୁଣି ଜଣେ ଟିଏମସି ନେତା ଘର ବାହୁଡ଼ିବେ। ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଥିବା ଅର୍ଜୁନ ସିଂହ ନିଜ ପୂର୍ବଦ କୁ ଫେରିପାରନ୍ତି। ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ ଖୁବ୍ ଶୀଘ୍ର ଟିଏମସିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଅର୍ଜୁନ ସିଂହ ନିଜ କାରରେ ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ଭେଟିବାକୁ ଯାଇଛନ୍ତି।  ଅନ୍ୟପକ୍ଷରେ ଅର୍ଜୁନ ସିଂହଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ନେତା ମନେଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ଅର୍ଜୁନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟନେତା ମାନଙ୍କ ପକ୍ଷରୁ ଏକାଧିକ ଫୋନ୍‌ କଲ ମଧ୍ୟ ଆସିଥିବା ସୂଚନା ମିଳିଛି।

ଆଜି ଟିଏମସିର ଜିଲାସ୍ତରୀୟ ଦଳୀୟ ନେତାମାନ ଅଭିଷେକ ବାନାର୍ଜୀଙ୍କ ବାସଭବନରେ ପହଞ୍ଚି ଥିବା ଜଣାପଡ଼ିଛି। ଅର୍ଜୁନଂ ସିଂହଙ୍କୁ ଟିଏମସି ନିଜ  ଦଳକୁ ଫେରାଇ ଆଣିବାକୁ ମଧ୍ୟ  ରଣନୀତି ଚଳାଇଛନ୍ତି । ଅର୍ଜୁନ ସିଂହ ଫେରିଲେ ଦଳର କୌଣସି ଆପତ୍ତି ନାହିଁ ବରଂ ତାଙ୍କୁ ସ୍ୱାଗତ କରାଯିବ ବୋଲି ବରିଷ୍ଠ ନେତାମାନେ କହିଛନ୍ତି। ଗତ ୬ ମାସ ହେଲା ଅର୍ଜୁନ ସିଂ ଟିଏମସି ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।

ନିକଟରେ ଅର୍ଜୁନ ସିଂହ ଅଭିଯୋଗ କରିଛନ୍ତି ଯେ, ବିଜେପି ରାଜ୍ୟ ସଂଗଠନ ତାଙ୍କୁ ଠିକ୍ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦେଉନାହିଁ । ଅର୍ଜୁନ ସିଂହ ୨୦୧୯ ରେ ଟିଏମସିରୁ ବିଜେପିରେ ଯୋଗ ଦେଇଥିଲେ । ପୂର୍ବରୁ ବାବୁଲ ସୁପ୍ରିୟୋ ବିଜେପି ଛାଡ଼ି ଟିମଏସିରେ ଯୋଗ ଦେଇହଛନ୍ତି।

Related story